ବର୍ଷାରେ ଧୋଇଗଲା ନଗଡ଼ା ବିକାଶ : ୨ ବର୍ଷ ଗଲାନି ୧୨.୯୫ କୋଟିର ରାସ୍ତା

ଯାଜପୁର ଅଫିସ,୨୩ା୯ : ନଗଡ଼ା ବିକାଶକୁ ଅଧାପନ୍ତରିଆ କରି ବସିଯାଇଛି ପ୍ରଶାସନ। ନଗଡ଼ା ଆଧିବାସୀଙ୍କୁ ସେବା ପ୍ରଦାନ ପାଇଁ କୌଣସି ସରକାରୀ କର୍ମଚାରୀ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି। ଚିକିସତ୍କ, ସମନ୍ବିତ ଶିଶୁ ବିକାଶ ଅଧିକାରୀ/କର୍ମଚାରୀ, ଶିକ୍ଷୟିତ୍ରୀଶିକ୍ଷକ ପ୍ରମୁଖ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି। ସ୍ବଳ୍ପ ଓ ଦୀର୍ଘମିଆଦୀ ଯୋଜନା କାଗଜକଲମରେ ସୀମିତ ରହିଛି। ଅଶୋକଝର ପାହାଡ଼ ପାଦଦେଶରୁ ତଳନଗଡ଼ା ପର୍ଯ୍ୟନ୍ତ ୧୨.୯୫କୋଟି ଟଙ୍କାରେ ନିର୍ମିତ ରାସ୍ତା ୨ବର୍ଷ ନ ପୁଋଣୁ ଗମନାଗମନ ଅନୁପଯୋଗୀ ହେବା ଏହାର ପ୍ରମୁଖ କାରଣ ସାଜିଛି। ଏହି ମର୍ମରେ ଗତ ୧୩ ତାରିଖରେ ଧରିତ୍ରୀରେ ଆରଡି ବିଭାଗରେ ଡିଏମ୍‌ଏଫ୍‌ ଚଳୁ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଆରଡି ବିଭାଗ ଅଧିକାରୀମାନେ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ବର୍ଷାର ସହଯୋଗ ନେଇଛନ୍ତି। ଗତ ୨ ମୌସୁମୀ ଋତୁରେ ପ୍ରବଳ ବର୍ଷା ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ସଫେଇ ଦେଇଛନ୍ତି। କିନ୍ତୁ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ସିଂହଭାଗ ଅର୍ଥ ଚଳୁ ହୋଇଛି। ଯାହା ଫଳରେ ରାସ୍ତାର ବିଭିନ୍ନ ସ୍ଥାନରେ ନିର୍ମାଣ ସାମଗ୍ରୀ ଧୋଇ ହୋଇଯାଇଥିବା କୁହାଯାଉଛି। ଏହାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି।
୨୦୧୬ ଜୁଲାଇରେ ନଗଡ଼ା ଶିଶୁ ମୃତ୍ୟୁ ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିଲା। ଏଥିଯୋଗୁ ରାଜ୍ୟ ଓ କେନ୍ଦ୍ର ସରକାର ମୁଣ୍ଡେଇଥିବା ବଦନାମକୁ ଲିଭାଇବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଥିଲେ। ସରକାର ନଗଡ଼ା ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗଢି ତୋଳିବାକୁ ପଣ କରିଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ମାସିକ ୩୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେବାକୁ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ। ନଗଡାର ବିକାଶ ପାଇଁ ସ୍ବଳ୍ପ ଓ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ, ଆରଡବ୍ଲ୍ୟୁଏସ୍‌ଏସ୍‌, ଗ୍ରାମ୍ୟ ନିର୍ମାଣ, କୃଷି, ଉଦ୍ୟାନ ପ୍ରମୁଖ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି। ନଗଡା ଗ୍ରାମର ୬୧ ପରିବାରଙ୍କୁ ବିଜୁ ପକ୍କା ଘର ଯୋଗାଇ ଦିଆଯାଇଛି। କିନ୍ତୁ ଗମନାଗମନ ଅନୁପଯୋଗୀ ଯୋଗୁ ବର୍ତ୍ତମାନ ସମସ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣଛେଦ ପଡିଛି। ୧୦ା୧୧ା୨୦୧୬ରେ ହାଇଗ୍ରୀଭା ଇନଫ୍ରାଷ୍ଟ୍ରକ୍ଚର ଠିକାସଂସ୍ଥାକୁ ନଗଡାକୁ ରାସ୍ତା ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ୯ା୩ା୨୦୧୭ ସୁଦ୍ଧା କାର୍ଯ୍ୟ ସମ୍ପାଦନ କରିବାକୁ ଚୁକ୍ତିରେ ଦର୍ଶାଯାଇଥିଲା। ଜଙ୍ଗଲ ଓ ପରିବେଶ ବିଭାଗର ପତ୍ରସଂଖ୍ୟା ୮୦୪୭/୨୩ା୮ା୨୦୧୬ରେ ଆବଶ୍ୟକ ଗାଇଡଲାଇନ ଅନୁସାରେ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୨ କୋଟି ଏବଂ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠିରୁ ୧୨.୮୧ କୋଟି ଭାବେ ସମୁଦାୟ ୧୪.୮୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ୧୨.୯୫ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରିବାକୁ ଠିକାଦାର ସହ ଚୁକ୍ତି ହୋଇଥିଲା। ୩୧ା୭ା୨୦୧୭ରେ ରାସ୍ତା ସମ୍ପୂର୍ଣ୍ଣ ହୋଇଥିଲା। ଏଥିରେ ୭.୬୬ କି.ମି. କଟିଂ ଲେଙ୍ଗ୍‌ଥ, ୧୨ଟି ଶିଡି କାର୍ଯ୍ୟ, ୪୫୭ ମିଟର ସୁରକ୍ଷା କାନ୍ଥ, ୩ କି.ମି. ପର୍ଯ୍ୟନ୍ତ ଡ୍ରାଏ ଗାର୍ଡଓ୍ବାଲ, ୭୫ ମିଟର ମାଟି ଡ୍ରେନ ନିର୍ମାଣ ହୋଇଥିଲା। ଏଥିରୁ ସମୁଦାୟ ୧୨.୯୫ କୋଟି ଟଙ୍କାର ବିନିଯୋଗ ପତ୍ର ଦାଖଲ ହୋଇଥିବାବେଳେ ବାକି ଟଙ୍କା ବିଭାଗରେ ପଡିରହିଛି। ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ଏବଂ ଚୁକ୍ତି ଅନୁସାରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ନ ହୋଇ ଯେନତେନ ପ୍ରକାରେ କାର୍ଯ୍ୟ ସମ୍ପାଦିତ ହୋଇଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ମାଟି ଓ ମେଟାଲ ପରସ୍ତ ଉଠିଯାଇଛି। ଏହାଦ୍ୱାରା ନଗଡ଼ା ରାସ୍ତା ଖାଲଖମାରେ ଭର୍ତ୍ତି ହେବା ସହିତ ରାସ୍ତା ଉପରେ ନର୍ଦ୍ଦମା ସୃଷ୍ଟି ହୋଇଛି। ଗାଡ଼ି ମୋଟର ଯିବା ତ ଦୂରର କଥା ପାଦରେ ଚାଲିଚାଲି ଯିବା କଷ୍ଟକର ବ୍ୟାପାର ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଆରଡି ବିଭାଗର ନିର୍ବାହୀ ଯନ୍ତ୍ରୀ ବିଜୟକୁମାର ମହାରଣା ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ, ଇତିମଧ୍ୟରେ ୩ଟି ବର୍ଷା ଋତୁ ଅତିକ୍ରାନ୍ତ ହୋଇ ସାରିଛି। ବର୍ଷା ଯୋଗୁ ମାଟି ଡ୍ରେନ ଅବରୋଧ ହୋଇଯିବାରୁ ରାସ୍ତାରେ ବ୍ୟବହୃତ ସାମଗ୍ରୀ ଧୋଇ ହୋଇଯାଇଛି। ବର୍ତ୍ତମାନ ଆରଡବ୍ଲ୍ୟୁଏସସର ପାଇପ ଜଳଯୋଗାଣ କାର୍ଯ୍ୟ ଚାଲିଥିବାରୁ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇଛିବୋଲି ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri