ବରଷାରେ ଘର ଭାଂଗ୍‌ଲା: ବାସ୍‌ହରା ହେଲେ ନିସାହା ପରିବାର

ଲୋଇସିଂହା,୨୩।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗଁାର ବିଧବା ମହିଲା ଜାହ୍ନବି ପଟେଲକଁର ଘରର କଁାଥି ମଙ୍ଗଲବାର ରାତିରେ ଭାଂଗି ଯାଇଛେ। ମା’ଝି ରାତିରେ ଖାଇପିଇ ଶୁଇଥିଲାବେଲେ ହଠାତ୍‌ ଅଧ୍‌ ରାତିରେ ଘରର କଁାଥି ମାଡ଼ି ବସିଥିଲା। ହେଲେ ଅଲପ୍‌କେ ମା’ଝି ଗୁଟେ ବଡ଼ ଦୁରଘଟନାରୁ ବରତି ଯାଇଛନ୍‌।
ସୂଚନା ଅନ୍‌ସାରେ ଯୋଗୀସର୍ଡା ପଁଚେତ୍‌ ସଦର ଗଁାର ସ୍ବର୍ଗତ କମ୍ବୁଧର ପଟେଲକଁର ବିଧବା ମାଏକିନା ଜାହ୍ନବୀ ପଟେଲ। ଗୁଟେ ବଲି ଝି’ ବୀଣା(୧୧)କେ ନେଇ ତାକର ସଁସାର। କମ୍ବୁଧର ପେଶାରେ ଝନେ ଡ୍ରାଇଭର ଥିଲେ। ସେଥ୍‌ରୁ ସେ ଯାହା କମଉଥିଲେ କୁଟୁମ୍‌ଟା ସୁଖେସୁଖେ ଚଲିଯାଉଥିଲେ। ହେଲେ ଗଲା ଜାନୁୟାରୀ ୨୦୧୭ ରେ କମ୍ବୁ ଗୁଟେ ଦୁରଘଟନାର ଶିକାର ହେଇ ଆରପାରକେ ଚାଲିଯାଇଥିଲେ। ଆପ୍‌ନେକେ ହରେଇ ଜାହ୍ନବୀ ଭାଂଗି ପଡ଼ିଥିଲେ। ପଛେ ସେ ନିଜକୁ ନିଜେ ବୁଝେଇ କୁଲିମଜୁରି କରି ଝି’କେ ପାଲୁଛନ୍‌। ହେଲେ ଦୁଖ୍‌ ଦୁରଦଶା ଇ ପରିବାରର ପିଛା ନାଇଁ ଛାଡ଼ବାର। ଦୁଖର ଉପରେ ଲଲିତା ବିଡ଼ା ଲେଖେଁ ମା’ଝି ମଙ୍ଗଲବାର ରାତି ଖାଇପିଇ ଶୁଇଥିଲା ବେଲେ ତାକର ଘରର କଁାଥିଟା ଭାଂଗି ଯାଇଥିଲା। ହେଲେ କଁାଥିଟା ବାହାର ଫାଲ୍‌କେ ପଡ଼ଲାରୁ ମା’ଝି ଅଲପ୍‌କେ ଗୁଟେ ବଡ଼ ବିପଦ୍‌ରୁ ରକ୍ଷା ପାଇଯାଇଛନ୍‌। ଏହେଦେ ମା’ଝି କେନ୍‌ନେ ରହିବେ ସେ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଇଆଡ଼େ ଆପ୍‌ନେ କମ୍ବୁଧର ଚାଲିଯିବାର ୧୮ ମାସ୍‌ ବିତିଯାଇଥିଲେ ବି ଜାହ୍ନବୀ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ପଁଚେତ୍‌ରୁ ମିଲୁଥିବାର ପିଡିଏସ୍‌ ଚାଉଲ ସେମାନକର ସାହାଭରସା। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘର ଖଁଡ଼େ ଆର ଜାହ୍ନବୀକୁଁ ବିଧବା ଭତା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

କୁଲାଡ ରଥଯାତ୍ରା ପ୍ରସ୍ତୁତି ଚାଲିଛି: ଦେବସ୍ନାନ ପୂର୍ଣ୍ଣିମା ପାଇଁ ସେବାୟତଙ୍କ ସହ ଆଲୋଚନା

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ରଥାଯାତ୍ରା ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଗୁରୁବାର ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର…

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ…

ମାସେ ତଳେ ଫୁଲ ତୋଳିବାକୁ ଯାଉ ଆଉ ଫେରି ନ ଥିଲେ ସୁନ୍ଦରୀ: କେନାଲରୁ ମିଳିଲା…

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଖବର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ

ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri