ବମ୍ବେ ପୋଲିସ ଦ୍ୱାରା ଢେଙ୍କାନାଳର ନାବାଳିକା ଉଦ୍ଧାର: ଏମ୍‌ପିରେ ବିବାହ କରାଇଦେଇଥିଲେ ଦଲାଲ

ଢେଙ୍କାନାଳ ଅଫିସ, ୩।୭-ସମ୍ପର୍କୀୟ ଏବଂ ଦଲାଲଙ୍କ ଦ୍ୱାରା ମଧ୍ୟପ୍ରଦେଶରେ ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଜୋରଜବରଦସ୍ତ ବିବାହ କରାଇ ଦିଆଯାଇଥିଲା। ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ଉକ୍ତ ନାବାଳିକାଙ୍କୁ ବମ୍ବେ ପୋଲିସ ଉଦ୍ଧାର କରିଛି। ଗତ ୨୭ ତାରିଖରେ ତାଙ୍କୁ ଢେଙ୍କାନାଳ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଇବା ପରେ ଓପନ ସେଲ୍‌ଟର ଗୃହରେ ରଖାଯାଇଛି। ଘଟଣା ପଦାକୁ ଆସିବାପରେ ଜିଲା ଶିଶୁ ସୁରକ୍ଷା ବିଭାଗ ଏବଂ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ଼।
୨ବର୍ଷ ତଳେ ସମ୍ପୃକ୍ତା ନାବାଳିକା (୯ମ ଶ୍ରେଣୀରେ ପାଠ ପଢୁଥିଲେ)ଙ୍କୁ ମଧ୍ୟପ୍ରଦେଶ ନିଆଯାଇ ଜଣେ ୨୭ ବର୍ଷୀୟ ଯୁବକଙ୍କ ସହିତ ଜବରଦସ୍ତ ବିବାହ କରାଇ ଦିଆଯାଇଥିଲା। ଏପରି ଜଘନ୍ୟ କାର୍ଯ୍ୟରେ ତାଙ୍କର କେତେଜଣ ସମ୍ପର୍କୀୟ ଏବଂ ୨ଜଣ ଦଲାଲ ସାମିଲ ଥିଲେ। ବିବାହ ପରେ ସ୍ବାମୀ ଏବଂ ଶାଶୁଘର ଲୋକେ ତାଙ୍କୁ ହରିୟାଣାସ୍ଥିତ ଗୁଡ଼ଗାଁଓରେ ଏକ ଭଡ଼ା ଘରେ ରଖିଥିଲେ। ସେଠାରେ ଅନ୍ୟ ଜଣେ ପରିବାରର ଘରୋଇ କାର୍ଯ୍ୟରେ ତାଙ୍କୁ ନିୟୋଜିତ କରିଥିଲେ। ଏଥିପାଇଁ ତାଙ୍କୁ ୮୦୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ନାବାଳିକାଙ୍କୁ ପରିବାର ଲୋକଙ୍କ ସହ କଥା ହେବାକୁ ସ୍ବାମୀଙ୍କ ପରିବାର ପକ୍ଷରୁ ବାରଣ କରାଯାଇଥିଲା। ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ନାବାଳିକା ଜଣକ ବିବାହର ୬-୭ ମାସ ପରେ କୌଶଳକ୍ରମେ ଟ୍ରେନ୍‌ ଯୋଗେ ବମ୍ବେ ପଳାଇ ଆସିଥିଲେ। ରେଳ ଷ୍ଟେଶନରେ ରେଲ୍‌ଓ୍ବେ ପୋଲିସ ହାତରେ ଧରାପଡ଼ିବା ପରେ ସ୍ଥାନୀୟ ଶିଶୁ ମଙ୍ଗଳ କମିଟି ନିର୍ଦ୍ଦେଶକ୍ରମେ ତାଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରେରଣା’ରେ ଥଇଥାନ କରାଯାଇଥିଲା। ପଚରାଉଚୁରା ପରେ ତାଙ୍କ ପରିଚୟ ଏବଂ ଠିକଣା ଜଣାପଡ଼ିଥିଲା। ଏହାପରେ ବମ୍ବେ ପୋଲିସ ସହାୟତାରେ ତାଙ୍କୁ ଢେଙ୍କାନାଳ ଅଣାଯାଇଥିଲା।
ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ସିଡବ୍ଲ୍ୟୁସି ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣାର ତଦନ୍ତ କରିବାକୁ ଏସ୍‌ପିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ମଙ୍ଗଳବାର ଏସ୍‌ପିଙ୍କ ଉପସ୍ଥିତିରେ ତାଙ୍କୁ ପଚରାଉଚୁରା କରାଯାଇଛି। ଏ ନେଇ ଏସ୍‌ପି ଅନୁପମା ଜେମ୍‌ସ କୁହନ୍ତି, ନାବାଳିକାକୁ କାଉନ୍‌ସେଲିଂ କରାଯାଇଛି। ତାଙ୍କ ମାନସିକସ୍ଥିତି ଠିକ୍‌ ନାହିଁ। ସେ କୌଣସି ସୂଚନା ଦେବା ଅବସ୍ଥାରେ ନାହାନ୍ତି। ଘଟଣା ପଛରେ ରହିଥିବା ଅଭିଯୁକ୍ତମାନଙ୍କ ସମ୍ପର୍କରେ ଜାଣିବାକୁ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଏସ୍‌ପି ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri