Odisha Elections 2024

ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ବିଭ୍ରାଟ ଘଟଣା: ଡିଆଇପିଆର୍‌ଓଙ୍କୁ ସ୍ପଷ୍ଟୀକରଣ ମାଗିଲେ ଜିଲାପାଳ

ଅନୁଗୋଳ ଅଫିସ, ୨।୬- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୩୦ ଅପରାହ୍ନ ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଆହ୍ବାନ ଦେଇଥିଲେ। ହେଲେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏହି ସଙ୍ଗୀତ ଗାନ ବେଳେ ବିଭ୍ରାଟ ଦେଖାଦେବା ଚର୍ଚ୍ଚାର ବିଷୟ ହୋଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅଡିଓ ବଦଳରେ ଅନ୍ୟ କଳାକାରଙ୍କ ଦ୍ୱାରା କଣ୍ଠଦାନ ଥିବା ସଙ୍ଗୀତ ବାଜିବାରୁ ଏହାକୁ ଅଧାରୁ ବନ୍ଦ କରିଦିଆଯାଇଥିଲା। ଏଥିପାଇଁ ପ୍ରଶାସନକୁ ଅପଦସ୍ତ ହେବାକୁ ପଡ଼ିଥିଲା। ଏ ସମ୍ପର୍କରେ ଜିଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଅବଗତ କରିବା ପରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଶରତ ଚନ୍ଦ୍ର ସେଠୀଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏ ନେଇ ଯଥା ସମ୍ଭବ ଉତ୍ତର ରଖିବା ପାଇଁ ଜିଲାପାଳ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଅସମାପିକା ସାହୁ)/ସମ୍ବଲପୁର, (ପ୍ରମୋଦ ବହିଦାର)/ଅନୁଗୋଳ, (ଅମିତ କୁମାର ସାମଲ) / ଢେଙ୍କାନାଳ (ରତନ ନାୟାର)୧୮।୫: ରାଜ୍ୟର ୨ ଲୋକ ସଭା କ୍ଷେତ୍ରର ୪ ନିର୍ବାଚନମଣ୍ଡଳୀରେ ପ୍ରଚାର...

ଆଜି ଢେଙ୍କାନାଳ-ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୋଳ,୧୭।୫ (ଅମିତ କୁମାର ସାମଲ)/ ଢେଙ୍କାନାଳ (ରତନ ନାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ତାରିଖ ଶୁକ୍ରବାର ଢେଙ୍କନାଳ ଓ ଅନୁଗୋଳ ଗସ୍ତରେ ଆସି ଦଳୀୟ...

ରାସ୍ତା ପାର୍ଶ୍ୱରେ ବସୁଛି ହାଟ

ବଇଣ୍ଡା, ୧୬ା୫ (ପରିକ୍ଷିତ ସାହୁ)ବର୍ଷ ବର୍ଷ ହେଲା ସରକାର ରାଜସ୍ବ ଆଦାୟ କରୁଛନ୍ତି। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ସାପ୍ତାହିକ ହାଟକୁ ନେଇ...

୧୫ ଲକ୍ଷ ଭଳି ମହିଳାଙ୍କ ନିକଟକୁ ୫୦ ହଜାର ଟଙ୍କାର ଭାଉଚର ଆସିବ

ଅନୁଗୋଳ,୧୫।୫(ଅମିତ କୁମାର ସାମଲ):ଅନୁଗୋଳ ଗସ୍ତରେ ଆସିଥିବା ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଶୈଳଶ୍ରୀକ୍ଷେତ୍ରରେ ଜଗନ୍ନାଥ ଓ ଏହାପରେ ମା’...

ଅନୁଗୋଳ ଆସିବେ ମୋଦି

ଅନୁଗୋଳ,୧୩।୫(ଅମିତ କୁମାର ସାମଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଅନୁଗୋଳ ଆସି ଭାଜପାର ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବା...

ଆଜି ଅନୁଗୋଳରେ ପାଣ୍ଡିଆନଙ୍କ ରୋଡ୍‌ ଶୋ

ଅନୁଗୋଳ,୧୩ା୫(ଅମିତ କୁମାର ସାମଲ): ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋମବାର ଅନୁଗୋଳ ଜିଲାରେ ଦଳୀୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ। ଅପରାହ୍ନ...

ଦଳକୁ ବଳ ଯୋଗାଇବେ ହେଭିୱେଟ୍‌

ଅନୁଗୋଳ,୧୨।୫ (ଅମିତ କୁମାର ସାମଲ)ଅନୁଗୋଳ ଜିଲାର ୫ ବିଧାନସଭା ଆସନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ହାତରେ ଆଉ ମାତ୍ର ଦିନକେଇଟା ଥିବାରୁ...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri