ବନ୍ଦୀ କରିଦେଇଛି କରୋନା: ଖାଲି ପଡ଼ିଛି ଜାଗା, ଜମୁନି ସାଙ୍ଗ-ଭାଙ୍ଗ-ପଙ୍ଗତ

ପୁରୀ ଅଫିସ,୩୦ା୩: ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢେଇ କରୁଛି। କିନ୍ତୁ ବେକାବୁ ଏହି ପ୍ରାଣଘାତୀ ଭୂତାଣୁ। ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ିବା ସହ ପ୍ରତିଦିନ ଶହ ଶହ ମୁଣ୍ଡ ଗଡ଼ାଇ ଚାଲିଛି। କୋଟି କୋଟି ପରିବାରର ଜୀବିକା ବି ଛଡ଼ାଇ ନେଇଛି କରୋନା। ପୁଣି ସାମାଜିକ ଚଳଣିରେ ଆଣିଛି ବ୍ୟତିକ୍ରମ। ଭୟରେ ଲୋକେ ଘରୁ ବାହାରିପାରୁ ନାହାନ୍ତି। ସମସ୍ତଙ୍କୁ ଏକପ୍ରକାର ବନ୍ଦୀ କରିଦେଇଛି ଘାତକ କରୋନା। ଏହାର ପ୍ରଭାବ ପୁରୀ ସହରରେ ବେଶ୍‌ ବାରି ହୋଇପଡୁଛି। କରୋନାର ଭୟାବହତା ପାଇଁ ବନ୍ଦ ହୋଇଯାଇଛି ପୁରୀର ନିଆରା ସଂସ୍କୃତି ସାଙ୍ଗ-ଭାଙ୍ଗ-ପଙ୍ଗତ। ସଞ୍ଜ ନଇଁଲେ ଯେଉଁଠି ସାଙ୍ଗ ହୋଇ ଭାଙ୍ଗର ଆସର ଜମୁଥିଲା ଏବଂ ପଙ୍ଗତ ପଡୁଥିଲା ଆଜି ସେହି ଜାଗା ଆଖଡ଼ା  ଖାଁ ଖାଁ ।
ପୁରୀର ଏକ ନିଆରା ସଂସ୍କୃତି ହେଉଛି ସାଙ୍ଗ-ଭାଙ୍ଗ-ପଙ୍ଗତ। ବିଶେଷଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ଜଡ଼ିତ ସେବକ, ଯାତ୍ରୀ ପରିଚର୍ଯ୍ୟାକାରୀ ଏବଂ ସାତସାହି ଆଖଡ଼ା ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ସଞ୍ଜ ନଇଁଲେ ଜୀବନକୁ ଏକ ନୂତନ ଶୈଳୀରେ ଆଗେଇ ନିଅନ୍ତି। ଦିନଭରି ପରିଶ୍ରମ ଏବଂ ସଂସାର ଜଞ୍ଜାଳରୁ ଦୂରେଇ ଯାଆନ୍ତି। ସାଙ୍ଗ ହୋଇ ଜାଗା ଆଖଡ଼ା ବା କ୍ଲବକୁ ଯାଆନ୍ତି। ସେଠାରେ ବାଦାମ ସରବତ ସହିତ ଶିଳରେ ବଟା ଭାଙ୍ଗ ମିଶାଯାଇ ପ୍ରସ୍ତୁତ ପଣା ପିଇଥାନ୍ତି। ଏହାପରେ ସନ୍ଧ୍ୟା ନିତ୍ୟକର୍ମ ସାରି ଜାଗା ପୋଖରୀରେ ଭଲ ଭାବେ ଗାଧୁଆପାଧୁଆ କରନ୍ତି। ପୁରୀରେ ସାଙ୍ଗ ହୋଇ ପୋଖରୀରେ ଗାଧୋଇବାର ମଜା ନିଆରା। ସେଥିପାଇଁ ଜାଗା ଘରଗୁଡ଼ିକ ଜନବସତିଠାରୁ ଦୂରରେ ରହିଥିଲା। ଜାଗା ଘରେ ରୋଷେଇର ବ୍ୟବସ୍ଥା ଥାଏ। ପ୍ରାୟ ପ୍ରତିଦିନ ଏଠାରେ ରୋଷେଇ ହୁଏ। ଥିଲାବାଲା ସାଙ୍ଗ ରୋଷେଇର ସମସ୍ତ ବ୍ୟବସ୍ଥା କରିଥାନ୍ତି। ଘିଅ, ମହୁ, ଛେନା, ରାବିଡି, କାଜୁ, କିସ୍‌ମିସ୍‌, ଲହୁଣି ବ୍ୟବହୃତ ହୋଇ ଗରିଷ୍ଠ ବା ଆଭିଜାତ୍ୟପୂର୍ଣ୍ଣ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ମଞ୍ଜ କଦଳୀପତ୍ରରେ ଖାଦ୍ୟ ପରଷା ଯାଏ। ଭାଙ୍ଗ ନିଶା ସେତେବେଳକୁ ଆସ୍ତେ ଆସ୍ତେ ମସ୍‌ଗୁଲ କରିଥାଏ। ସମସ୍ତେ ସାଙ୍ଗ ହୋଇ ବସିଖାନ୍ତି। ହସଖୁସିର ଆସର ଜମେ। ବିଳମ୍ବିତ ରାତିରେ ସମସ୍ତେ ନିଜ ନିଜ ଘରକୁ ଫେରିଥାନ୍ତି। ଭାଇଚାରାର ଏହି ପରମ୍ପରା ସହାବସ୍ଥାନର ବାର୍ତ୍ତା ବି ଦେଇଥାଏ। ସମସ୍ତେ ସମସ୍ତଙ୍କୁ ସହଯୋଗ କଲା ଭଳି ବାତାବରଣଟିଏ ଏଥିରୁ ମିଳିଥାଏ। ହେଲେ ସେ ପରମ୍ପରା ଆଜି ବନ୍ଦ ହୋଇଯାଇଛି। ଏଥିରେ କରୋନା ସାଜିଛି ବାଧକ। ଏବେ ସବୁ ଶୂନଶାନ୍‌। କେହି ଏକାଠି ବସିପାରୁନାହାନ୍ତି, କିମ୍ବା ପଙ୍ଗତ ପଡୁନି। ଜାଗା ପୋଖରୀରେ ଗାଧୁଆ ବି ହେଉନି। ଭାଙ୍ଗ ସରବତର ଆସର ଜମୁନି କି ଜାଗା, ଆଖଡ଼ାରେ କୁସ୍ତି କସରତ କରାଯାଉନି। ଗଞ୍ଜପା, ଚଉସାର ଏବଂ ପଶାପାଲିର ଛଅ ତିନିପୁଅ ନଅ ଡାକ ବି ଶୁଭୁନି। ସମସ୍ତଙ୍କୁ ନିଜ ନିଜ ଘରେ କରୋନା ଯେପରି ବନ୍ଦୀ କରିଦେଇଛି।
ପ୍ରମୋଦ ମହାପାତ୍ର କହିଛନ୍ତି, ସାଙ୍ଗ-ଭାଙ୍ଗ-ପଙ୍ଗତ ପୁରୀର ଏକ ନିଆରା ସଂସ୍କୃତି। ଜାଗା ଆଖଡାରେ ଭାଙ୍ଗ ବଟାଯିବ, ସମସ୍ତେ ସାଙ୍ଗ ହୋଇ ଭାଙ୍ଗ ସରବତ ପିଇବା ପ୍ରାୟ ସବୁଦିନିଆ ଘଟଣା। ସେହିପରି ଜାଗା ଆଖଡାରେ କୁସ୍ତି, କସରତ ଏବଂ ଭୋଜି ବି ହୋଇଥାଏ। ସମସ୍ତେ ଏକାଠି ବସି ଖିଆପିଆ କରିଥାନ୍ତି। ହେଲେ ବର୍ତ୍ତମାନ କରୋନା ପାଇଁ କଟକଣା ଲାଗିଥିବାରୁ ଏ ସବୁ ବନ୍ଦ ରହିଛି। ସଞ୍ଜ ନଇଁଲେ ପୁରୀରେ ଅଧିକାଂଶ ଲୋକ ଭାଙ୍ଗ ଖାଇଥାନ୍ତି। କିନ୍ତୁ ଦୋକାନ ବଜାର ବନ୍ଦ ରହିଥିବାରୁ ଏହା ସମ୍ଭବ ହୋଇପାରୁନାହିଁ। ଯାହା ବି ହେଉ ବର୍ତ୍ତମାନ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ କଟକଣା ଲଗାଯାଇଛି ତାହାକୁ ସମସ୍ତେ ମାନିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

ଦିଗପହଣ୍ଡିରେ ଲଗାଣ ବର୍ଷା: ବୃଦ୍ଧି ପାଉଛି ଘୋଡ଼ାହାଡ଼ ଡ୍ୟାମ୍‌ର ଜଳପତ୍ତନ,ସଜାଗ ରହିଛି…

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଗତ ୪ ଦିନ ହେବ ଦିଗପହଣ୍ଡି ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?