ବନ୍ଦୀ କରିଦେଇଛି କରୋନା: ଖାଲି ପଡ଼ିଛି ଜାଗା, ଜମୁନି ସାଙ୍ଗ-ଭାଙ୍ଗ-ପଙ୍ଗତ

ପୁରୀ ଅଫିସ,୩୦ା୩: ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢେଇ କରୁଛି। କିନ୍ତୁ ବେକାବୁ ଏହି ପ୍ରାଣଘାତୀ ଭୂତାଣୁ। ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ିବା ସହ ପ୍ରତିଦିନ ଶହ ଶହ ମୁଣ୍ଡ ଗଡ଼ାଇ ଚାଲିଛି। କୋଟି କୋଟି ପରିବାରର ଜୀବିକା ବି ଛଡ଼ାଇ ନେଇଛି କରୋନା। ପୁଣି ସାମାଜିକ ଚଳଣିରେ ଆଣିଛି ବ୍ୟତିକ୍ରମ। ଭୟରେ ଲୋକେ ଘରୁ ବାହାରିପାରୁ ନାହାନ୍ତି। ସମସ୍ତଙ୍କୁ ଏକପ୍ରକାର ବନ୍ଦୀ କରିଦେଇଛି ଘାତକ କରୋନା। ଏହାର ପ୍ରଭାବ ପୁରୀ ସହରରେ ବେଶ୍‌ ବାରି ହୋଇପଡୁଛି। କରୋନାର ଭୟାବହତା ପାଇଁ ବନ୍ଦ ହୋଇଯାଇଛି ପୁରୀର ନିଆରା ସଂସ୍କୃତି ସାଙ୍ଗ-ଭାଙ୍ଗ-ପଙ୍ଗତ। ସଞ୍ଜ ନଇଁଲେ ଯେଉଁଠି ସାଙ୍ଗ ହୋଇ ଭାଙ୍ଗର ଆସର ଜମୁଥିଲା ଏବଂ ପଙ୍ଗତ ପଡୁଥିଲା ଆଜି ସେହି ଜାଗା ଆଖଡ଼ା  ଖାଁ ଖାଁ ।
ପୁରୀର ଏକ ନିଆରା ସଂସ୍କୃତି ହେଉଛି ସାଙ୍ଗ-ଭାଙ୍ଗ-ପଙ୍ଗତ। ବିଶେଷଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ଜଡ଼ିତ ସେବକ, ଯାତ୍ରୀ ପରିଚର୍ଯ୍ୟାକାରୀ ଏବଂ ସାତସାହି ଆଖଡ଼ା ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ସଞ୍ଜ ନଇଁଲେ ଜୀବନକୁ ଏକ ନୂତନ ଶୈଳୀରେ ଆଗେଇ ନିଅନ୍ତି। ଦିନଭରି ପରିଶ୍ରମ ଏବଂ ସଂସାର ଜଞ୍ଜାଳରୁ ଦୂରେଇ ଯାଆନ୍ତି। ସାଙ୍ଗ ହୋଇ ଜାଗା ଆଖଡ଼ା ବା କ୍ଲବକୁ ଯାଆନ୍ତି। ସେଠାରେ ବାଦାମ ସରବତ ସହିତ ଶିଳରେ ବଟା ଭାଙ୍ଗ ମିଶାଯାଇ ପ୍ରସ୍ତୁତ ପଣା ପିଇଥାନ୍ତି। ଏହାପରେ ସନ୍ଧ୍ୟା ନିତ୍ୟକର୍ମ ସାରି ଜାଗା ପୋଖରୀରେ ଭଲ ଭାବେ ଗାଧୁଆପାଧୁଆ କରନ୍ତି। ପୁରୀରେ ସାଙ୍ଗ ହୋଇ ପୋଖରୀରେ ଗାଧୋଇବାର ମଜା ନିଆରା। ସେଥିପାଇଁ ଜାଗା ଘରଗୁଡ଼ିକ ଜନବସତିଠାରୁ ଦୂରରେ ରହିଥିଲା। ଜାଗା ଘରେ ରୋଷେଇର ବ୍ୟବସ୍ଥା ଥାଏ। ପ୍ରାୟ ପ୍ରତିଦିନ ଏଠାରେ ରୋଷେଇ ହୁଏ। ଥିଲାବାଲା ସାଙ୍ଗ ରୋଷେଇର ସମସ୍ତ ବ୍ୟବସ୍ଥା କରିଥାନ୍ତି। ଘିଅ, ମହୁ, ଛେନା, ରାବିଡି, କାଜୁ, କିସ୍‌ମିସ୍‌, ଲହୁଣି ବ୍ୟବହୃତ ହୋଇ ଗରିଷ୍ଠ ବା ଆଭିଜାତ୍ୟପୂର୍ଣ୍ଣ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ମଞ୍ଜ କଦଳୀପତ୍ରରେ ଖାଦ୍ୟ ପରଷା ଯାଏ। ଭାଙ୍ଗ ନିଶା ସେତେବେଳକୁ ଆସ୍ତେ ଆସ୍ତେ ମସ୍‌ଗୁଲ କରିଥାଏ। ସମସ୍ତେ ସାଙ୍ଗ ହୋଇ ବସିଖାନ୍ତି। ହସଖୁସିର ଆସର ଜମେ। ବିଳମ୍ବିତ ରାତିରେ ସମସ୍ତେ ନିଜ ନିଜ ଘରକୁ ଫେରିଥାନ୍ତି। ଭାଇଚାରାର ଏହି ପରମ୍ପରା ସହାବସ୍ଥାନର ବାର୍ତ୍ତା ବି ଦେଇଥାଏ। ସମସ୍ତେ ସମସ୍ତଙ୍କୁ ସହଯୋଗ କଲା ଭଳି ବାତାବରଣଟିଏ ଏଥିରୁ ମିଳିଥାଏ। ହେଲେ ସେ ପରମ୍ପରା ଆଜି ବନ୍ଦ ହୋଇଯାଇଛି। ଏଥିରେ କରୋନା ସାଜିଛି ବାଧକ। ଏବେ ସବୁ ଶୂନଶାନ୍‌। କେହି ଏକାଠି ବସିପାରୁନାହାନ୍ତି, କିମ୍ବା ପଙ୍ଗତ ପଡୁନି। ଜାଗା ପୋଖରୀରେ ଗାଧୁଆ ବି ହେଉନି। ଭାଙ୍ଗ ସରବତର ଆସର ଜମୁନି କି ଜାଗା, ଆଖଡ଼ାରେ କୁସ୍ତି କସରତ କରାଯାଉନି। ଗଞ୍ଜପା, ଚଉସାର ଏବଂ ପଶାପାଲିର ଛଅ ତିନିପୁଅ ନଅ ଡାକ ବି ଶୁଭୁନି। ସମସ୍ତଙ୍କୁ ନିଜ ନିଜ ଘରେ କରୋନା ଯେପରି ବନ୍ଦୀ କରିଦେଇଛି।
ପ୍ରମୋଦ ମହାପାତ୍ର କହିଛନ୍ତି, ସାଙ୍ଗ-ଭାଙ୍ଗ-ପଙ୍ଗତ ପୁରୀର ଏକ ନିଆରା ସଂସ୍କୃତି। ଜାଗା ଆଖଡାରେ ଭାଙ୍ଗ ବଟାଯିବ, ସମସ୍ତେ ସାଙ୍ଗ ହୋଇ ଭାଙ୍ଗ ସରବତ ପିଇବା ପ୍ରାୟ ସବୁଦିନିଆ ଘଟଣା। ସେହିପରି ଜାଗା ଆଖଡାରେ କୁସ୍ତି, କସରତ ଏବଂ ଭୋଜି ବି ହୋଇଥାଏ। ସମସ୍ତେ ଏକାଠି ବସି ଖିଆପିଆ କରିଥାନ୍ତି। ହେଲେ ବର୍ତ୍ତମାନ କରୋନା ପାଇଁ କଟକଣା ଲାଗିଥିବାରୁ ଏ ସବୁ ବନ୍ଦ ରହିଛି। ସଞ୍ଜ ନଇଁଲେ ପୁରୀରେ ଅଧିକାଂଶ ଲୋକ ଭାଙ୍ଗ ଖାଇଥାନ୍ତି। କିନ୍ତୁ ଦୋକାନ ବଜାର ବନ୍ଦ ରହିଥିବାରୁ ଏହା ସମ୍ଭବ ହୋଇପାରୁନାହିଁ। ଯାହା ବି ହେଉ ବର୍ତ୍ତମାନ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ କଟକଣା ଲଗାଯାଇଛି ତାହାକୁ ସମସ୍ତେ ମାନିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri