ବନ କର୍ମଚାରୀଙ୍କୁ ଆକ୍ରମଣ: ୨ ମହିଳା କର୍ମଚାରୀ, ପାରାଷ୍ଟାଫ୍‌ ଆହତ

ଖୁଣ୍ଟୁଣି,୨୧।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣି ବନାଞ୍ଚଳ ଅନ୍ତର୍ଗତ ମହାଲକ୍ଷ୍ମୀପୁର ଜଙ୍ଗଲରେ ଚୋରା କାଠ, କୋଇଲା ଧରିବାକୁ ଯାଇ ବନ କର୍ମଚାରୀମାନେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ସୋମବାର ମଧ୍ୟାହ୍ନରେ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ସୋମବାର ମହାଲକ୍ଷ୍ମୀପୁର ଗ୍ରାମ ନିକଟରେ ଏକ ଚୋରା କୋଇଲା ବୋଝେଇ ୪୦୭ ଥିବା ଖବରପାଇ ବନାଞ୍ଚଳ ଅଧିକାରୀ ତାଙ୍କ ସହଯୋଗୀମାନଙ୍କ ସହ ସେଠାରେ ପହଞ୍ଚି ପ୍ରଥମେ ଗାଡ଼ିଟିକୁ ଜବତ କରିଥିଲେ। ଏହାପରେ ସେମାନେ ଗାଡ଼ିକୁ ବନାଞ୍ଚଳ କାର୍ଯ୍ୟାଳୟକୁ ପଠାଇଥିଲେ। ଅନ୍ୟସ୍ଥାନରେ କୋଇଲା ଲୁଚାଯାଇଥିବା ସନ୍ଦେହରେ ଖୋଜାଖୋଜି ସାରି ବନ ବିଭାଗର ୨ଟି ଗାଡ଼ିରେ ସମସ୍ତ ଷ୍ଟାଫ୍‌ ବସିବା ମାତ୍ରେ ଉକ୍ତ ଗ୍ରାମର ନମ ବେହେରା, ତାଙ୍କ ୨ ପୁଅ ଓ ସ୍ତ୍ରୀ ମିଶି କଟୁରି ଖଣ୍ଡା ଧରି କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ତାଙ୍କ ସ୍ତ୍ରୀ ଟେକା ମାରିବାରୁ ୨ ମହିଳା ଫରେଷ୍ଟ ଗାର୍ଡ ଓ ପାରାଷ୍ଟାଫ୍‌ ଆହତ ହୋଇଛନ୍ତି। ପରେ ସେମାନେ ବନ ବିଭାଗର ୨ ଗାଡ଼ିର କାଚ ଭାଙ୍ଗି ଖସି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri