ବଦଳି ଯାଉଥିବା ଜୀବନଶୈଳୀ

ଡ. ବିରଞ୍ଚତ୍ନାରାୟଣ ମଲ୍ଲିକ

ଆଜିକା ସମୟରେ ଘର, ପରିବାର, ରାସ୍ତାଘାଟ, ଖଟି ଜାଗା ବା କର୍ମସଂସ୍ଥାନ ସବୁଠି କେବଳ ଗୋଟିଏ ହିଁ ଚର୍ଚ୍ଚା, ତାହା ଆମ୍ଭମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଥିବା ‘କରୋନା’। କରୋନା ବାସ୍ତବରେ ଯେତିକି କ୍ଷତି କରିଛି ଅନେକ ଲାଭ ବି ଦେଇଛି। ଜଳ ଓ ବାୟୁ ପ୍ରଦୂଷଣ ଆଶ୍ଚର୍ଯ୍ୟଜନକ ଭାବେ କମିଯାଇଛି। ପୂର୍ବପରି ଲୋକମାନେ ଆଉ ଖାଇବା ପରେ ଖାଦ୍ୟପଦାର୍ଥ ଫୋପାଡୁ ନାହାନ୍ତି। ବେପରୁଆ ଓ ଖୋଲାହାତ ଖର୍ଚ୍ଚ ନ କରି ସର୍ବନିମ୍ନ ଖର୍ଚ୍ଚରେ ଜୀବନନିର୍ବାହ କରୁଛନ୍ତି। ଅସଲ କଥାଟି ହେଉଛି ସରକାର ଲକ୍‌ଡାଉନ୍‌ ଦ୍ୱାରା ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଏକ ପ୍ରକାର ବନ୍ଦ କରିଦେଇଥିବା ବେଳେ ଲକ୍‌ଡାଉନ୍‌ ପ୍ରତ୍ୟାହୃତ ହେଲେ ବି ପୂର୍ବର ସେହି ଜୀବନଶୈଳୀ ଆଉ କିନ୍ତୁ ଫେରି ନ ପାରେ। ଖୁଚୁରା ବ୍ୟବସାୟୀ ହୁଅନ୍ତୁ ବା ହୋଟେଲ କିମ୍ବା ରେଷ୍ଟୁରାଣ୍ଟ, ବିମାନଯାତ୍ରା ହେଉ ଅବା ଖାଦ୍ୟପାନୀୟ ବ୍ୟବସାୟୀ- ସେମାନେ ପୂର୍ବରୁ ଯେପରି ସବୁ ସ୍ବତନ୍ତ୍ର ରିହାତି ଓ ଗିଫ୍ଟ ଅଫର ଦେଉଥିଲେ ଆଉ ସେମାନେ ଏବେ ଦେଇପାରିବେନି। ସରକାରୀ ଭାବେ କଟକଣା କୋହଳ ହେଲେ ବି ବିଭିନ୍ନ ଉଦ୍ୟୋଗ ଓ ଶିଳ୍ପସଂସ୍ଥାର ତାଲା ଯେ ଠିକ୍‌ଭାବେ ଖୋଲିଯିବ ତାହା କିନ୍ତୁ କହିହେବ ନାହିଁ। କରୋନା ପରବର୍ତ୍ତୀ ଜୀବନରେ ଉପଭୋକ୍ତାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବେ। ସେବା ଯୋଗାଉଥିବା ସଂସ୍ଥାଠାରୁ ପରିଚ୍ଛନ୍ନତା ଓ ସ୍ବାସ୍ଥ୍ୟରକ୍ଷା ଆଶା କରିବା ସ୍ବାଭାବିକ। ସେହିପରି ଶପିଂ ମଲ୍‌ଗୁଡ଼ିକ ନୂଆ ନିୟମ ଲାଗୁ କରିବେ। ସାମାଜିକ ଦୂରତା ରକ୍ଷା ପାଇଁ ନିଜର ଆଭ୍ୟନ୍ତରୀଣ ସାଜସଜ୍ଜାରେ ପରିବର୍ତ୍ତନ କରିବେ। ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ କରିବା ସହ ମେଟାଲ ଡିଟେକ୍ଟର ଭଳି ସାନିଟାଇଜ କିଓସ୍କ ଲଗାଇବେ। ଫିଟ୍‌ନେସ ନ ଥିଲେ ଯେମିତି ଆଜିକାଲି କ୍ରିକେଟ, ହକି ବା ଫୁଟବଲ ଦଳର ଏଗାର ଜଣିଆ ଦଳ ଭିତରେ ରହି ହେଉନାହିଁ, ସେମିତି ଫିଟ୍‌ନେସ ନ ଥିଲେ ବା ରୁଗ୍‌ଣ ଥିଲେ ଉପଭୋକ୍ତାମାନେ ବଜାର, ମଲ୍‌ ବା ଶପିଂ କମ୍ପ୍ଲେକ୍ସ ଭିତରକୁ ବି ପଶିବାକୁ ଯୋଗ୍ୟ ହେବେନାହିଁ। ଯେଉଁମାନେ ମାସ୍କ ପିନ୍ଧି ନ ଥିବେ ସେମାନେ ଭିତରେ ପ୍ରବେଶ କରିବାର ଅନୁମତି ନ ପାଇପାରନ୍ତି। ଯେଉଁମାନଙ୍କ ଶରୀରର ତାପମାତ୍ରା ୯୯ରୁ ୧୦୦ ଡିଗ୍ରୀ ଫାରେନ୍‌ହିଟ ବା ତା’ଠୁ ଉପରେ ଥିବ, ସେମାନେ ଫାଟକରୁ ଫେରିଯିବାକୁ ବାଧ୍ୟ ହେବେ। ପ୍ରତି ଘଣ୍ଟାରେ ସୀମିତ ସଂଖ୍ୟାରେ ଗ୍ରାହକଙ୍କୁ ପ୍ରବେଶାନୁମତି ମିଳିବ। କୌଣସି ପ୍ରକାର ସାମାଜିକ ପ୍ରତିବନ୍ଧକଙ୍କୁ ସାମ୍ନା କରିବାକୁ ପଡ଼ିବ। କେବଳ ରହଣି ଓ ଭୋଜନ ସେବାରେ ହୋଟେଲ ଶିଳ୍ପ ସୀମିତ ରହିବ। ସଭ୍ୟ ମଣିଷର ଜୀବନ ଆଉ ମୁକ୍ତ ଓ ଅବାଧ ହୋଇ ରହିପାରିବ ନାହିଁ। ବଦଳିଯିବ ନିତିଦିନିଆ ଜୀବନଶୈଳୀ। କଟକଣା ଓ ଅନୁଶାସନ ଭିତରେ ବଞ୍ଚତ୍ବାକୁ ହେବ।
ଆମେ ମଣିଷର ଜୀବନକାଳ ଓ ରୋଗ ବିଷୟରେ ଟିକିଏ ଉଲ୍ଲେଖ କରୁଛୁ। ଆପଣ ଜାଣି ନ ଥିବେ ଜଣେ ସାଧାରଣ ମଣିଷ ଜୀବନକାଳରେ ଅନୂ୍ୟନ ୬୨୮୪ ଥର ଛୋଟବଡ଼ ବେମାରିର ଶିକାର ହୋଇଥାଏ। ସାଧାରଣ ଥଣ୍ଡା, ବାୟୁଦୋଷ, ମୁଣ୍ଡବିନ୍ଧା, ଅଣ୍ଟାଦରଜ, କଫ-କାଶ, କୃମିଦୋଷ ଭଳି ରୋଗ ଦ୍ୱାରା ସମସ୍ତେ ନିୟମିତ ପୀଡ଼ିତ ହୋଇଥାନ୍ତି। ବ୍ରିଟେନ୍‌ର କେତେକ ଘରୋଇ ସ୍ବାସ୍ଥ୍ୟ ବୀମା ସଂସ୍ଥା ସହାୟତାରେ ସେଠାକାର ଲୋକଙ୍କ ଉପରେ ସର୍ବେକ୍ଷଣ କରାଯାଇଥିଲା। ତାହାର ଫଳାଫଳ ଅନୁଯାୟୀ ୭୮.୫ବର୍ଷ ବଞ୍ଚୁଥିବା ଜଣେ ବ୍ରିଟନ୍‌ ବାର୍ଷିକ ୮୦ଟି ପର୍ଯ୍ୟନ୍ତ ସାଧାରଣ ରୋଗ ଭୋଗିଥାନ୍ତି। ବର୍ଷରେ ୨୧ ଥର ବେଦନା ଉପଶମକାରୀ ଔଷଧ ଗ୍ରହଣ କରନ୍ତି ଅର୍ଥାତ୍‌ ଜୀବନକାଳରେ ୧୬୪୯ ଥର ଏଭଳି ଔଷଧ ଖାଇଥାନ୍ତି। ପୁଣି ପ୍ରାୟ ସମସ୍ତେ ବାର୍ଷିକ ଅତି କମ୍‌ରେ ୧୯ଥର ରକା, ୧୬ଥର ମୁଣ୍ଡବିନ୍ଧା ଓ ୧୪ଥର ପିଠିବିନ୍ଧା ଭଳି ଅତି ସାଧାରଣ ବେମାରି ଭୋଗିଥାନ୍ତି। ତା’ଛଡ଼ା ପେଟ ଗୋଳମାଳ, ହଜମଜନିତ ଅସୁବିଧା, ନାକରୁ ରକ୍ତ ପଡ଼ିବା ମଧ୍ୟ ମଣିଷ କ୍ଷେତ୍ରରେ ସାଧାରଣ। ଏଭଳି ବେମାରି ଦ୍ୱାରା ପୀଡ଼ିତ ରହୁଥିଲେ ହେଁ ସମସ୍ତେ ମନେକରନ୍ତି ଯେ ସେମାନଙ୍କଠାରେ କୌଣସି ଅସୁସ୍ଥତା ନାହିଁ। ପରିଣାମସ୍ବରୂପ ବଡ଼ ବଡ଼ ବେମାରିର ଶିକାର ହୋଇଥାନ୍ତି।
ବାସ୍ତବ କଥା ହେଉଛି କରୋନା ଆମ୍ଭମାନଙ୍କୁ ଅନେକ ମୂଲ୍ୟବାନ୍‌ ଶିକ୍ଷା ଦେଇଛି। ଅନେକଙ୍କର ଦାନାପାଣି ଓଲଟପାଲଟ ହୋଇଯାଇଛି। କିଛି ଲୋକଙ୍କ ସ୍ବପ୍ନର ସଂସାର ବି ଚୂରମାର ହୋଇଯାଇଛି। କିନ୍ତୁ ଆମ୍ଭେମାନେ ସବୁଜ ଓ ନିର୍ମଳ ପରିବେଶ ଭିତରେ ଜୀବନ ଜିଉଛୁ। ମଦ ଓ ନିଶାଦ୍ରବ୍ୟ ସାମୟିକ ବନ୍ଦ କାରଣରୁ ସମାଜରେ ଅଭାବନୀୟ ଘଟଣା ଓ ପାଶବିକତା ତୁଳନାତ୍ମକ ଭାବେ କମି ଯାଇଛି। ଘର-ପରିବାରଠାରୁ ଦୂରରେ ରହୁଥିବା କିଛି ବ୍ୟକ୍ତି ଯୌଥ ପରିବାରରେ ମିଶିବାର ଅବକାଶ ପାଇଲେ। ଜୀବନ ନିର୍ବାହ କ୍ଷେତ୍ରରେ ସଞ୍ଚୟ ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ ଶିକ୍ଷା ପାଇଲୁ। ପରିଷ୍କାର ପରିଚ୍ଛନ୍ନତା ଓ ସ୍ବାସ୍ଥ୍ୟ ସଚେତନତା କେତେ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ସେହି ଶିକ୍ଷା ତ କରୋନା ଆମମାନଙ୍କୁ ଦେଲା। ଆସନ୍ତୁ ମନ ଭିତରେ ନିରାଶା, ହତାଶା ଓ ଦୁଃଖକୋହକୁ ପଛକୁ ଠେଲି ଦିବ୍ୟ ଜୀବନ ବିତାଇବା ପାଇଁ ଯେଉଁ ସୁଯୋଗ ପାଇଲେ ତାହାକୁ ଜୀବନ କ୍ଷେତ୍ରରେ ଲଗାଇବା।
ସର୍ଜରି ବିଶେଷଜ୍ଞ, କଟକ
ମୋ : ୯୪୩୭୨୭୭୭୪୮


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri