ବଢ଼ୁଛି ଭାରତୀୟଙ୍କ ଋଣ ବୋଝ

ନୂଆଦିଲ୍ଲୀ,୧୭-୯: ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ସଞ୍ଚୟ କମିବାରେ ଲାଗିଛି। ଫଳରେ ୨୦୧୮ ସୁଦ୍ଧା ୫ ବର୍ଷରେ ଲୋକଙ୍କ ଉପରେ ଋଣ ବୋଝ ୫୮% ବୃଦ୍ଧି ପାଇ ୭.୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଗଲାଣି। ଅନ୍ୟପକ୍ଷରେ ୨୦୧୭ରେ ଏହି ମାତ୍ର ୨୨ ପ୍ରତିଶତ ବଢ଼ିଥିଲା ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ରିସର୍ଚ୍ଚରୁ ଜଣାପଡିଛି।
ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, ଗତ ୫ ବର୍ଷ ଭିତରେ ଭାରତୀୟ ପରିବାରଙ୍କ ଉପରେ ଋଣବୋଝ ଦୁଇଗୁଣା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏହି ଅବଧିରେ ଖର୍ଚ୍ଚ ହେବାକୁ ଥିବା ଆୟ(ଡିସ୍‌ପୋଜେବଲ୍‌ ଇନ୍‌କମ୍‌) ମାତ୍ର ଦେଢ଼ଗୁଣା ବଢ଼ିଛି। ଫଳସ୍ବରୂପ ଦେଶର ମୋଟ ସଞ୍ଚୟ ପରିମାଣ ୪.୧% ହ୍ରାସ ପାଇ ୩୪.୬ରୁ ୩୦.୫%କୁ ହ୍ରାସ ପାଇଛି। ଘରୋଇ ସ୍ତରରେ ସଞ୍ଚୟ ହ୍ରାସ ପାଇଥିବାରୁ ଜାତୀୟ ସ୍ତରରେ ଏହା କମିବାର ମୁଖ୍ୟ କାରଣ ହୋଇଛି। ଏହି ୫ ବର୍ଷରେ ପ୍ରତ୍ୟେକ ପରିବାରର ସଞ୍ଚୟ ପ୍ରାୟ ଜିଡିପି ହିସାବରେ ୬.୪% କମିଛି। ଆର୍ଥିକ ବର୍ଷ ୨୦୧୨ରେ ଘରୋଇ ସଞ୍ଚୟ ହାର ୨୩.୬% ରହିଥିବା ବେଳେ ୨୦୧୮ରେ ଏହା ହ୍ରାସ ପାଇ ୧୭.୨% ହୋଇଛି। ସଞ୍ଚୟ ହ୍ରାସର ପ୍ରଭାବ ଅର୍ଥନୀତି ଉପରେ ପଡୁଥିବା ସ୍ପଷ୍ଟ ଦେଖାଯାଉଛି।
ଏସ୍‌ବିଆଇ ରିପୋର୍ଟରେ କୁହାଯାଇଛି ଯେ, କେବଳ ସୁଧ ହାର ହ୍ରାସ କରିବା ଦ୍ୱାରା ଅର୍ଥନୀତିରେ ଦେଖାଦେଇଥିବା ସମସ୍ୟାର ସମାଧାନ ହେବ ନାହିଁ। ସରକାରଙ୍କ ପକ୍ଷରୁ ଆହୁରି କେତେକ ଅନ୍ୟ ପଦକ୍ଷେପ ନେବାକୁ ହେବ। ବ୍ୟାଙ୍କ ପକ୍ଷରୁ ନିଜର ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ, କ୍ୟାପିଟାଲ ଗେନ୍‌ ଟ୍ୟାକ୍ସ ହଟାଇ ଦେବା ପରେ ୨୦୧୮ରେ ଅର୍ଥ ସଞ୍ଚୟ ଉପରେ କିଛି ମାତ୍ରାରେ ସକାରାମତ୍କ ପ୍ରଭାବ ପଡିଥିବା ଦେଖାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏହା ପୁଣି କମିଯାଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ସେକ୍ଟର ଭିତ୍ତିରେ ସହାୟତା ପ୍ୟାକେଜ ଘୋଷଣା କରିଦେଲେ ଚଳିବ ନାହିଁ। ଏହା ସ୍ଥାନରେ ଖର୍ଚ୍ଚ ବଢ଼ାଇବାକୁ ହେବ। ବିଶେଷ କରି ଗ୍ରାମାଞ୍ଚଳରେ ଖର୍ଚ୍ଚ ବଢ଼ାଇବା ଉପରେ ଜୋର୍‌ ଦେବାକୁ ପଡିବ। କୃଷକଙ୍କୁ ଆର୍ଥିକ ସହାୟତା ଦେବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା ଘୋଷଣା କରାଯାଇଛି ସତ, ଲକ୍ଷ୍ୟ ଠାରୁ ଅନେକ କମ୍‌ ଚାଷୀଙ୍କୁ ଅର୍ଥ ଆବଣ୍ଟନ କରାଯାଇଛି। ପିଏମ୍‌ କିଷାନ ପୋର୍ଟାଲରୁ ଜଣାପଡୁଛି ଯେ, ଲକ୍ଷ୍ୟ ଠାରୁ ପ୍ରାୟ ଅଧା ଚାଷୀ ପଞ୍ଜୀକରଣ କରିଛନ୍ତି। ଚଳିତବର୍ଷ ଜୁନ୍‌ ସୁଦ୍ଧା ୬.୮୯ କୋଟି ଚାଷୀଙ୍କର ପଞ୍ଜୀକରଣ ଯାଞ୍ଚ ଶେଷ ହୋଇଛି। ଅନ୍ୟପକ୍ଷରେ ସରକାର ୧୪.୬ କୋଟି ଚାଷୀଙ୍କୁ ପିଏମ୍‌ କିଷାନ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ସେହିପରି ବଜେଟରେ ଆବଣ୍ଟିତ ପୁଞ୍ଜିଗତ ଖର୍ଚ୍ଚ ହ୍ରାସ ପାଇଛି ବୋଲି ଉଲ୍ଲେଖ କରି ରିପୋର୍ଟରେ କୁହାଯାଇଛି ଯେ, ଅଦ୍ୟାବଧି ସରକାର କେବଳ ୩୨ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି। ଗତବର୍ଷ ଏହି ସମୟରେ ଏହା ୩୭.୧ ପ୍ରତିଶତ ଥିଲା। ଅନ୍ୟପକ୍ଷରେ ନିବେଶ ଭାରିମାତ୍ରାରେ ହ୍ରାସ ପାଇଛି। ୨୦୦୭ରୁ ୨୦୧୪ ମଧ୍ୟରେ ୫୦% ନିବେଶ ହୋଇଥିବା ବେଳେ ୨୦୧୪ରୁ ୨୦୧୯ ମଧ୍ୟରେ ଏହା ୩୦%କୁ ହ୍ରାସ ପାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଅର୍ଥନୀତିରେ ସୃଷ୍ଟି ହୋଇଥିବା ସଙ୍କଟ ଅତ୍ୟନ୍ତ ଗଭୀର। ଏହାର ଚେର ବହୁଦୂରକୁ ଲମ୍ବିଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ସେକ୍ଟର ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜର ପ୍ରଭାବ କେତେ ପଡୁଛି, ତାହା ଦେଖିବାକୁ ହେବ ବୋଲି ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri