ଲାଟେଷ୍ଟ ଟ୍ରେଣ୍ଡରେ ବଞ୍ଜାରା ଜୁଏଲେରି

ଜୁଏଲେରି ପିନ୍ଧିବାର ସଉକ ପ୍ରାୟ ସବୁ ମହିଳାଙ୍କର ଥାଏ। ଖାସ୍‌ ସେଥିପାଇଁ ଜୁଏଲେରିକୁ ନେଇ ବହୁ ଏକ୍ସପେରିମେଣ୍ଟ କରାଯାଇ ମାର୍କେଟ୍‌କୁ ଏହାର ଅନେକ ଲାଟେଷ୍ଟ ଟ୍ରେଣ୍ଡ ଆସିଥାଏ। କେବେ ଗୋଲ୍ଡ, କେବେ ସିଲ୍‌ଭର୍‌ ଆଉ କେବେ ପର୍ଲ ଜୁଏଲେରିର ଡିମାଣ୍ଡ ରହିଥାଏ ତ କେବେ ଆଣ୍ଟିକ୍‌ ଜୁଏଲେରିର ଖୁବ୍‌ କ୍ରେଜ୍‌ ବଢ଼ିଯାଏ। ତେବେ ବର୍ତ୍ତମାନର ଫ୍ୟାଶନ ଟ୍ରେଣ୍ଡରେ ବଞ୍ଜାରା ଜୁଏଲେରିର ଚାହିଦା ବେଶ୍‌ ରହିଥିବା ଦେଖିବାକୁ ମିଳୁଛି। ତେବେ କ’ଣ ଏହି ବଞ୍ଜାରା ଜୁଏଲେରି ଆଉ ଏହାର କି କି ଲାଟେଷ୍ଟ ଡିଜାଇନ୍‌ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ସାଧାରଣତଃ ବଞ୍ଜାରାମାନେ ହେଉଛନ୍ତି ଯାଯାବର ସଂପ୍ରଦାୟର। ସେମାନେ ନିଜସ୍ବ ଶୈଳୀରେ ଜୁଏଲେରି ତିଆରି କରି ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଖାସ୍‌ କରି ଷ୍ଟୋନ, କଏନ୍‌, ବିଡ୍ସ, ମିରର୍‌, ଉଡ୍‌, କଉଡି ତଥା ପଶୁପକ୍ଷୀଙ୍କ ହାଡ଼କୁ ସଂଗ୍ରହ କରି ତାକୁ ପଲିଶ୍‌ କରି ସେମାନେ ଆକର୍ଷଣୀୟ ରୂପ ଦେଇଥାନ୍ତି। ପରେ ସେହି ସବୁ ଜିନିଷକୁ ବ୍ୟବହାର କରି ଅତି ସୁନ୍ଦର ସୁନ୍ଦର ଜୁଏଲେରି ଗଢ଼ି ସେମାନେ ତାକୁ ବ୍ୟବହାର କରିଥାନ୍ତି। ସେଥିପାଇଁ ସେମାନଙ୍କ ଜୁଏଲେରିକୁ ଫ୍ୟାଶନ ଦୁନିଆରେ ବଞ୍ଜାରା ଜୁଏଲେରି ବୋଲି କୁହାଯାଇଥାଏ। ତେବେ ବଞ୍ଜାରା ଜୁଏଲେରି କେବଳ ଯାଯାବର ସଂପ୍ରଦାୟର ଲୋକ ହିଁ ବ୍ୟବହାର କରନ୍ତି ତାହା ନୁହେଁ, ଆଜିକାଲି ଏହାକୁ ଫ୍ୟାଶନ ଟ୍ରେଣ୍ଡ ଭାବେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଯୁବତୀମାନେ ବି ପିନ୍ଧୁଥିବା ଦେଖିବାକୁ ମିଳୁଛି।
ବିଭିନ୍ନ ଡିଜାଇନ୍‌ର ବଞ୍ଜାରା ଜୁଏଲେରି

କଉଡ଼ିରେ ତିଆରି ଜୁଏଲେରି: କଉଡ଼ିରେ ତିଆରି ଜୁଏଲେରି ହେଉଛି ବଞ୍ଜାରା ଜୁଏଲେରିର ସବୁଠାରୁ ଟ୍ରେଣ୍ଡି ଜୁଏଲେରି। ଖାସ୍‌ କରି କଉଡ଼ିରେ ତିଆରି ନେକ୍‌ଲେସ୍‌, ଇୟର ରିଂ ଆଉ ଆଙ୍କଲେଟ୍‌ ବା ପାଉଁଜି ଉଭୟ ଏଥନିକ୍‌ ତଥା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଭଲ ମାନିଥାଏ।

ମିରର୍‌ ଜୁଏଲେରି: ମିରର୍‌ ଜୁଏଲେରି ବି ବଞ୍ଜାରା ଜୁଏଲେରିର ଗୋଟେ ଅଂଶ କହିଲେ ଚଳେ। ମିରର୍‌ ଜୁଏଲେରି ଦେଖିବାକୁ ଯେମିତି ସୁନ୍ଦର ଲାଗେ, ଏହାକୁ ପିନ୍ଧିଥିବା ନାରୀଙ୍କୁ ବି ଠିକ୍‌ ସେମିତି ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଖାସ୍‌ କରି ଏହାକୁ ଶାଢ଼ି, କୁର୍ତ୍ତୀ, ଲେହେଙ୍ଗା ପରି ପାରମ୍ପରିକ ପୋଷାକ ସହ ପିନ୍ଧିଲେ ଲୁକ୍‌ ଆଟ୍ରାକ୍ଟିଭ୍‌ ଲାଗିଥାଏ।

କଏନ୍‌ ଡିଜାଇନ୍‌ ଜୁଏଲେରି: ଏହି ଜୁଏଲେରି ଟିକେ ୟୁନିକ୍‌ ଡିଜାଇନ୍‌ର ହୋଇଥାଏ। ସାଧାରଣତଃ କଏନ୍‌ ନେକ୍‌ଲେସ୍‌ରେ ଏମିତି କିଛି ଛୋଟ ଛୋଟ କଏନ୍‌ର ବ୍ୟବହାର କରାଯାଇଥାଏ, ଯେଉଁଥିରେ କିଛି ନା କିଛି ଲେଖା ହୋଇଥାଏ। ତା’ଛଡ଼ା ଏହାକୁ ଭିନ୍ନ ଭିନ୍ନ ଡିଜାଇନ୍‌ରେ ବି ତିଆରି କରାଯାଇଥାଏ। କେଉଁଥିରେ କଏନ୍‌ ନେକ୍‌ଲେସ୍‌କୁ ସୂତା ସାହାଯ୍ୟରେ ଗୁନ୍ଥା ଯାଇଥାଏ ତ ଆଉ କେଉଁଥିରେ କଏନ୍‌ ନେକ୍‌ଲେସ୍‌ରେ ଘୁଙ୍ଗୁରକୁ ଯୋଡି ଦିଆଯାଇଥାଏ। ତେବେ ଏହି ଷ୍ଟାଇଲ୍‌ର ନେକ୍‌ଲେସ୍‌କୁ ସୂତା ଶାଢ଼ି କିମ୍ବା ପ୍ରିଣ୍ଟେଡ୍‌ କୁର୍ତ୍ତୀ ସହିତ ମଥାରେ ବଡ଼ ବିନ୍ଦି ଆଉ ଓଠରେ ଡାର୍କ କଲର୍‌ର ଲିପ୍‌ଷ୍ଟିକ୍‌ ଲଗାଇ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।

ସିଲ୍‌ଭର୍‌ ବଞ୍ଜାରା ଜୁଏଲେରି: ସିଲ୍‌ଭର୍‌ ବଞ୍ଜାରା ଜୁଏଲେରି ଦେଖିବାକୁ ଯେମିତି ସୁନ୍ଦର ହୋଇଥାଏ ଏହାର ଡିଜାଇନ୍‌ ବି ଟିକେ ଭିନ୍ନ ଧରଣର ହୋଇଥାଏ। ଖାସ୍‌ କରି ଏହି ଧରଣର ଜୁଏଲେରି ଉପରେ ପଶୁପକ୍ଷୀ, ଫୁଲ ତଥା କଏନ୍‌ ଇତ୍ୟାଦିର ଡିଜାଇନ୍‌ ହୋଇଥିବାରୁ ଏହା ଟିକେ ନିଆରା ଲୁକ୍‌ ଦେଇଥାଏ। ତା’ଛଡ଼ା ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିହୁଏ। ଖାସ୍‌ କରି କଳା କିମ୍ବା ଧଳା ରଙ୍ଗର ଆଉଟ୍‌ଫିଟ୍‌ ସହ ଏହା ଅଧିକ ଆଟ୍ରାକ୍ଟିଭ୍‌ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?