ଲାଟେଷ୍ଟ ଟ୍ରେଣ୍ଡରେ ବଞ୍ଜାରା ଜୁଏଲେରି

ଜୁଏଲେରି ପିନ୍ଧିବାର ସଉକ ପ୍ରାୟ ସବୁ ମହିଳାଙ୍କର ଥାଏ। ଖାସ୍‌ ସେଥିପାଇଁ ଜୁଏଲେରିକୁ ନେଇ ବହୁ ଏକ୍ସପେରିମେଣ୍ଟ କରାଯାଇ ମାର୍କେଟ୍‌କୁ ଏହାର ଅନେକ ଲାଟେଷ୍ଟ ଟ୍ରେଣ୍ଡ ଆସିଥାଏ। କେବେ ଗୋଲ୍ଡ, କେବେ ସିଲ୍‌ଭର୍‌ ଆଉ କେବେ ପର୍ଲ ଜୁଏଲେରିର ଡିମାଣ୍ଡ ରହିଥାଏ ତ କେବେ ଆଣ୍ଟିକ୍‌ ଜୁଏଲେରିର ଖୁବ୍‌ କ୍ରେଜ୍‌ ବଢ଼ିଯାଏ। ତେବେ ବର୍ତ୍ତମାନର ଫ୍ୟାଶନ ଟ୍ରେଣ୍ଡରେ ବଞ୍ଜାରା ଜୁଏଲେରିର ଚାହିଦା ବେଶ୍‌ ରହିଥିବା ଦେଖିବାକୁ ମିଳୁଛି। ତେବେ କ’ଣ ଏହି ବଞ୍ଜାରା ଜୁଏଲେରି ଆଉ ଏହାର କି କି ଲାଟେଷ୍ଟ ଡିଜାଇନ୍‌ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ସାଧାରଣତଃ ବଞ୍ଜାରାମାନେ ହେଉଛନ୍ତି ଯାଯାବର ସଂପ୍ରଦାୟର। ସେମାନେ ନିଜସ୍ବ ଶୈଳୀରେ ଜୁଏଲେରି ତିଆରି କରି ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଖାସ୍‌ କରି ଷ୍ଟୋନ, କଏନ୍‌, ବିଡ୍ସ, ମିରର୍‌, ଉଡ୍‌, କଉଡି ତଥା ପଶୁପକ୍ଷୀଙ୍କ ହାଡ଼କୁ ସଂଗ୍ରହ କରି ତାକୁ ପଲିଶ୍‌ କରି ସେମାନେ ଆକର୍ଷଣୀୟ ରୂପ ଦେଇଥାନ୍ତି। ପରେ ସେହି ସବୁ ଜିନିଷକୁ ବ୍ୟବହାର କରି ଅତି ସୁନ୍ଦର ସୁନ୍ଦର ଜୁଏଲେରି ଗଢ଼ି ସେମାନେ ତାକୁ ବ୍ୟବହାର କରିଥାନ୍ତି। ସେଥିପାଇଁ ସେମାନଙ୍କ ଜୁଏଲେରିକୁ ଫ୍ୟାଶନ ଦୁନିଆରେ ବଞ୍ଜାରା ଜୁଏଲେରି ବୋଲି କୁହାଯାଇଥାଏ। ତେବେ ବଞ୍ଜାରା ଜୁଏଲେରି କେବଳ ଯାଯାବର ସଂପ୍ରଦାୟର ଲୋକ ହିଁ ବ୍ୟବହାର କରନ୍ତି ତାହା ନୁହେଁ, ଆଜିକାଲି ଏହାକୁ ଫ୍ୟାଶନ ଟ୍ରେଣ୍ଡ ଭାବେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଯୁବତୀମାନେ ବି ପିନ୍ଧୁଥିବା ଦେଖିବାକୁ ମିଳୁଛି।
ବିଭିନ୍ନ ଡିଜାଇନ୍‌ର ବଞ୍ଜାରା ଜୁଏଲେରି

କଉଡ଼ିରେ ତିଆରି ଜୁଏଲେରି: କଉଡ଼ିରେ ତିଆରି ଜୁଏଲେରି ହେଉଛି ବଞ୍ଜାରା ଜୁଏଲେରିର ସବୁଠାରୁ ଟ୍ରେଣ୍ଡି ଜୁଏଲେରି। ଖାସ୍‌ କରି କଉଡ଼ିରେ ତିଆରି ନେକ୍‌ଲେସ୍‌, ଇୟର ରିଂ ଆଉ ଆଙ୍କଲେଟ୍‌ ବା ପାଉଁଜି ଉଭୟ ଏଥନିକ୍‌ ତଥା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଭଲ ମାନିଥାଏ।

ମିରର୍‌ ଜୁଏଲେରି: ମିରର୍‌ ଜୁଏଲେରି ବି ବଞ୍ଜାରା ଜୁଏଲେରିର ଗୋଟେ ଅଂଶ କହିଲେ ଚଳେ। ମିରର୍‌ ଜୁଏଲେରି ଦେଖିବାକୁ ଯେମିତି ସୁନ୍ଦର ଲାଗେ, ଏହାକୁ ପିନ୍ଧିଥିବା ନାରୀଙ୍କୁ ବି ଠିକ୍‌ ସେମିତି ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଖାସ୍‌ କରି ଏହାକୁ ଶାଢ଼ି, କୁର୍ତ୍ତୀ, ଲେହେଙ୍ଗା ପରି ପାରମ୍ପରିକ ପୋଷାକ ସହ ପିନ୍ଧିଲେ ଲୁକ୍‌ ଆଟ୍ରାକ୍ଟିଭ୍‌ ଲାଗିଥାଏ।

କଏନ୍‌ ଡିଜାଇନ୍‌ ଜୁଏଲେରି: ଏହି ଜୁଏଲେରି ଟିକେ ୟୁନିକ୍‌ ଡିଜାଇନ୍‌ର ହୋଇଥାଏ। ସାଧାରଣତଃ କଏନ୍‌ ନେକ୍‌ଲେସ୍‌ରେ ଏମିତି କିଛି ଛୋଟ ଛୋଟ କଏନ୍‌ର ବ୍ୟବହାର କରାଯାଇଥାଏ, ଯେଉଁଥିରେ କିଛି ନା କିଛି ଲେଖା ହୋଇଥାଏ। ତା’ଛଡ଼ା ଏହାକୁ ଭିନ୍ନ ଭିନ୍ନ ଡିଜାଇନ୍‌ରେ ବି ତିଆରି କରାଯାଇଥାଏ। କେଉଁଥିରେ କଏନ୍‌ ନେକ୍‌ଲେସ୍‌କୁ ସୂତା ସାହାଯ୍ୟରେ ଗୁନ୍ଥା ଯାଇଥାଏ ତ ଆଉ କେଉଁଥିରେ କଏନ୍‌ ନେକ୍‌ଲେସ୍‌ରେ ଘୁଙ୍ଗୁରକୁ ଯୋଡି ଦିଆଯାଇଥାଏ। ତେବେ ଏହି ଷ୍ଟାଇଲ୍‌ର ନେକ୍‌ଲେସ୍‌କୁ ସୂତା ଶାଢ଼ି କିମ୍ବା ପ୍ରିଣ୍ଟେଡ୍‌ କୁର୍ତ୍ତୀ ସହିତ ମଥାରେ ବଡ଼ ବିନ୍ଦି ଆଉ ଓଠରେ ଡାର୍କ କଲର୍‌ର ଲିପ୍‌ଷ୍ଟିକ୍‌ ଲଗାଇ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।

ସିଲ୍‌ଭର୍‌ ବଞ୍ଜାରା ଜୁଏଲେରି: ସିଲ୍‌ଭର୍‌ ବଞ୍ଜାରା ଜୁଏଲେରି ଦେଖିବାକୁ ଯେମିତି ସୁନ୍ଦର ହୋଇଥାଏ ଏହାର ଡିଜାଇନ୍‌ ବି ଟିକେ ଭିନ୍ନ ଧରଣର ହୋଇଥାଏ। ଖାସ୍‌ କରି ଏହି ଧରଣର ଜୁଏଲେରି ଉପରେ ପଶୁପକ୍ଷୀ, ଫୁଲ ତଥା କଏନ୍‌ ଇତ୍ୟାଦିର ଡିଜାଇନ୍‌ ହୋଇଥିବାରୁ ଏହା ଟିକେ ନିଆରା ଲୁକ୍‌ ଦେଇଥାଏ। ତା’ଛଡ଼ା ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିହୁଏ। ଖାସ୍‌ କରି କଳା କିମ୍ବା ଧଳା ରଙ୍ଗର ଆଉଟ୍‌ଫିଟ୍‌ ସହ ଏହା ଅଧିକ ଆଟ୍ରାକ୍ଟିଭ୍‌ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri