ବଜେଟକୁ ନେଇ ଖାସ୍‌ କଥା

*୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଏଥର ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଅର୍ଥ ମନ୍ତ୍ରଣାଳୟ ପ୍ରେସ୍‌ର ଡେପୁଟି ମ୍ୟାନେଜର କୁଲଦୀପ କୁମାର ଶର୍ମାଙ୍କ ପିତାଙ୍କ ଦେହାନ୍ତ ୨୬ ଜାନୁୟାରୀରେ ହୋଇଥିଲେ ବି ସେ ଘରକୁ ଯାଇପାରି ନ ଥିଲେ। ଯେ ପର୍ଯ୍ୟନ୍ତ ବଜେଟ ଉପସ୍ଥାପିତ ନ ହେବ ସେ ପର୍ଯ୍ୟନ୍ତ ମନ୍ତ୍ରଣାଳୟର କୌଣସି ଅଧିକାରୀ ବା କର୍ମଚାରୀଙ୍କୁ ମନ୍ତ୍ରଣାଳୟ ବାହାରକୁ ଯିବା ଲାଗି ଅନୁମତି ନ ଥିବାରୁ ସେ ଯାଇପାରିନଥିଲେ।

*ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟାରେ ରହିଥିବା ବ୍ୟକ୍ତିଙ୍କୁ ‘ବଜେଟ କୋର୍‌ଗ୍ରୁପ’ କୁହାଯାଏ। ଏଥିରେ ସବୁ ବିଭାଗର ସଚିବ ଓ ମୁଖ୍ୟ ଅର୍ଥ ପରାମର୍ଶଦାତା ରହିଥାନ୍ତି। ଏହି ଗ୍ରୁପ ଅଧୀନରେ ୫୦ ଜଣ ରହିଥାନ୍ତି। ଏହାର ନେତୃତ୍ୱ ନେଇଥାନ୍ତି ରାଜସ୍ବ ସଚିବ। ତାଙ୍କ ଅଧୀନରେ ଦୁଇଜଣ ଜଏଣ୍ଟ ସେକ୍ରେଟାରୀ ଓ ତାଙ୍କ ପରକୁ ତିନି ରୁ ଚାରିଜଣ ଡେପୁଟି ସେକ୍ରେଟାରୀ ଓ ୪/୫ ଜଣ ଅଣ୍ଡର୍‌ ସେକ୍ରେଟାରୀ ରହିଥାନ୍ତି। ଏମାନଙ୍କବାଦ୍‌ ପ୍ରିଣ୍ଟିଂପ୍ରେସର ଅଧିକାରୀମାନେ ରହିଥାନ୍ତି।

*ଇନ୍ଦିରା ଗାନ୍ଧୀ ୧୯୭୦ରେ ପ୍ରଥମ ମହିଳା ଭାବେ ବଜେଟ ଉପସ୍ଥାପନ କରିଥିଲେ। ତାଙ୍କ ପରେ ନିର୍ମଳା ସୀତାରାମନ ଚଳିତଥରକୁ ନେଇ ଦୁଇଥର ବଜେଟ ଉପସ୍ଥାପନ କରିଛନ୍ତି।

*ବଜେଟ ଛପା ପ୍ରକ୍ରିୟା ହାଲୁଆ ଉସତ୍ବରୁ ଆରମ୍ଭ ହୋଇଥାଏ। ଏହି ଉସତ୍ବରେ ଅର୍ଥମନ୍ତ୍ରୀ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ହାଲୁଆ ବାଣ୍ଟିଥାନ୍ତି। ଏହି ଉସତ୍ବ ପରେ ମନ୍ତ୍ରଣାଳୟର ଅଧିକାରୀ ବା କର୍ମଚାରୀଙ୍କୁ ଅଲଗା ରଖାଯାଇଥାଏ ଓ ଅର୍ଥ ମନ୍ତ୍ରଣାଳୟ ବାହାରକୁ ଯିବା ଲାଗି ଅନୁମତି ଦିଆଯାଇନଥାଏ। ୨୦୨୦-୨୧ ବଜେଟ ପାଇଁ ଏହି ଉସତ୍ବ ଜାନୁୟାରୀ ୨୦ରେ ଆରମ୍ଭ କରାଯାଇଥିଲା।

*ବଜେଟ ଉପସ୍ଥାପନ ହେବାର ଦୁଇଦିନ ପୂର୍ବରୁ ମନ୍ତ୍ରଣାଳୟକୁ ପୂରା ବନ୍ଦ କରିଦିଆଯାଏ। ବଜେଟ ଉପସ୍ଥାପନ ହେବା ପରେ ବଜେଟ ପ୍ରକ୍ରିୟା ସହ ଜଡିତ ସମସ୍ତ ଅଧିକାରୀ ଓ କର୍ମଚାରୀ ବାହାରକୁ ଆସିଥାନ୍ତି।

*ଅର୍ଥ ମନ୍ତ୍ରଣାଳୟର ପ୍ରିଣ୍ଟିଂ ପ୍ରେସ୍‌ରେ ବଜେଟ ଛପା କାର୍ଯ୍ୟରେ ୨୦-୩୦ ଜଣ ବ୍ୟକ୍ତି କଡ଼ା ସୁରକ୍ଷା ମଧ୍ୟରେ ରହିଥାନ୍ତି।

*ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଖୁବ୍‌ ଗୋପନରେ କରାଯାଇଥାଏ। ଏହାକୁ ଉପସ୍ଥାପନ କରାଯିବା ଯାଏ ମନ୍ତ୍ରଣାଳୟର ଶୀର୍ଷ ଅଧିକାରୀଙ୍କଠାରୁ ଆରମ୍ଭ କରି ଅଧଃସ୍ତନ କର୍ମଚାରୀ, ଷ୍ଟେନୋଗ୍ରାଫର,ଟାଇପ୍‌ରାଇଟର୍ସ, ପ୍ରିଣ୍ଟିଂପ୍ରେସ କର୍ମଚାରୀ କାର୍ଯ୍ୟାଳୟ ମଧ୍ୟରେ ରହି କାମ କରିଥାନ୍ତିି। ଗୋପନୀୟ ରଖିବା ଲାଗି ସେମାନଙ୍କୁ ପରିବାର ସହ କଥା ହେବା ପାଇଁ ବି ସୁଯୋଗ ଦିଆଯାଇନଥାଏ।
ଭାରତ ସାଧାରଣତନ୍ତ୍ର ରାଷ୍ଟ୍ର ହେବା ପରେ ୧୯୫୦ରେ ପ୍ରଥମ ବଜେଟ ରାଷ୍ଟ୍ରପତି ଭବନରେ ଛପା ଯାଇଥିଲା। କିନ୍ତୁ ବଜେଟ ଲିକ୍‌ ହୋଇଯାଇଥିଲା। ଏହାକୁ ଇଂଲଣ୍ଡର ଜଣେ ସାମ୍ବାଦିକ ଲିକ୍‌ କରିଥିଲେ। ଏହାପରେ ବଜେଟକୁ ଦିଲ୍ଲୀର ମିଣ୍ଟୋ ରୋଡସ୍ଥିତ ସିକ୍ୟୁରିଟି ପ୍ରେସ୍‌ରେ ୩୦ ବର୍ଷ ଧରି ଛପାଯାଇଥିଲା। ଏହାପରେ ୧୯୮୦ରେ ନର୍ଥବ୍ଲକ୍‌ସ୍ଥିତ ଅର୍ଥ ମନ୍ତ୍ରଣାଳୟରେ ଛପା ଯାଇଥିଲା ଓ ୪୦ ବର୍ଷ ହେବ ସେଠାରେ ଏହା ଛପାଯାଉଛି।

*ବଜେଟ ପ୍ରଥମେ ଇଂଲିଶରେ ଛପା ଯାଉଥିଲା। ୧୯୫୫-୫୬ରେ ଏହାକୁ ହିନ୍ଦୀରେ ଛପା ଆରମ୍ଭ ଯାଇଥିଲା।

*୧୬୦ ବର୍ଷ ପୂର୍ବେ ୧୮୬୦ରେ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ ବ୍ରିଟିଶ ସରକାରଙ୍କ ଅର୍ଥମନ୍ତ୍ରୀ ଜେମ୍ସ ଓ୍ବିଲ୍‌ସନ ।

*ଭାରତ ସ୍ବାଧୀନତା ହେବାପରେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଆର.କେ. ଷଣ୍‌ମୁଖମ ଚେଟ୍ଟି ୧୯୪୭ରେ ଉପସ୍ଥାପନ କରିଥିଲେ। ଗଣତନ୍ତ୍ର ସ୍ଥାପନ ପରେ ପ୍ରଥମ ବଜେଟ ୨୮ ଫେବୃୟାରୀ ୧୯୫୦ରେ ଜନ୍‌ ମଥାଇ ଉପସ୍ଥାପନ କରିଥିଲା। ଏହି ବଜେଟରେ ଯୋଜନା ଆୟୋଗ ସ୍ଥାପନର ବର୍ଣ୍ଣନା ରହିଥିଲା।

*ମୋରାରଜି ଭାଇ ଦେଶାଇ ସବୁଠୁ ବେଶୀ ୧୦ ଥର ବଜେଟ ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

ଶ୍ରାବଣ ମାସର ପ୍ରଥମ ସୋମବାର; ଏହି ରାଶି ଉପରେ ରହିବ ମହାଦେବଙ୍କ କୃପା, ହେବ ଧନବର୍ଷା

ଶ୍ରାବଣ ମାସର ଏହି ପ୍ରଥମ ସୋମବାରରେ, ଚନ୍ଦ୍ର କୁମ୍ଭ ରାଶିରୁ ମୀନ ରାଶିକୁ ଗୋଚର କରିଛନ୍ତି । ମଙ୍ଗଳ ବୃଷ ରାଶିରୁ ମିଥୁନ ରାଶିକୁ ସ୍ଥାନାନ୍ତରିତ ହୋଇଛନ୍ତି…

ବୀମା ଟଙ୍କା ଲୋଭରେ ସ୍ତ୍ରୀ ଉପରେ ଗାଡ଼ି ଚଢାଇ ଦେଲେ ସ୍ବାମୀ

ହମ୍ମିରପୁର, ୩ା୮ (ଉତ୍ତର ପ୍ରଦେଶ): ୪୪ ଲକ୍ଷ ଟଙ୍କାର ବୀମା ରାଶି ହଡ଼ପ କରିବା ଲୋଭରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।…

ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର,୩ା୮: ଭୁବନେଶ୍ବରସ୍ଥିତ ପାତ୍ରପଡ଼ାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ସୂତା ଫ୍ୟାକ୍ଟ୍ରି…

ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ମହାପ୍ରୟାଣ ଯାନ, ଖଟିଆରେ ବୁହା ହେଲା ମୃତଦେହ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଉପାନ୍ତ ଅଞ୍ଚଳରେ ରାସ୍ତା ନଥିବାରୁ ମୃତଦେହକୁ ଖଟିଆରେ ବୁହାହେବା ଘଟଣା ଏବେ ମୋବାଇଲକୁ ମୋବାଇଲ ଭାଇରଲ…

ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌…

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ନିଶ୍ଚିତ? କୀର୍ତ୍ତି ଆଜାଦଙ୍କ ଭାଇ କଲେ ବଡ଼ ଦାବି

ପାଟନା,୩।୮: ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନର ଫଳାଫଳ ଆସୁଛି। ଇତି ମଧ୍ୟରେ, ପୂର୍ବତନ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଯଶୋବର୍ଦ୍ଧନ ଝା ଆଜାଦ…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri