ବଅଁରପାଳରେ ବଢୁଛି ଅପରାଧ: ୨ ମାସରେ ୧୯ ଡକାୟତି

ବଅଁରପାଳ,୨୫।୮(ଡି.ଏନ.ଏ.) – ବଅଁରପାଳ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଦିନ ଦ୍ୱିପ୍ରହରରେ ଲୋକଙ୍କଠାରୁ ଲୁଟ୍‌ କରି ସହଜରେ ଖସି ପଳାଉଛନ୍ତି। ଫଳରେ ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। କେବଳ ଗତ ୨ ମାସରେ ଅଞ୍ଚଳରେ ୧୯ ଚୋରି ଡକାୟତି ହୋଇଥିବାବେଳେ କୌଣସି ମାମଲାରେ ବି ପୋଲିସ ଜଣେ ହେଲେ ଅଭିଯୁକ୍ତଙ୍କୁ ଧରିପାରିନାହିଁ। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସୂଚନା ମୁତାବକ, ବଅଁରପାଳ ସାପ୍ତାହିକ ହାଟ ଓ ଅନ୍ୟାନ୍ୟ ସ୍ଥାନରୁ ୨ ମାସ ମଧ୍ୟରେ ୭ଟି ବାଇକ୍‌, ୪ଟି ମୋବାଇଲ ଚୋରି ହୋଇଛି। ସେହିପରି ଜାତୀୟ ରାଜପଥରୁ ମାରଣାସ୍ତ୍ର ଦେଖାଇ ୪ ଜଣଙ୍କଠାରୁ ଟଙ୍କା, ଗହଣା ଲୁଟ୍‌ ହୋଇଛି। ରାତିରେ ଦୁର୍ବୃତ୍ତମାନେ ୨ଟି ଘରେ ପଶି ଟଙ୍କା ଗହଣା ଲୁଟି ନେଇଛନ୍ତି। ଗତ ବୁଧବାର ରାତିରେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଥାନା ସମ୍ମୁଖରେ ଥିବା ଚା ଦୋକାନୀ ବସନ୍ତ ଘଡେଇଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ଏହି ଘଟଣା ସମ୍ପର୍କରେ ବଅଁରପାଳ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ହେଲେ ବଅଁରପାଳ ପୋଲିସ କେତେକ ଘଟଣାରେ ମାମଲା ରୁଜୁ କରିଥିବାବେଳେ ଅନ୍ୟ କେତେକ ଘଟଣାରେ କେବଳ ଅଭିଯୋଗ ରଖି ଚୁପ ବସିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ତ ଦୂର କଥା ପୋଲିସର ତଦନ୍ତ ମଧ୍ୟ ଆଗେଇପାରୁ ନ ଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଥାନା ଅଧିକାରୀ ସୁନୀଲ କର କହିଛନ୍ତି, ପୋଲିସ ପକ୍ଷରୁ ଅଞ୍ଚଳରେ କଡ଼ାକଡ଼ି ପାଟ୍ରୋଲିଂ କରାଯାଉଛି। ଅପରାଧକୁ କିପରି ହ୍ରାସ କରାଯିବ ସେ ଉପରେ ଗୁରୁତ୍ୱ ଦିଆଯାଉଛି। ଅନେକ ସମୟରେ ବଡ଼ବଡ଼ ଅପରାଧୀଙ୍କୁ ମଧ୍ୟ ଧରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri