ବଂଶଧାରାର ଜଳକୁ ନେଇ ତୁଟୁନି ବିବାଦ: ସୁପ୍ରିମ୍‌କୋର୍ଟରେ ଶୁଣାଣି ଆଜି

କାଶୀନଗର, ୧୦।୧(ଡି.ଏନ୍‌.ଏ.)-ସୁପ୍ରିମ୍‌କୋର୍ଟ ଶୁକ୍ରବାର ବଂଶଧାରା ଜଳ ବିବାଦର ଶୁଣାଣି ରହିଛି। ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନରୁ ଏହାକୁ ନେଇ ବିବାଦ ଲାଗିରହିଛି। ଟ୍ରିବ୍ୟୁନାଲ୍‌ରୁ ବିବାଦ ଏବେ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଶୁକ୍ରବାର ଏହି ବିବାଦର ଶୁଣାଣି ଉପରେ ଗଜପତି ଜିଲା କାଶୀନଗରବାସୀଙ୍କ ନଜର ରହିଛି।
ଓଡ଼ିଶାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ବଂଶଧାରା ନଦୀ ଏକ କ୍ଷୁଦ୍ର ସ୍ରୋତ ରୂପେ ଜନ୍ମ ନେଇଛି। ଏହାର ଦୈର୍ଘ୍ୟ ୨୫୪କିମି। ଏଥିରୁ ୧୪୩କିମି ଓଡ଼ିଶାରେ ରହିଥିବାବେଳେ ଆନ୍ଧ୍ରରେ ରହିଛି ୮୨କିମି। କାଶୀନଗର ବ୍ଲକ୍‌ର ପାଲସିଂଠାରୁ କିଡିଗାଁ ପର୍ଯ୍ୟନ୍ତ ୨୯କିମି ରହିଛି ଏହାର କମନ୍‌ ବାଉଣ୍ଡାରୀ। ଆନ୍ଧ୍ର ସରକାର ପକ୍ଷରୁ ୨ଟି ପର୍ଯ୍ୟାୟରେ ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ଏବଂ କାଟ୍ରାଗୁଡ଼ାଠାରେ ଏକ ନଦୀବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। ଇତିମଧ୍ୟରେ ଆନ୍ଧ୍ର ପକ୍ଷରୁ ନେରେଡି ବ୍ୟାରେଜର ପ୍ରାୟ ୯୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଜଣାପଡ଼ିଛି। ଏହି ବ୍ୟାରେଜ ନିର୍ମାଣ ହେଲେ ଆନ୍ଧ୍ରରେ ୬୦ହଜାର ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା ହୋଇପାରିବ। ତେବେ ବିଶେଷଜ୍ଞଙ୍କମାନଙ୍କ ମତ ଅନୁଯାୟୀ କାଟ୍ରାଗୁଡ଼ା ପ୍ରକଳ୍ପ ଦ୍ୱାରା ଓଡ଼ିଶାର ବିଶେଷ କ୍ଷତି ହେବ ନାହିଁ, କାରଣ ବର୍ଷା ଦିନରେ ନଦୀରେ ଦେଢ଼ ମିଟରରୁ ଊର୍ଦ୍ଧ୍ୱ ପାଣି ରହିଲେ ହିଁ ଆନ୍ଧ୍ର ପାଣି ପାଇପାରିବ। ତେବେ ଆନ୍ଧ୍ର ଦ୍ୱାରା ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ ନିର୍ମାଣ ହେଲେ ଦକ୍ଷିଣ ଓଡ଼ିଶାର ଜିଲା ଗୁଡ଼ିକ ଏବଂ ବିଶେଷକରି ବଂଶଧାରା ନଦୀ କୂଳିଆ ଗଜପତି ଜିଲାର କାଶୀନଗର ବ୍ଲକ୍‌ ଓ ଏନଏସିର ପ୍ରଭାବିତ ହେବ। ଆନ୍ଧ୍ର ଏହି ବ୍ୟାରେଜରୁ ସୁବିଧାରେ ଜଳ ନେଇପାରିବ। ଫଳରେ କାଶୀନଗର ଅଞ୍ଚଳର ଜନସାଧାରଣ ଉତ୍କଟ ଜଳସଙ୍କଟର ସମ୍ମୁଖୀନ ହେବେ। ଭୂତଳ ଜଳସ୍ତର କମିବା ଦ୍ୱାରା ନଦୀଶଯ୍ୟା ଶୁଷ୍କ ରହିବ। ଫଳରେ ନଦୀର ସ୍ଥାନ ପରିବର୍ତ୍ତନ ହେବାସହ ଜଳସେଚନର ସମସ୍ୟା ଯୋଗୁ ଚାଷଜମି ବିଶେଷ କ୍ଷତିଗ୍ରସ୍ତ ହେବ। ତେଣୁ ୨୦୦୬ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାରେଜ ନିର୍ମାଣକୁ ନେଇ ଆପତ୍ତି କରାଯାଇଥିଲା। କାଶୀନଗର ବ୍ଲକ୍‌ର ସାରା, ବାଡିଗାଁ ନିକଟବର୍ତ୍ତୀ ଅଞ୍ଚଳରେ ଏହି ବ୍ୟାରେଜ ନିର୍ମାଣ ହେବାର ପ୍ରସ୍ତାବ ରହିଥିବା ଯୋଗୁ ଲୋକେ ଏହାକୁ ବିରୋଧ କରିଆସୁଛନ୍ତି। ଯଦି କୋର୍ଟର ରାୟ ଆନ୍ଧ୍ର ସପକ୍ଷରେ ଯାଏ, କାଶୀନଗର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ନିଶ୍ଚିତ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବଂଶଧାରା ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‌ ଗଠନ ହେବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାରେଜ ନିର୍ମାଣକୁ ନେଇ ରହିଥିବା ଆପତ୍ତି, ଅଭିଯୋଗ ଟ୍ରିବ୍ୟୁନାଲକୁ ପଠାଯାଇଥିଲା। ୨୦୧୭ ସେପ୍ଟେମ୍ବରରେ ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ଏବଂ କାଟ୍ରାଗୁଡ଼ାଠାରେ ବନ୍ଧ ନିର୍ମାଣ ପାଇଁ ଟ୍ରିବ୍ୟୁନାଲ୍‌ ଆନ୍ଧ୍ରକୁ ଅନୁମତି ପ୍ରଦାନ କରିଥିଲେ। ଏଥିରେ ଆନ୍ଧ୍ର ପ୍ରତିବର୍ଷ ଜୁନ୍‌ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଷ ପାଇଁ ବ୍ୟାରେଜରୁ ଜଳ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ଏହାପରେ ଦୁଇ ରାଜ୍ୟର ବ୍ୟବହାର ପାଇଁ ବଳକା ଜଳ ନଦୀକୁ ଛାଡ଼ିବା ପାଇଁ ଏଥିରେ ନିର୍ଦ୍ଦେଶ ରହିଥିଲା। ଏଥିସହ ଓଡ଼ିଶାକୁ ସମସ୍ତ କ୍ଷତିପୂରଣ ଏବଂ ଖର୍ଚ୍ଚ ପ୍ରଦାନ କରିବା ପାଇଁ ଟ୍ରିବ୍ୟୁନାଲ୍‌ କହିଥିଲେ। ଟ୍ରିବ୍ୟୁନାଲ୍‌ ଆନ୍ଧ୍ର ଓ ଓଡ଼ିଶା ଦ୍ୱାରା ଯୁଗ୍ମ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସର୍ଭେ ମଧ୍ୟ କରାଯାଇଥିଲା। ତେବେ ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ବିଚାରଣାବେଳେ ଓଡ଼ିଶା ତରଫରୁ ମତ ରଖାଯାଇଥିଲା ଯେ, ଯୁଗ୍ମ ସର୍ଭେ ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇପାରିବେ ନାହିଁ। ୧୯୯୦ରେ ବଂଶଧାରା ଜଳକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ହୋଇଥିବା ବୁଝାମଣାର ଏହା ଉଲ୍ଲଂଘନ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ଜାନୁୟାରୀ ୧୦ତାରିଖରେ ସବୁ ମାମଲାର ଏକତ୍ର ବିଚାର କରାଯିବାପାଇଁ ଦିନ ଧାର୍ଯ୍ୟ କରିଥିଲେ। ଆଜି ଉକ୍ତ ରାୟ ପ୍ରକାଶ ପାଇବାକୁ ଥିବାବେଳେ କାଶୀନଗରବାସୀ ଏହାକୁ ଅପେକ୍ଷା କରିଛନ୍ତି। ରାୟ ଆନ୍ଧ୍ର ସପକ୍ଷରେ ଗଲେ କାଶୀନଗରରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବା ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ ଗଜପତି ଜିଲା ଜଳସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଡେପୁଟି ଏକଜିକ୍ୟୁଟିଭ୍‌ ଇଞ୍ଜିନିୟର) ସଞ୍ଜୟ କୁମାର ରଥ କହିଛନ୍ତି, ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ କୌଣସି ମତାମତ ଦେବା ସମ୍ଭବ ନୁହେଁ । ରାୟ ପ୍ରକାଶ ପାଇବା ପରେ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ। ଅନ୍ୟପକ୍ଷରେ ଏହି ବିବାଦକୁ ନେଇ କାଶୀନଗର ଅଞ୍ଚଳର ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ନିଜ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri