Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ନାଡାଲ, ଫେଡରର ତୃତୀୟ ରାଉଣ୍ଡରେ

ପ୍ୟାରିସ, ୩୦।୫(ଏଏଫପି)- ସ୍ପେନର ରାଫାଲ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରର ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କ୍ଲେ-କୋର୍ଟର ରାଜାଭାବେ ପରିଚିତ ନାଡାଲ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜର୍ମାନୀର ୟାନିକ୍‌ ମାଡେନଙ୍କୁ ୬-୧, ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ୧୭ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୩୨ ବର୍ଷୀୟ ନାଡାଲ ବେଲଜିୟମର ଡେଭିଡ୍‌ ଗଫିନଙ୍କୁ ପରବର୍ତ୍ତୀ ରାଉଣ୍ଡରେ ଭେଟିବେ। ଅନ୍ୟଏକ ମ୍ୟାଚରେ ଫେଡରର ଜର୍ମାନୀର ଓସ୍କାର ଓଟ୍ଟିଙ୍କୁ ୬-୪, ୬-୩, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଫେଡରର ନରଓ୍ବେର କାସ୍ପର ରୁଡ୍‌ଙ୍କୁ ଭେଟିବେ। ରୁଡ୍‌ ୬-୪, ୭-୫, ୬-୩ ସେଟ୍‌ରେ ଇଟାଲିର ମାଟେଓ ବେରେଟିନିଙ୍କୁ ହରାଇଥିଲେ। ଗ୍ରୀକ୍‌ ଷ୍ଟାର ଷ୍ଟିଫାନୋସ ତିସିତସିପାସ ବଲିଭିଆର ହ୍ୟୁଗୋ ଡେଲିଏନଙ୍କୁ ୪-୬, ୬-୦, ୬-୩, ୭-୫ ସେଟ୍‌ରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ୟୁକ୍ରେନର ଏଲିନା ସ୍ବିତୋଲିନା ତୃତୀୟ ରାଉଣ୍ଡରେ ୨୦୧୬ ଚାମ୍ପିୟନ ଗାବ୍ରିନ ମୁଗୁରୁଜାଙ୍କୁ ଭେଟିବେ। ମୁଗୁରୁଜା ସ୍ବିଡେନର ଜୋହାନା ଲାର୍ସନଙ୍କୁ ୬-୪, ୬-୧ ସେଟ୍‌ରେ ହରାଇ ଆଗକୁ ବଢ଼ିଛନ୍ତି। ଗତବର୍ଷର ରନର୍ସଅପ୍‌ ସ୍ଲୋଆନେ ଷ୍ଟିଫେନନ୍ସ ୬-୧, ୭-୬(୭/୩) ସେଟ୍‌ରେ ସାରା ସୋରିବେସ ଟର୍‌ମୋଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଫ୍ରେଞ୍ଚ୍‌ ଓପନ୍‌ ୨ୟ ରାଉଣ୍ଡରେ ଶରନ
ଉଦୀୟମାନ ଭାରତୀୟ ଟେନିସ ଖେଳାଳି ଡିଭିଜ ଶରନ ଏଠାରେ ଚାଲିଥିବା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଫ୍ରେଞ୍ଚ ଓପନ୍‌ ପୁରୁଷ ଡବଲ୍ସର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର ଅନୁଷ୍ଠିତ ପ୍ରଥମ ରାଉଣ୍ଡର ଏକ ମ୍ୟାଚ୍‌ରେ ଶରନ ଓ ତାଙ୍କ ବ୍ରାଜିଲୀୟ ଯୋଡ଼ିଦାର ମାର୍ସେଲୋ ଡେମୋଲାଇନର ୬-୩, ୪-୬, ୬-୨ ସେଟ୍‌ରେ ହଙ୍ଗେରୀ-ସ୍ବିଡେନ ଯୋଡ଼ିଦାର ଫୁକ୍‌ସୋଭିକ ଓ ଲିଣ୍ଡଷ୍ଟେଡେଟ୍‌ଙ୍କୁ ପରାସ୍ତ କରିଛନ୍ତି। ଶରନ-ମାର୍ସେଲୋ ଯୋଡ଼ିଙ୍କୁ ଏହି ମ୍ୟାଚ୍‌ ଜିତିବାକୁ ଏକ ଘଣ୍ଟା ୪୮ ମିନିଟ୍‌ ସମୟ ଲାଗିଥିଲା। ପରବର୍ତ୍ତୀ ରାଉଣ୍ଡରେ ହେନରିକ୍‌ କୋଣ୍ଟିନେ ଓ ଜନ୍‌ ପିୟର୍ସ ଯୋଡ଼ିଙ୍କୁ ଶରନ ଓ ମାର୍ସେଲୋ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?