Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ନାଡାଲ, ଫେଡରର ତୃତୀୟ ରାଉଣ୍ଡରେ

ପ୍ୟାରିସ, ୩୦।୫(ଏଏଫପି)- ସ୍ପେନର ରାଫାଲ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରର ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କ୍ଲେ-କୋର୍ଟର ରାଜାଭାବେ ପରିଚିତ ନାଡାଲ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜର୍ମାନୀର ୟାନିକ୍‌ ମାଡେନଙ୍କୁ ୬-୧, ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ୧୭ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୩୨ ବର୍ଷୀୟ ନାଡାଲ ବେଲଜିୟମର ଡେଭିଡ୍‌ ଗଫିନଙ୍କୁ ପରବର୍ତ୍ତୀ ରାଉଣ୍ଡରେ ଭେଟିବେ। ଅନ୍ୟଏକ ମ୍ୟାଚରେ ଫେଡରର ଜର୍ମାନୀର ଓସ୍କାର ଓଟ୍ଟିଙ୍କୁ ୬-୪, ୬-୩, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଫେଡରର ନରଓ୍ବେର କାସ୍ପର ରୁଡ୍‌ଙ୍କୁ ଭେଟିବେ। ରୁଡ୍‌ ୬-୪, ୭-୫, ୬-୩ ସେଟ୍‌ରେ ଇଟାଲିର ମାଟେଓ ବେରେଟିନିଙ୍କୁ ହରାଇଥିଲେ। ଗ୍ରୀକ୍‌ ଷ୍ଟାର ଷ୍ଟିଫାନୋସ ତିସିତସିପାସ ବଲିଭିଆର ହ୍ୟୁଗୋ ଡେଲିଏନଙ୍କୁ ୪-୬, ୬-୦, ୬-୩, ୭-୫ ସେଟ୍‌ରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ୟୁକ୍ରେନର ଏଲିନା ସ୍ବିତୋଲିନା ତୃତୀୟ ରାଉଣ୍ଡରେ ୨୦୧୬ ଚାମ୍ପିୟନ ଗାବ୍ରିନ ମୁଗୁରୁଜାଙ୍କୁ ଭେଟିବେ। ମୁଗୁରୁଜା ସ୍ବିଡେନର ଜୋହାନା ଲାର୍ସନଙ୍କୁ ୬-୪, ୬-୧ ସେଟ୍‌ରେ ହରାଇ ଆଗକୁ ବଢ଼ିଛନ୍ତି। ଗତବର୍ଷର ରନର୍ସଅପ୍‌ ସ୍ଲୋଆନେ ଷ୍ଟିଫେନନ୍ସ ୬-୧, ୭-୬(୭/୩) ସେଟ୍‌ରେ ସାରା ସୋରିବେସ ଟର୍‌ମୋଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଫ୍ରେଞ୍ଚ୍‌ ଓପନ୍‌ ୨ୟ ରାଉଣ୍ଡରେ ଶରନ
ଉଦୀୟମାନ ଭାରତୀୟ ଟେନିସ ଖେଳାଳି ଡିଭିଜ ଶରନ ଏଠାରେ ଚାଲିଥିବା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଫ୍ରେଞ୍ଚ ଓପନ୍‌ ପୁରୁଷ ଡବଲ୍ସର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର ଅନୁଷ୍ଠିତ ପ୍ରଥମ ରାଉଣ୍ଡର ଏକ ମ୍ୟାଚ୍‌ରେ ଶରନ ଓ ତାଙ୍କ ବ୍ରାଜିଲୀୟ ଯୋଡ଼ିଦାର ମାର୍ସେଲୋ ଡେମୋଲାଇନର ୬-୩, ୪-୬, ୬-୨ ସେଟ୍‌ରେ ହଙ୍ଗେରୀ-ସ୍ବିଡେନ ଯୋଡ଼ିଦାର ଫୁକ୍‌ସୋଭିକ ଓ ଲିଣ୍ଡଷ୍ଟେଡେଟ୍‌ଙ୍କୁ ପରାସ୍ତ କରିଛନ୍ତି। ଶରନ-ମାର୍ସେଲୋ ଯୋଡ଼ିଙ୍କୁ ଏହି ମ୍ୟାଚ୍‌ ଜିତିବାକୁ ଏକ ଘଣ୍ଟା ୪୮ ମିନିଟ୍‌ ସମୟ ଲାଗିଥିଲା। ପରବର୍ତ୍ତୀ ରାଉଣ୍ଡରେ ହେନରିକ୍‌ କୋଣ୍ଟିନେ ଓ ଜନ୍‌ ପିୟର୍ସ ଯୋଡ଼ିଙ୍କୁ ଶରନ ଓ ମାର୍ସେଲୋ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri