ଫୁଲ ଚାଷ ଆଣିଛି ନୂଆ ଆଶା

କେନ୍ଦୁଝର, ୫ା୩ (ସ୍ବ.ପ୍ର.)-ପାରମ୍ପରିକ କୃଷିଠାରୁ ଚାଷୀମାନେ ମୁହଁ ଫେରାଇ କ୍ରମେ ଅଣପାରମ୍ପରିକ କୃଷି ପ୍ରତି ମନ ବଳାଉଛନ୍ତି। ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଆଦି କାରଣରୁ ଫସଲରେ ହେଉଥିବା କ୍ଷତି ରୋକିବା ପାଇଁ କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ କେତେକ ଚାଷୀ ଫୁଲ ଚାଷ କରି ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି। ଏହା ସେମାନଙ୍କୁ କରିପାରିଛି ଆତ୍ମନିର୍ଭରଶୀଳ। କିନ୍ତୁ ପ୍ରୋତ୍ସାହନ ମିଳୁ ନ ଥିବାରୁ ସମସ୍ତେ ଏହାକୁ ରୋଜଗାରର ମାଧ୍ୟମ ଭାବେ ଗ୍ରହଣ କରିପାରୁନାହାନ୍ତି। ସେପଟେ ପର୍ଯ୍ୟାପ୍ତ ପରିମାଣର ଫୁଲ ଚାଷ ହେଉ ନ ଥିବାରୁ ଲୋକେ କୋଲକାତା ଫୁଲ ଉପରେ ମଧ୍ୟ ନିର୍ଭରଶୀଳ। ଏବେ ସ୍ଥାନୀୟ ଅଞ୍ଚଳର ଫୁଲ ଚାଷ ଚାହିଦା ମେଣ୍ଟାଉଥିବାବେଳେ ମୃତ୍ତିକା ଓ ଜଳବାୟୁ ଫୁଲ ଚାଷ ଅନୁକୂଳ ହୋଇଥିବାରୁ ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ମିଳିବା ସମ୍ଭବ ହେଉଛି। ଏହାକୁ ଅଧିକ ଲୋକ ଗ୍ରହଣ କଲେ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ ବୋଲି ମତପ୍ରକାଶ ପାଉଛି।
କେନ୍ଦୁଝର ସଦର ବ୍ଲକର ମନୋହରପୁର ଗ୍ରାମର କ୍ଷେତ୍ରବାସୀ ନାଏକ ସହରର ବିଜୁଛକ ନିକଟରେ ପ୍ରତ୍ୟେକ ଦିନ ପୂଜା ପାଇଁ ଫୁଲ ବିକନ୍ତି । ଅଧିକ ଲାଭ ନାହିଁ ବୋଲି ଗ୍ରାମରେ ଅନ୍ୟମାନେ କରନ୍ତି ନାହିଁ । ସେ ଏକୁଟିଆ ଫୁଲ ଚାଷ କରୁଥିବା କୁହନ୍ତି । ପ୍ରାୟ ୭ ବର୍ଷ ହେଲା ସେ ଏହି ଚାଷ କରିଆସୁଛନ୍ତି । ଗେଣ୍ଡୁ, ସେବତୀ, ମନ୍ଦାର, ଟଗର, ଗୋଲାପ ଆଦି ଫୁଲ ଚାଷ କରିଥିବା କୁହନ୍ତି ା ଗତବର୍ଷ ଲକ୍ଷାଧିକ ଟଙ୍କାର ଫୁଲ ବିକିଥିବା କହିଛନ୍ତି । ଏଥିପାଇଁ ସେ ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ା ଭୋର୍‌ରୁ ଗ୍ରାମରୁ ଫୁଲ ଧରି ସହରକୁ ଆସିଥାନ୍ତି ା ଭାଗ ୧୦ ଟଙ୍କାରେ ବିକିଥାନ୍ତି ା ଏହି କାମରେ ପରିବାର ଲୋକ ମିଶି କାମ କରିଥାନ୍ତି ା କିଲୋ ୭୦/୮୦ ଟଙ୍କାରେ ବିକିଥାଉ। ଅନେକ ସମୟରେ ଗ୍ରାମାଞ୍ଚଳର ଚାଷୀ ଏବଂ ପାହାଡିଆ ଅଞ୍ଚଳରୁ ଆଦିବାସୀମାନେ ଫୁଲ ଆଣି ବଜାରରେ ବିକୁଥିବା ଦେଖିବାକୁ ମିଳେ। ଏଣୁ ପ୍ରୋତ୍ସାହନ ମିଳିଲେ କେନ୍ଦୁଝରର ଆବଶ୍ୟକତା ଫୁଲ ଏହି ଜିଲାରୁ ମିଳିପାରିବ ଏବଂ ବାହାର ଫୁଲ ଉପରେ ନିର୍ଭର କରିବେ ନାହିଁ ବୋଲି ଚାଷୀମାନେ ମତବ୍ୟକ୍ତ କରୁଛନ୍ତି ା
କେନ୍ଦୁଝର ଜିଲାରେ ଅନେକ ଲୋକ ଫୁଲ ଚାଷ କରି ବେଶ୍‌ ଦୁଇ ପଇସା ପାଉଛନ୍ତି ା କିନ୍ତୁ ପ୍ରୋତ୍ସାହନ ଅଭାବରୁ ପର୍ଯ୍ୟାପ୍ତ ପରିମାଣରେ ଫୁଲ ଚାଷ ହୋଇପାରୁନି। ଏଣୁ ଏଠାରେ କୋଲକାତା ଫୁଲର ଚାହିଦା ଅଧିକ ରହିଛି। କେନ୍ଦୁଝର ଜିଲା ମୁଖ୍ୟାଳୟରେ ଫୁଲ ବିକ୍ରି ହେଉଛି। ବସ୍‌ରେ ଅଣାଯାଉଛି। ତୁଳସୀ ପତ୍ର ମିଶାଇ ରଖିଲେ ବାସି ହୁଏନି ବୋଲି ଲୋକଙ୍କ ବିଶ୍ୱାସ ରହିଛି ବୋଲି କୋଲକାତାରୁ ଆସି ଫୁଲ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ବାଲା କୁହନ୍ତି। ତାଙ୍କ ଘର କୋଲକାତାର ଦେଉଲିଆ। ସେ କଲାଘାଟରୁ ଫୁଲ ଆଣିଥାନ୍ତି। ସେ କେନ୍ଦୁଝରରେ ଦୈନନ୍ଦିନ ପୂଜା ପାଇଁ ଭାଗ ୧୦ ଟଙ୍କାରେ ବିକ୍ରି କରିଥାନ୍ତି ବୋଲି କହିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ୫ ବର୍ଷ ହେଲା ସେ ଫୁଲ ବିକ୍ରି କରୁଛନ୍ତି। କେନ୍ଦୁଝରରେ ୨ ମାସ ହେଲା ଫୁଲ ଆଣି ବିକୁଥିବା କହିଛନ୍ତି ା ଏଠାରେ ଭୋର ୫ ଟାରୁ ଫୁଲ ବିକ୍ରି ଆରମ୍ଭ କରିଥାନ୍ତି। ସକାଳ ୭ଟା ପର୍ଯ୍ୟନ୍ତ ବିକ୍ରି ହୋଇଯାଇଥାଏ ବୋଲି କୁହନ୍ତି ା
ପ୍ରତ୍ୟେକ ଦିନ ଚାହିଦା ମୁତାବକ ବସ ଯୋଗେ କୋଲକାତାରୁ ଫୁଲ ମଗାଇ ଏଠାରେ ରାସ୍ତା କଡରେ ବିକିଥାନ୍ତି। ତାଙ୍କଠାରୁ ଏଠାକାର ବ୍ୟବସାୟୀମାନେ ଫୁଲ କିଲୋ ହିସାବରେ କିଣି ନେଇ ଅନ୍ୟ ସ୍ଥାନରେ ବିକିଥାନ୍ତି ା ଗେଣ୍ଡୁ ଫୁଲ କିଲୋ ପ୍ରତି ୫୦ ଟଙ୍କାରେ ଦିନକୁ ପାଖାପାଖି ୫୦/୬୦ କିଲୋ ବିକିଥାନ୍ତି ବୋଲି କୁହନ୍ତି ା ମନ୍ଦାର ଗୋଟିକୁ ୪୦ ପଇସାରେ ବିକିଥାନ୍ତି ା ରଜନୀ ଗନ୍ଧା ଫୁଲ କିଲୋ ୬ ଶହ ଟଙ୍କାରେ ବିକିଥାନ୍ତି ା ଗୋଟିଏ କିଲୋରେ ୫୦ ଟଙ୍କା ଲାଭ ପାଇଥାନ୍ତି ା ଏଠାକାର ଫୁଲ ବେଶି ଦିନ ରୁହେ ନାହିଁ। କମ ଦିନରେ ନଷ୍ଟ ହୋଇଯାଏ ା କିନ୍ତୁ କୋଲକାତା ଫୁଲ ଫ୍ରିଜରେ ରଖିଲେ ପାଖାପାଖି ୭ ଦିନ ପର୍ଯ୍ୟନ୍ତ ରହିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri