ଫୁଲ ଚାଷ ଆଣିଛି ନୂଆ ଆଶା

କେନ୍ଦୁଝର, ୫ା୩ (ସ୍ବ.ପ୍ର.)-ପାରମ୍ପରିକ କୃଷିଠାରୁ ଚାଷୀମାନେ ମୁହଁ ଫେରାଇ କ୍ରମେ ଅଣପାରମ୍ପରିକ କୃଷି ପ୍ରତି ମନ ବଳାଉଛନ୍ତି। ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଆଦି କାରଣରୁ ଫସଲରେ ହେଉଥିବା କ୍ଷତି ରୋକିବା ପାଇଁ କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ କେତେକ ଚାଷୀ ଫୁଲ ଚାଷ କରି ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି। ଏହା ସେମାନଙ୍କୁ କରିପାରିଛି ଆତ୍ମନିର୍ଭରଶୀଳ। କିନ୍ତୁ ପ୍ରୋତ୍ସାହନ ମିଳୁ ନ ଥିବାରୁ ସମସ୍ତେ ଏହାକୁ ରୋଜଗାରର ମାଧ୍ୟମ ଭାବେ ଗ୍ରହଣ କରିପାରୁନାହାନ୍ତି। ସେପଟେ ପର୍ଯ୍ୟାପ୍ତ ପରିମାଣର ଫୁଲ ଚାଷ ହେଉ ନ ଥିବାରୁ ଲୋକେ କୋଲକାତା ଫୁଲ ଉପରେ ମଧ୍ୟ ନିର୍ଭରଶୀଳ। ଏବେ ସ୍ଥାନୀୟ ଅଞ୍ଚଳର ଫୁଲ ଚାଷ ଚାହିଦା ମେଣ୍ଟାଉଥିବାବେଳେ ମୃତ୍ତିକା ଓ ଜଳବାୟୁ ଫୁଲ ଚାଷ ଅନୁକୂଳ ହୋଇଥିବାରୁ ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ମିଳିବା ସମ୍ଭବ ହେଉଛି। ଏହାକୁ ଅଧିକ ଲୋକ ଗ୍ରହଣ କଲେ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ ବୋଲି ମତପ୍ରକାଶ ପାଉଛି।
କେନ୍ଦୁଝର ସଦର ବ୍ଲକର ମନୋହରପୁର ଗ୍ରାମର କ୍ଷେତ୍ରବାସୀ ନାଏକ ସହରର ବିଜୁଛକ ନିକଟରେ ପ୍ରତ୍ୟେକ ଦିନ ପୂଜା ପାଇଁ ଫୁଲ ବିକନ୍ତି । ଅଧିକ ଲାଭ ନାହିଁ ବୋଲି ଗ୍ରାମରେ ଅନ୍ୟମାନେ କରନ୍ତି ନାହିଁ । ସେ ଏକୁଟିଆ ଫୁଲ ଚାଷ କରୁଥିବା କୁହନ୍ତି । ପ୍ରାୟ ୭ ବର୍ଷ ହେଲା ସେ ଏହି ଚାଷ କରିଆସୁଛନ୍ତି । ଗେଣ୍ଡୁ, ସେବତୀ, ମନ୍ଦାର, ଟଗର, ଗୋଲାପ ଆଦି ଫୁଲ ଚାଷ କରିଥିବା କୁହନ୍ତି ା ଗତବର୍ଷ ଲକ୍ଷାଧିକ ଟଙ୍କାର ଫୁଲ ବିକିଥିବା କହିଛନ୍ତି । ଏଥିପାଇଁ ସେ ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ା ଭୋର୍‌ରୁ ଗ୍ରାମରୁ ଫୁଲ ଧରି ସହରକୁ ଆସିଥାନ୍ତି ା ଭାଗ ୧୦ ଟଙ୍କାରେ ବିକିଥାନ୍ତି ା ଏହି କାମରେ ପରିବାର ଲୋକ ମିଶି କାମ କରିଥାନ୍ତି ା କିଲୋ ୭୦/୮୦ ଟଙ୍କାରେ ବିକିଥାଉ। ଅନେକ ସମୟରେ ଗ୍ରାମାଞ୍ଚଳର ଚାଷୀ ଏବଂ ପାହାଡିଆ ଅଞ୍ଚଳରୁ ଆଦିବାସୀମାନେ ଫୁଲ ଆଣି ବଜାରରେ ବିକୁଥିବା ଦେଖିବାକୁ ମିଳେ। ଏଣୁ ପ୍ରୋତ୍ସାହନ ମିଳିଲେ କେନ୍ଦୁଝରର ଆବଶ୍ୟକତା ଫୁଲ ଏହି ଜିଲାରୁ ମିଳିପାରିବ ଏବଂ ବାହାର ଫୁଲ ଉପରେ ନିର୍ଭର କରିବେ ନାହିଁ ବୋଲି ଚାଷୀମାନେ ମତବ୍ୟକ୍ତ କରୁଛନ୍ତି ା
କେନ୍ଦୁଝର ଜିଲାରେ ଅନେକ ଲୋକ ଫୁଲ ଚାଷ କରି ବେଶ୍‌ ଦୁଇ ପଇସା ପାଉଛନ୍ତି ା କିନ୍ତୁ ପ୍ରୋତ୍ସାହନ ଅଭାବରୁ ପର୍ଯ୍ୟାପ୍ତ ପରିମାଣରେ ଫୁଲ ଚାଷ ହୋଇପାରୁନି। ଏଣୁ ଏଠାରେ କୋଲକାତା ଫୁଲର ଚାହିଦା ଅଧିକ ରହିଛି। କେନ୍ଦୁଝର ଜିଲା ମୁଖ୍ୟାଳୟରେ ଫୁଲ ବିକ୍ରି ହେଉଛି। ବସ୍‌ରେ ଅଣାଯାଉଛି। ତୁଳସୀ ପତ୍ର ମିଶାଇ ରଖିଲେ ବାସି ହୁଏନି ବୋଲି ଲୋକଙ୍କ ବିଶ୍ୱାସ ରହିଛି ବୋଲି କୋଲକାତାରୁ ଆସି ଫୁଲ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ବାଲା କୁହନ୍ତି। ତାଙ୍କ ଘର କୋଲକାତାର ଦେଉଲିଆ। ସେ କଲାଘାଟରୁ ଫୁଲ ଆଣିଥାନ୍ତି। ସେ କେନ୍ଦୁଝରରେ ଦୈନନ୍ଦିନ ପୂଜା ପାଇଁ ଭାଗ ୧୦ ଟଙ୍କାରେ ବିକ୍ରି କରିଥାନ୍ତି ବୋଲି କହିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ୫ ବର୍ଷ ହେଲା ସେ ଫୁଲ ବିକ୍ରି କରୁଛନ୍ତି। କେନ୍ଦୁଝରରେ ୨ ମାସ ହେଲା ଫୁଲ ଆଣି ବିକୁଥିବା କହିଛନ୍ତି ା ଏଠାରେ ଭୋର ୫ ଟାରୁ ଫୁଲ ବିକ୍ରି ଆରମ୍ଭ କରିଥାନ୍ତି। ସକାଳ ୭ଟା ପର୍ଯ୍ୟନ୍ତ ବିକ୍ରି ହୋଇଯାଇଥାଏ ବୋଲି କୁହନ୍ତି ା
ପ୍ରତ୍ୟେକ ଦିନ ଚାହିଦା ମୁତାବକ ବସ ଯୋଗେ କୋଲକାତାରୁ ଫୁଲ ମଗାଇ ଏଠାରେ ରାସ୍ତା କଡରେ ବିକିଥାନ୍ତି। ତାଙ୍କଠାରୁ ଏଠାକାର ବ୍ୟବସାୟୀମାନେ ଫୁଲ କିଲୋ ହିସାବରେ କିଣି ନେଇ ଅନ୍ୟ ସ୍ଥାନରେ ବିକିଥାନ୍ତି ା ଗେଣ୍ଡୁ ଫୁଲ କିଲୋ ପ୍ରତି ୫୦ ଟଙ୍କାରେ ଦିନକୁ ପାଖାପାଖି ୫୦/୬୦ କିଲୋ ବିକିଥାନ୍ତି ବୋଲି କୁହନ୍ତି ା ମନ୍ଦାର ଗୋଟିକୁ ୪୦ ପଇସାରେ ବିକିଥାନ୍ତି ା ରଜନୀ ଗନ୍ଧା ଫୁଲ କିଲୋ ୬ ଶହ ଟଙ୍କାରେ ବିକିଥାନ୍ତି ା ଗୋଟିଏ କିଲୋରେ ୫୦ ଟଙ୍କା ଲାଭ ପାଇଥାନ୍ତି ା ଏଠାକାର ଫୁଲ ବେଶି ଦିନ ରୁହେ ନାହିଁ। କମ ଦିନରେ ନଷ୍ଟ ହୋଇଯାଏ ା କିନ୍ତୁ କୋଲକାତା ଫୁଲ ଫ୍ରିଜରେ ରଖିଲେ ପାଖାପାଖି ୭ ଦିନ ପର୍ଯ୍ୟନ୍ତ ରହିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

ପରମ୍ପରା ପାଇଁ ଅଖଣ୍ଡ ଶିକାର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମଧ୍ୟକୁ ମଙ୍ଗଳବାର ଏକ ରକ୍ତାକ୍ତ ମାଈ ବାର୍‌ହା ପଶି ଆସିଥିଲା। ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri