Posted inଖେଳ

ଫନ୍‌ ଫିଟ୍‌ନେସ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ, ୨୨।୪ – କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଭାରତୀୟ ମହିଳା ହକି ଦଳ ପକ୍ଷରୁୁ ଫନ୍‌ ଫିଟନେସ ଚ୍ୟାଲେଞ୍ଜ ଆରମ୍ଭ ହୋଇଛି। ଏହାପ୍ରତି ଲୋକମାନଙ୍କ ବଦାନ୍ୟତା ମନୋଭାବପ୍ରତି କୃତଜ୍ଞତା ଜଣାଇଛନ୍ତି ଭାରତୀୟ ଦଳ ମିଡ୍‌ଫିଲ୍ଡର ସୁଶିିଳା ଚାନୁ। ”ଭାରତୀୟ ମହିଳା ହକି ଦଳ ୧୦୦୦ ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ଲକ୍ଷ୍ୟ ରଖିଛି। ଏଥିପ୍ରତି ଲୋକଙ୍କ ସମର୍ଥନ ଓ ଭଲପାଇବା ଆମକୁ ଅଭିଭୂତ କରିଛି“ ବୋଲି ମଣିପୁର ଇମ୍ଫାଲର ଚାନୁ ପ୍ରକାଶ କରିଛନ୍ତି। ଚାନୁଙ୍କ ବାପା ଜଣେ ଡ୍ରାଇଭର ଭାବେ କାର୍ଯ୍ୟରତ। ଭାରତୀୟ ଦଳ ୪ ଦିନ ମଧ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରିଛି। ଏହି ପ୍ରକ୍ରିୟା ଲକ୍‌ ଡାଉନ୍‌ ଶେଷ ଅର୍ଥାତ୍‌ ମେ’ ୩ ପର୍ଯ୍ୟନ୍ତ ଚାଲିବ। ”ଆମେ ଏଇଥିପାଇଁ ଖୁସି ଯେ, ଲୋକମାନେ କେବଳ ଆର୍ଥିକ ସାହାଯ୍ୟ କରୁନାହାନ୍ତି, ସେମାନେ ଫିଟ୍‌ନେସ ଚ୍ୟାଲେଞ୍ଜରେ ଅଂଶଗ୍ରହଣ ମଧ୍ୟ କରୁଛନ୍ତି। ସମସ୍ତେ ଶାରୀରିକଭାବେ ସକ୍ରିୟ ରହିିବା ଗୁରୁତ୍ୱପୂର୍ଣ୍ଣ। ଫିଟ୍‌ନେସ ଚ୍ୟାଲେଞ୍ଜ୍‌ ପାଇଁ ଆମେ ଯେଉଁ ଡିଜାଇନ୍‌ ପ୍ରସ୍ତୁତ କରିଛୁ କଷ୍ଟକର ନୁହେଁ, ଏହାକୁ ଘର ମଧ୍ୟରେ ରହି କରିିହେବ“ ବୋଲି ଚାନୁ କହିଛନ୍ତି । ଚାନୁ, ପୁନମ ରାଣୀ ଓ ଲିଲି ଚାନୁ ମାୟେଙ୍ଗବାମ୍‌ ମିଶି ଲୋକମାନଙ୍କୁ‘୨୦ ପୁଶ୍‌ଅପ୍‌ ଏବଂ ୨୦ ଡିିପ୍‌’ ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ଚାନୁ ଭାରତୀୟ ପୁରୁଷ ହକି ଦଳର ସଦସ୍ୟ କୋଥାଜିତ ସିଂ ଓ ଚିଙ୍ଗଲେନସାନା ସିଂଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ବକ୍ସର ସରିତା ଦେବୀ ମଧ୍ୟ ତାଙ୍କ ନିକଟରୁ ଚ୍ୟାଲେଞ୍ଜ ପାଇଥିଲେ।
ପ୍ରକାଶ ଯୋଗ୍ୟ ଯେ, ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଟ୍ରେନିିଂ ନେଉଥିବା ଭାରତୀୟ ମହିଳା ହକି ଦଳର ୨୪ଜଣିଆ କୋର୍‌ ସଦସ୍ୟା ସମ୍ପ୍ରତି ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ରହିଛନ୍ତି। ସେମାନେ ଆଇସୋଲେଶନରେ ବ୍ୟକ୍ତିଗତ ଫିଟ୍‌ନେସ ରୁଟିନ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri