Posted inଖେଳ

ଫନ୍‌ ଫିଟ୍‌ନେସ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ, ୨୨।୪ – କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଭାରତୀୟ ମହିଳା ହକି ଦଳ ପକ୍ଷରୁୁ ଫନ୍‌ ଫିଟନେସ ଚ୍ୟାଲେଞ୍ଜ ଆରମ୍ଭ ହୋଇଛି। ଏହାପ୍ରତି ଲୋକମାନଙ୍କ ବଦାନ୍ୟତା ମନୋଭାବପ୍ରତି କୃତଜ୍ଞତା ଜଣାଇଛନ୍ତି ଭାରତୀୟ ଦଳ ମିଡ୍‌ଫିଲ୍ଡର ସୁଶିିଳା ଚାନୁ। ”ଭାରତୀୟ ମହିଳା ହକି ଦଳ ୧୦୦୦ ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ଲକ୍ଷ୍ୟ ରଖିଛି। ଏଥିପ୍ରତି ଲୋକଙ୍କ ସମର୍ଥନ ଓ ଭଲପାଇବା ଆମକୁ ଅଭିଭୂତ କରିଛି“ ବୋଲି ମଣିପୁର ଇମ୍ଫାଲର ଚାନୁ ପ୍ରକାଶ କରିଛନ୍ତି। ଚାନୁଙ୍କ ବାପା ଜଣେ ଡ୍ରାଇଭର ଭାବେ କାର୍ଯ୍ୟରତ। ଭାରତୀୟ ଦଳ ୪ ଦିନ ମଧ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରିଛି। ଏହି ପ୍ରକ୍ରିୟା ଲକ୍‌ ଡାଉନ୍‌ ଶେଷ ଅର୍ଥାତ୍‌ ମେ’ ୩ ପର୍ଯ୍ୟନ୍ତ ଚାଲିବ। ”ଆମେ ଏଇଥିପାଇଁ ଖୁସି ଯେ, ଲୋକମାନେ କେବଳ ଆର୍ଥିକ ସାହାଯ୍ୟ କରୁନାହାନ୍ତି, ସେମାନେ ଫିଟ୍‌ନେସ ଚ୍ୟାଲେଞ୍ଜରେ ଅଂଶଗ୍ରହଣ ମଧ୍ୟ କରୁଛନ୍ତି। ସମସ୍ତେ ଶାରୀରିକଭାବେ ସକ୍ରିୟ ରହିିବା ଗୁରୁତ୍ୱପୂର୍ଣ୍ଣ। ଫିଟ୍‌ନେସ ଚ୍ୟାଲେଞ୍ଜ୍‌ ପାଇଁ ଆମେ ଯେଉଁ ଡିଜାଇନ୍‌ ପ୍ରସ୍ତୁତ କରିଛୁ କଷ୍ଟକର ନୁହେଁ, ଏହାକୁ ଘର ମଧ୍ୟରେ ରହି କରିିହେବ“ ବୋଲି ଚାନୁ କହିଛନ୍ତି । ଚାନୁ, ପୁନମ ରାଣୀ ଓ ଲିଲି ଚାନୁ ମାୟେଙ୍ଗବାମ୍‌ ମିଶି ଲୋକମାନଙ୍କୁ‘୨୦ ପୁଶ୍‌ଅପ୍‌ ଏବଂ ୨୦ ଡିିପ୍‌’ ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ଚାନୁ ଭାରତୀୟ ପୁରୁଷ ହକି ଦଳର ସଦସ୍ୟ କୋଥାଜିତ ସିଂ ଓ ଚିଙ୍ଗଲେନସାନା ସିଂଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ବକ୍ସର ସରିତା ଦେବୀ ମଧ୍ୟ ତାଙ୍କ ନିକଟରୁ ଚ୍ୟାଲେଞ୍ଜ ପାଇଥିଲେ।
ପ୍ରକାଶ ଯୋଗ୍ୟ ଯେ, ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଟ୍ରେନିିଂ ନେଉଥିବା ଭାରତୀୟ ମହିଳା ହକି ଦଳର ୨୪ଜଣିଆ କୋର୍‌ ସଦସ୍ୟା ସମ୍ପ୍ରତି ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ରହିଛନ୍ତି। ସେମାନେ ଆଇସୋଲେଶନରେ ବ୍ୟକ୍ତିଗତ ଫିଟ୍‌ନେସ ରୁଟିନ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri