ଫନୀକୁ ବିତିଲା ସାଢେ ୫ ମାସ: ପ୍ରଭାବିତ କାରିଗରଙ୍କୁ ମିଳିଲାନି କ୍ଷତିପୂରଣ, ଆନ୍ଦୋଳନ ପାଇଁ ସଜବାଜ ଶିଳ୍ପୀ ମହାସଂଘ

ଯାଜପୁର ଅଫିସ,୧୭|୯- କୁଟୀର ଶିଳ୍ପ ତଥା ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଯାଜପୁର ଜିଲାର କାରିଗରମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଜିଲାର ଏହି ହସ୍ତଶିଳ୍ପ ପାଇଁ ଗୁରୁଦାୟିତ୍ୱ ବହନ କରିଥିବା ଜିଲା ଶିଳ୍ପ କେନ୍ଦ୍ର(ଡିଆଇସି) ନିଷ୍କ୍ରିୟ ହୋଇ ପଡିଥିବାରୁ କାରିଗରଙ୍କ ଜୀବନଧାରଣର ମାନ ଅପରିବର୍ତ୍ତିତ ରହିଛି। ଶତାଧିକ ହସ୍ତଶିଳ୍ପ ଓ ୨ ପୌରାଞ୍ଚଳରେ ୩୦୬୭ ଜଣ କାରିଗର ଫନୀ ଯୋଗୁ ପ୍ରଭାବିତ ହୋଇଛନ୍ତି। ଏଥିରେ କୋରେଇ ବ୍ଲକର ୩୮ଜଣ, ବ୍ୟାସନଗର ପୌରାଞ୍ଚଳର ୧୮ଜଣ, ବରୀ ବ୍ଲକର ୧୨୨ଜଣ, ରସୁଲପୁର ବ୍ଲକର ୬୧୩ ଜଣ, ସୁକିନ୍ଦା ବ୍ଲକର ୯୧ଜଣ, ଦାନଗଦୀ ବ୍ଲକର ୩୧ ଜଣ, ବିଞ୍ଝାରପୁର ବ୍ଲକର ୨୧୦ଜଣ, ଦଶରଥପୁର ବ୍ଲକର ୬୧ଜଣ, ଯାଜପୁର ବ୍ଲକର ୭୨୭ ଜଣ, ଯାଜପୁର ପୌରାଞ୍ଚଳର ୩୬ ଜଣ, ଧର୍ମଶାଳା ବ୍ଲକର ୭୭୫ ଜଣ ଓ ବଡଚଣା ବ୍ଲକର ୩୪୫ ଜଣ କାରିଗର ପ୍ରଭାବିତ ହୋଇଛନ୍ତି ା ଏଥିରେ ହସ୍ତଶିଳ୍ପଙ୍କ ବିଭିନ୍ନ କଞ୍ଚାମାଳ, ନିର୍ମାଣ ସାମଗ୍ରୀ, କର୍ମଶାଳା, ମୂର୍ତ୍ତି, କୋଇଲା, ବୈଦ୍ୟୁଦିକ ଯନ୍ତ୍ରପାତି ଆଦି ନଷ୍ଟ ହୋଇଥିଲା। କାରିଗରଙ୍କ କାଇଁଚ, ନିର୍ମାଣ ସାମଗ୍ରୀ, ପଥର କାରିଗରଙ୍କ କଞ୍ଚାମାଳ ଓ କର୍ମଶାଳା ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହାବାଦ କଂସା ପିତ୍ତଳ ଏବଂ ଟେରାକୋଟା ନିର୍ମାଣରେ କୁଣ୍ଡପାଟଣା, ବାଲିପାଟଣା, ଅତଲାପୁର, ସାମନ୍ତପୁର, ବୈଦ୍ୟରାଜପୁର, ବୁଗୁଡି, ପଣସୁଧା, ଲକ୍ଷ୍ମୀନଗର, ପ୍ରଥମାଖଣ୍ଡି, ଗୋପାଳପୁର, ଲକ୍ଷ୍ମୀନଗର ଆଦି ଗ୍ରାମର କାରିଗରମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏନେଇ କାରିଗରଙ୍କ ପକ୍ଷରୁ ସଂଗଠନ ସମ୍ପାଦକ ପ୍ରିୟରଞ୍ଜନ କରଙ୍କ ନେତୃତ୍ୱରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଡିଆନ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏଯାଏ କୌଣସି ସୁଫଳ ନ ମିଳିବାରୁ ଫନୀ ପ୍ରଭାବିତ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାବାଦ ୨୦୧୮ ମାର୍ଚ୍ଚରେ ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଏବଂ ଉନ୍ନୟନ ପରିଷଦ ଗଠନ ହୋଇଛି। ଏଥିପାଇଁ ୨୦କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। କିନ୍ତୁ ବିଡମ୍ବନା ଯେ, ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଅସହଯୋଗ କାରଣରୁ ଏହି ପରିଷଦ ଏଯାଏ ସକ୍ରିୟ ହୋଇପାରି ନାହିଁ ା ଫଳରେ ମଞ୍ଜୁର ହୋଇଥିବା ଅର୍ଥ କାରିଗରଙ୍କ ହିତରେ ଆସିପାରି ନାହିଁ। ଏପରିକି ହସ୍ତଶିଳ୍ପୀଙ୍କ ଉପତ୍ାଦିତ କଳାକୃତି କିଣିବାରେ ରାଜ୍ୟ ହସ୍ତଶିଳ୍ପ ସମବାୟ ନିଗମ ପକ୍ଷରୁ ଅନାଗ୍ରହ ପ୍ରକାଶ ପାଉଛି। ଏନେଇ ଗତ ୧୩ ତାରିଖରେ ରାଜ୍ୟ ହସ୍ତଶିଳ୍ପ ସମବାୟ ନିଗମ (ଉକତ୍ଳିକା) ସମ୍ମୁଖରେ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଗଣଧାରଣା ଦିଆଯାଇଛି। ସେହିପରି ଫନୀ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ମହାସଂଘ ସଭାପତି ଉଦୟନାଥ ମହାନ୍ତି ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ନିରଞ୍ଜନ ନାୟକଙ୍କୁ ପଚାରିବାରେ, ସେ କହିଛନ୍ତି ଫନୀ ପ୍ରଭାବିତଙ୍କ ତାଲିକା ଓ କ୍ଷୟକ୍ଷତିର ପରିମାଣ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦିଆଯାଇଛି ା ଅନୁଦାନ ଆସିଲେ କ୍ଷତିପୂରଣ ପ୍ରଦାନ କରାଯିବ।
ଫଟୋ ଅଛି-


Enter your email to get our daily news in your inbox.

All Right Reserved By Dharitri.Com

୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା

କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…

ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍‌ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପ୍ରତିବାଦରେ ଉତ୍ତେଜନା: ସବଷ୍ଟେସନରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍ ବିଭାଗର ଚରମ ଅବହେଳାକୁ ନେଇ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri