‘ଫନୀ’ ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ

ଭୁବନେଶ୍ୱର,୧ା୫ (ବ୍ୟୁରୋ)- ମାଡ଼ି ଆସୁଛି ବାତ୍ୟା ‘ଫନୀ’। ଏହା ୩ ତାରିଖରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚାଇବ। ଜାତୀୟ ପାଣିପାଗ ବିଭାଗ ଏନେଇ ସତର୍କ କରାଇବା ପରେ ଏହାର ମୁକାବିଲା ପାଇଁ  ଅଗ୍ନିଶମ ବିଭାଗ ପୂରା ପ୍ରସ୍ତୁତ ରହିଛି। ଏଥିପାଇଁ ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।  ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅଗ୍ନିଶମ ଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି।

ଶର୍ମା କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ସରଞ୍ଜାମ ପ୍ରସ୍ତୁତ କରି ରଖାଯାଇଛି। ଜେନେରେଟର, ଲାଇଟ୍‌, ଗଛକଟା ସରଞ୍ଜାମ ସମେତ ଉଦ୍ଧାର କାର୍ଯ୍ୟରେ ଆବଶ୍ୟକ ସାମଗ୍ରୀ ମହଜୁଦ ରହିଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଆଦି ୯ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିବ। ବିଶେଷ କରି ପୁରୁଣା ପକ୍କାଘର ଭୁଶୁଡିବା ସହ ବିଜୁଳି ଖୁଣ୍ଟ ଓ ଏକାଧିକ ଗଛ ଉପୁଡ଼ିବାର ଆଶଙ୍କା କରାଯାଇଛି। ତେଣୁ ବାତ୍ୟା ସମୟରେ ଓ ପରେ ଆବଶ୍ୟକ ପଦକ୍ଷେପ ନେବାକୁ ଅଗ୍ନିଶମ କର୍ମଚାରୀ ପ୍ରସ୍ତୁତ ଅଛନ୍ତି। ବିଶେଷକରି ଉପକୂଳ ଅଞ୍ଚଳକୁ ଅଗ୍ନିଶମ ବିଭାଗ ବିଶେଷ ଗୁରୁତ୍ୱ ଦେଇଛି। ୨ହଜାର କର୍ମଚାରୀ ପ୍ରସ୍ତୁତ ହୋଇ ରହିଥିବାବେଳେ ବାତ୍ୟା ଆଶଙ୍କା ନ ଥିବା ଜିଲାରୁ ମଧ୍ୟ ଅଗ୍ନିଶମ କର୍ମଚାରୀଙ୍କୁ ଅଣାଯାଇଛି। ମଙ୍ଗଳବାର ରାତି ସୁଦ୍ଧା ସ୍ବତନ୍ତ୍ର ଟିମ୍‌କୁ ଆବଶ୍ୟକ ସରଞ୍ଜାମ ସହ ଉପକୂଳବର୍ତ୍ତୀ ଅଞ୍ଚଳକୁ ପଠାଯାଇଛି। ସେହିଭଳି କଟକ ଓ ଭୁବନେଶ୍ୱରରେ ସ୍ବତନ୍ତ୍ର ଟିମ୍‌ଗୁଡ଼ିକ ପ୍ରସ୍ତୁତ ହୋଇ ରହିଛନ୍ତି। ବୁଧବାରଠାରୁ ସବୁ ଜିଲା ମୁଖ୍ୟାଳୟରେ ୨୪ଘଣ୍ଟିଆ କ୍ୟାମ୍ପ୍‌ ଖୋଲିବ। ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଉପରେ ନଜର ରଖିବା ସହ ପରିସ୍ଥିତିର ସମୀକ୍ଷା କରିବେ। ବାତ୍ୟା ପରେ ଭାଙ୍ଗିଯାଇଥିବା ଗଛ ଓ ବିଦ୍ୟୁତ୍‌ ଖୁଣ୍ଟକୁ ରାସ୍ତାରୁ ହଟାଇ ଯାତାୟାତକୁ ସ୍ବାଭାବିକ କରିବେ। ଅଧିକ କ୍ଷୟକ୍ଷତି ହୋଇଥିବା ଜିଲାରେ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ରିଲିଫ ଯୋଗାଇ ଦିଆଯିବ। ବାତ୍ୟା ପ୍ରଭାବରେ ସମୁଦ୍ରରୁ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଥିବାରୁ ଉପକୂଳ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ସହଯୋଗ କରିବେ। ଏଥିସହ ୨୦ ଓଡ୍ରାଫ ଓ ୧୨ ଏନ୍‌୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହେବେ ବୋଲି ଅଗ୍ନିଶମ ଡିଜି ଶର୍ମା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜାତା କାର୍ତ୍ତିକ ପାଣ୍ଡିଆନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୫(ଅସମାପିକା ସାହୁ) : ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ ବବିଙ୍କ କାଉଣ୍ଟର ଆଟାକ୍‌, କହିଦେଲେ ଏମିତି…

ଭୁବନେଶ୍ୱର,୩।୫: ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର ଆଟାକ୍‌ କରିଛନ୍ତି ବବି ଦାସ। ସେ କହିଛନ୍ତି, ଯେତେବେଳେ...

ନାଁ ନ ନେଇ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ ନେତୃତ୍ୱ ନେବାକୁ ନବୀନବାବୁ…

ଭୁବନେଶ୍ୱର,୩।୫: ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରେସମିଟ୍‌ରେ ନାଁ ନ ନେଇ ସେ ନବୀନ ସରକାରଙ୍କୁ ଜବାବ...

ଏତେ କୋଟି ଟଙ୍କାର ମାଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ସ୍ତ୍ରୀଙ୍କ ଆୟ…

ଭୁବନେଶ୍ୱର,୩।୫: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ମଇଦାନରେ ପ୍ରଚାର ଜୋରଦାର କଲେଣି ନେତା।ଏହାରି ଭିତରେ ନାମାଙ୍କନ ଦାଖଲ ମଧ୍ୟ ଚାଲିଛି। ନାମାଙ୍କନ ଦାଖଲବେଳେ ନେତାଏ ତାଙ୍କ...

୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀରେ ୪୦ ଡେଇଁଲା ତାତି

ଭୁବନେଶ୍ୱର,୩।୫: ୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଡେଇଁଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ...

ଓଡିଶା ଆସୁଛନ୍ତି ମୋଦି, ୫ରେ ୩ବଡ଼ ନେତାଙ୍କ ହାଇଭୋଲଟେଜ ପ୍ରଚାର

ଭୁବନେଶ୍ୱରଳ,୩।୫: ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଜୋରଦାର ପ୍ରଚାର ପାଇଁ ଲାଗି ପଡିଛନ୍ତି ୩ ଦଳ। ଅନ୍ୟପଟେ ଦଳର ହେଭିଓ୍ବେଟ ନେତା ବ୍ୟାକ୍‌...

ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ଖାରବେଳ, କଲେ ଘୋଷଣା

ଭୁବନେଶ୍ୱର,୩।୫: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ। ବାଲେଶ୍ୱରରୁ ଭାଜପା ଟିକେଟ୍‌ ପାଇଁ ଖାରବେଳ ଆଶାୟୀ ଥିଲେ।...

ଶନିବାର ଓଡ଼ିଶା ଆସିବେ ଜୟଶଙ୍କର

ଭୁବନେଶ୍ୱର,୩।୫: ଶନିବାର ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର। ବୈଦେଶିକ ମନ୍ତ୍ରୀ ୪ ଓ ୫ ଦୁଇଦିନ ରହିବେ। ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri