Posted inଖେଳ

‘ପ୍ଲେ ଫର୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ କ୍ରୀଡ଼ାବିତ୍‌ଙ୍କ ସମର୍ଥନ

ବେଙ୍ଗାଲୁରୁ, ୧୯।୬(ପି.ଟି.)-ଗୋସ୍ପୋଟର୍‌ସ ଫାଉଣ୍ଡେଶନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ପ୍ଲେ ଫର୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ଦେଶର ପ୍ରମୁଖ କ୍ରୀଡ଼ା ବ୍ୟକ୍ତିତ୍ୱମାନେ ସମର୍ଥନ କରିଛନ୍ତି। ସେମାନଙ୍କ ମଧ୍ୟରେ କ୍ରିକେଟର ରୋହିତ ଶର୍ମା, ଯୁବରାଜ ସିଂ, ମୟଙ୍ଗ ଅଗ୍ରଓ୍ବାଲ, ସ୍ମୃତି ମନ୍ଧାନା, ରେସଲର ବଜରଙ୍ଗ ପୁନିଆ, ଅଲିମ୍ପିଆନ ସାକ୍ଷୀ ମଲିକ, ଦୀପା କର୍ମକାର ପ୍ରମୁଖ ରହିଛନ୍ତି। ଟେନିସ ତାରକା ସାନିଆ ମିର୍ଜା, କ୍ରୀଡ଼ା ଶିଳ୍ପସହ ଜଡ଼ିତ ବଲିଉଡ ସେଲିବ୍ରିଟି ଅଭିଷେକ ବଚ୍ଚନ ଓ ସୁନୀଲ ସେଟ୍ଟୀ ମଧ୍ୟ ଏଥିରେ ଯୋଡ଼ି ହୋଇଛନ୍ତି। କୋଭିଡ୍‌-୧୯ ସଂକ୍ରମଣରେ ପ୍ରଭାବିତ କ୍ରୀଡ଼ା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସହାୟତା କରିବା ପାଇଁ ଏପରି ଏକ ଭିଡିଓ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଭାରତର କ୍ରୀଡ଼ା ସମୁଦାୟ, ପ୍ରଶଂସକ ଏବଂ ଆଥଲେଟ୍‌ଙ୍କୁ ଏକତ୍ରିତ କରି ଖେଳ ପ୍ରତି ଅବଦାନ ଥାଇ ଲୋକଲୋଚନକୁ ଆସିପାରି ନ ଥିବା ବ୍ୟକ୍ତିଙ୍କୁ ସହଯୋଗ କରିବା ଏହାର ଉଦ୍ଦେଶ୍ୟ। କୋଭିଡ-୧୯ ପାଇଁ କାର୍ଯ୍ୟ ନ ପାଇ ନିୟମିତ ଅର୍ଥ ଉପାର୍ଜନ କରିପାରୁ ନ ଥିବା କ୍ଲିନର, ଗାର୍ଡନର, କୋଚ୍‌, ଅମ୍ପାୟର, ରେଫରି ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ ପ୍ରମୁଖ ଏମାନଙ୍କ ମଧ୍ୟରେ ସାମିଲ।
” ବିଶେଷ ଜଣାଶୁଣା ନ ଥିବା ଏବଂ ସ୍ବୀକୃତି ପାଇ ନ ଥିବା ଅନେକ ବ୍ୟକ୍ତିଙ୍କ କାର୍ଯ୍ୟ ପାଇଁ ଖେଳ ଆମକୁ ଖୁସି ଦେଇଥାଏ। ଭାରତୀୟ କ୍ରୀଡ଼ା ପ୍ରତି କିନ୍ତୁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ। ଭାରତୀୟ କ୍ରୀଡ଼ାର ମେରୁଦଣ୍ଡ କୁହାଯାଉଥିବା ଏହି ବ୍ୟକ୍ତିମାନଙ୍କୁ ଆର୍ଥିକ ଏବଂ ଅଣଆର୍ଥିକ ସହାୟତା କରିବା ‘ପ୍ଲେ ଫର୍‌ ଇଣ୍ଡିଆ’ କାର୍ଯ୍ୟକ୍ରମର ଲକ୍ଷ୍ୟ“ ବୋଲି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ପ୍ରକାଶ କରିଛନ୍ତି। ପ୍ରୋ କବାଡ଼ି ଲିଗ୍‌ ଏବଂ ଇଣ୍ଡିଆନ ସୁପର ଲିଗ୍‌ର ମାଲିକ ଅଭିଷେକ କହିଛନ୍ତି ଯେ, ”ସାମ୍ପ୍ରତିକ ସମୟରେ ଏହି କର୍ମଚାରୀମାନେ ଆମ ନିକଟରୁ ସମସ୍ତ ପ୍ରକାର ସହାୟତା ଆବଶ୍ୟକ କରୁଛନ୍ତି। ତେଣୁ ସମସ୍ତେ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ସମୟ ଆସିଛି“। ଗୋସ୍ପୋଟର୍‌ସ ଫାଉଣ୍ଡେଶନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀପ୍ତି ବୋପାଲା ମଧ୍ୟ ସମାନ ମତବ୍ୟକ୍ତ କରିଛନ୍ତି। ”କୋଭିଡ୍‌-୧୯ ଭାରତୀୟ କ୍ରୀଡ଼ା ଉପରେ ଗୁରୁତର ପ୍ରଭାବ ପକାଇଛି। କ୍ରୀଡ଼ା ଉପରେ ନିର୍ଭର କରୁଥିବା ସେମାନଙ୍କ ଜୀବନଶୈଳୀ ଅସ୍ତବ୍ୟସ୍ତ ହୋଇଯାଇଛି। କଷ୍ଟ ସମୟ ଦେଇ ଗତି କରୁଥିବା ବ୍ୟକ୍ତିମାନଙ୍କୁ ଆମ କାର୍ଯ୍ୟକ୍ରମ କିଛି ପରିମାଣରେ ସାହାଯ୍ୟ କରିବା ନେଇ ଆଶା ରହିଛି“ ବୋଲି ସେ କହିଛନ୍ତି। ”ଆମେ ମିଳିମିଶି କାର୍ଯ୍ୟକଲେ କ’ଣ ହାସଲ କରିପାରିବୁ ‘ପ୍ଲେ ଫର୍‌ ଇଣ୍ଡିଆ’ ତା’ର ଏକ ବଡ଼ ଉଦାହରଣ। ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି“ ବୋଲି ‘ଲାଇଫ୍‌ ଇଜ୍‌ ଏ ବଲ୍‌’ର ପ୍ରତିଷ୍ଠାତା ତଥା ପୂର୍ବତନ ଟେଭିସ କପ୍‌ ଟେନିସ ତାରକା ସୋମଦେବ ଦେବବର୍ମନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri