ପ୍ରାଚୀନ ବିଶ୍ୱରେ ସଙ୍ଗରୋଧ

ଇଂ. ମାୟାଧର ସ୍ବାଇଁ

ଚାଇନାରୁ ଆରମ୍ଭ ହୋଇ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ରୋଗ ପୃଥିବୀର ପ୍ରାୟ ସମସ୍ତ ଦେଶକୁ ବ୍ୟାପିଗଲାଣି। ଏଥିରେ ଆକ୍ରାନ୍ତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଏହାକୁ ମହାମାରୀ ଆଖ୍ୟା ଦେଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କଠାରୁ ସୁସ୍ଥ ଲୋକକୁ ଏହି ରୋଗ ସଂକ୍ରମିତ ହୋଇଥାଏ। ଏଣୁ ଏହାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସଙ୍ଗରୋଧ (କ୍ୱାରାଣ୍ଟାଇନ୍‌) ଏବଂ ସାମାଜିକ ଦୂରତ୍ୱ ଆବଶ୍ୟକ ହେଉଛି। କୌଣସି ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବାର ସନ୍ଦେହ ହେଲେ, ଆକ୍ରାନ୍ତ ବ୍ୟକ୍ତିର ସଂସ୍ପର୍ଶରେ ଆସିଥିଲେ କିମ୍ବା ସଂକ୍ରମିତ ଅଞ୍ଚଳରୁ ଆସିଥିଲେ, ତାକୁ ସଙ୍ଗରୋଧରେ ରହିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ନିଶ୍ଚିତଭାବେ ରୋଗ ପ୍ରସାର ନ ହେବାର ଏହା ଗୋଟିଏ ଫଳପ୍ରଦ ଉପାୟ।
ସଙ୍ଗରୋଧର ଧାରଣା ବହୁ ପ୍ରାଚୀନ କାଳରୁ ପୃଥିବୀବାସୀଙ୍କୁ ଜଣାଥିଲା। ସେତେବେଳେ ସଂକ୍ରାମକ ରୋଗୀକୁ ଅଲଗା ରଖାଯାଉଥିଲା। ପ୍ରାଚୀନ ଗ୍ରୀକ୍‌ ଓ ରୋମାନ୍‌ ସଭ୍ୟତା ବିଜ୍ଞାନରେ ଅନେକ ପ୍ରଗତି କରିଥିଲେ ସୁଦ୍ଧା ଲୋକଙ୍କର ଭାଇରସ୍‌ କିମ୍ବା ବ୍ୟାକ୍ଟେରିଆ ସମ୍ବନ୍ଧରେ ଧାରଣା ନ ଥିଲା। କିନ୍ତୁ ପ୍ଲେଗ୍‌ ଭଳି କେତେକ ଡିଅଁାରୋଗ ସମ୍ବନ୍ଧରେ ସେମାନେ ଅବଗତ ଥିଲେ ଏବଂ ଏହି ରୋଗୀ ସଂସ୍ପର୍ଶରେ ଆସିଲେ ସୁସ୍ଥ ଲୋକ ରୋଗରେ ଆକ୍ରାନ୍ତ ହେଉଥିବାର ଜାଣିଥିଲେ। ଏଣୁ ସୁସ୍ଥ ଲୋକଙ୍କୁ ରୋଗୀମାନଙ୍କଠାରୁ ସୁରକ୍ଷା ଦେବା ପାଇଁ ରୋଗୀମାନଙ୍କୁ ଅଲଗା ସଙ୍ଗରୋଧରେ ରଖାଯାଉଥିଲା। ସେମାନେ ବିଶ୍ୱାସ କରୁଥିଲେ ଯେ, ପ୍ଲେଗ୍‌ ଓ ଅନ୍ୟ ମହାମାରୀ ଭୂଇଁରୁ ଦୁର୍ଗନ୍ଧ ଦେଇ ଆସିଥାଏ। ସେମାନେ ମଧ୍ୟ ଜାଣିଥିଲେ ଯେ, ମନୁଷ୍ୟଠାରୁ ଏହି ରୋଗ ଅନ୍ୟ ମନୁଷ୍ୟକୁ ସଂକ୍ରମଣ କରିଥାଏ। ସେତେବେଳେ ଆଜିକାଲି ଭଳି ଔଷଧ ନ ଥିଲା। ଏଣୁ ସଂକ୍ରମଣକୁ ବନ୍ଦ କରିବା ପାଇଁ ରୋଗୀକୁ ସଙ୍ଗରୋଧରେ ରଖିବା ଏକମାତ୍ର ଉପାୟ ଥିଲା। ପ୍ରାଚୀନ ବିଶ୍ୱରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳର ଲୋକମାନେ ଅଧିକ ଭାବେ ଏହି ରୋଗରେ ଆକ୍ରାନ୍ତ ହେଉଥିଲେ। ଖ୍ରୀ.ପୂ. ୪୩୦ରେ ପେଲୋପୋନେସୀୟ ଯୁଦ୍ଧ ସମୟରେ ପ୍ଲେଗ୍‌ ଯୋଗୁ ଏଥେନ୍‌ସର ୨୫ ପ୍ରତିଶତ ଅଧିବାସୀ ମୃତ୍ୟୁବରଣ କରିଥିଲେ। ଦ୍ୱିତୀୟ ଶତାବ୍ଦୀରେ ଆଣ୍ଟୋନାଇନ୍‌ ପ୍ଲେଗ୍‌ରେ ରୋମ୍‌ ସାମ୍ରାଜ୍ୟର ଅର୍ଦ୍ଧାଧିକ ଲୋକ ମୃତ୍ୟୁବରଣ କରିଥିଲେ।
ପ୍ରମାଣ ମିଳିଛି ଯେ, ଲୋକମାନେ ସଙ୍ଗରୋଧରେ ରହିବା ପାଇଁ ସେତେବେଳେ ସରକାରୀ ଭାବେ ଆଇନ କରାଯାଇଥିଲା। ମହାମାରୀ ସମୟରେ ସହରକୁ ବାହାର ଲୋକଙ୍କର ପ୍ରବେଶକୁ ଏଥେନ୍‌ସ ଓ ଅନ୍ୟ ସହରରେ ବାରଣ କରାଯାଇଥିଲା। ଆଜିକାଲି ଭଳି ସେତେବେଳେ ଡାକ୍ତରଖାନା ନ ଥିଲା ଏବଂ ରୋଗୀକୁ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯାଉଥିଲା। ଫଳରେ ଅନେକ ରୋଗୀ ନିଜ ଘରେ ମୃତ୍ୟୁବରଣ କରୁଥିଲେ। ଅବଶ୍ୟ ବଦାନ୍ୟ ବ୍ୟକ୍ତିମାନେ ଗରିବ ରୋଗୀମାନଙ୍କୁ ଖାଇବାକୁ ଦେଉଥିଲେ। ମହାମାରୀ ସମୟରେ ଅନେକ ରୋଗୀ ନିଜ ଘର ଛାଡ଼ି ମନ୍ଦିରରେ ରହୁଥିଲେ। ବିଶେଷଭାବେ ଗ୍ରୀକ୍‌ ସ୍ବାସ୍ଥ୍ୟ ଦେବତା ଆକ୍ଲେପିୟସ୍‌ଙ୍କ ମନ୍ଦିର ସେମାନଙ୍କର ଆଶ୍ରୟସ୍ଥଳ ଓ ସଙ୍ଗରୋଧ କେନ୍ଦ୍ର ଥିଲା। ଏହିପରି ଭାବେ ସୁସ୍ଥ ଲୋକମାନେ ରୋଗୀଠାରୁ ଅଲଗା ରହି ରୋଗ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଥିଲେ।
ପ୍ରାଚୀନ କାଳରେ ରୋଗୀମାନଙ୍କୁ ସଙ୍ଗରୋଧରେ ରଖିବା ସହିତ ଜିନିଷପତ୍ର ନେବା ଆଣିବାରେ ମଧ୍ୟ ପ୍ରତିବନ୍ଧକ ଥିଲା। ଲୋକମାନେ ଜାଣିଥିଲେ ଯେ, ଜିନିଷପତ୍ର ମାଧ୍ୟମରେ ମଧ୍ୟ ରୋଗ ବ୍ୟାପିଥାଏ। ପ୍ରାଚୀନ ରୋମ୍‌ ଚିକିତ୍ସକ ଗେଲନ୍‌ (ଦ୍ୱିତୀୟ ଶତାବ୍ଦୀ) ମହାମାରୀ ଉପରେ ରଚନା କରିଥିତ୍ବା ପୁସ୍ତକରେ ଲେଖିଛନ୍ତି ଯେ, ପଚା ଶସ୍ୟରୁ ପ୍ଲେଗ୍‌ ଓ ଅନ୍ୟ ସଂକ୍ରାମକ ରୋଗ ସୃଷ୍ଟି ହୋଇଥାଏ। ଏଣୁ ସହରାଞ୍ଚଳ କତ୍ତର୍ର୍ୃପକ୍ଷ ମହାମାରୀ ସମୟରେ ସହର ମଧ୍ୟକୁ ଶସ୍ୟ ଓ ଅନ୍ୟ ଉପତ୍ାଦର ପ୍ରବେଶ ଉପରେ କଟକଣା ଜାରି କରୁଥିଲେ। ଆଜିକାଲି ଭଳି ସେତେବେଳେ ମଧ୍ୟ ଏହା ଦେଶର ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଉଥିଲା।
ଖ୍ରୀଷ୍ଟଧର୍ମର ଅଭ୍ୟୁଦୟ ପରେ ରୋମ୍‌ରେ ଡାକ୍ତରଖାନା ସ୍ଥାପିତ ହେଲା ଏବଂ ରୋଗୀମାନଙ୍କୁ ସେଠାରେ ରଖି ଚିକିତ୍ସା କରାଗଲା। ଏଠାରେ ମଧ୍ୟ ରୋଗ ସନ୍ଦେହ ଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖାଯାଉଥିଲା। ପ୍ରାଚୀନ ଗ୍ରୀକ୍‌ ଓ ରୋମ୍‌ରେ ସୀମିତ ଭାବେ ସଙ୍ଗରୋଧ ବ୍ୟବସ୍ଥା ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅନ୍ୟ ସଭ୍ୟତାରେ ଏହି ବ୍ୟବସ୍ଥା ଦୃଢ଼ୀଭୂତ ହୋଇଥିଲା। ସେମାନଙ୍କଠାରୁ ଶିକ୍ଷା ଲାଭ କରି ବିଜାଣ୍ଟାଇନ୍‌ ସାମ୍ରାଜ୍ୟରେ (ଆଧୁନିକ ଇସ୍ତାନବୁଲ୍‌ ନିକଟବର୍ତ୍ତୀ) ଉନ୍ନତ ସଙ୍ଗରୋଧ ବ୍ୟବସ୍ଥା ଦ୍ୱାରା ରୋଗୀମାନଙ୍କୁ ଅଲଗା ରଖାଯାଉଥିଲା। ଆରବୀୟମାନେ ମଧ୍ୟ ଗ୍ରୀକ୍‌ମାନଙ୍କର ସଙ୍ଗରୋଧ ବ୍ୟବସ୍ଥାର ଅଧିକ ଉନ୍ନତି କରିଥିଲେ।
ସଙ୍ଗରୋଧର ଆଧୁନିକ ପଦ୍ଧତି ମଧ୍ୟଯୁଗୀୟ ୟୁରୋପରେ ଉଦ୍ଭବ ହୋଇଥିଲା। ବିଶେଷଭାବେ ଇଟାଲି ଏଥିରେ ପ୍ରମୁଖ ଭୂମିକା ନେଇଥିଲା। ଗେଲନ୍‌ଙ୍କ ପୁସ୍ତକ ଅନୁସାରେ ସଂକ୍ରାମକ ରୋଗୀମାନଙ୍କୁ ଚାଳିଶ ଦିନ ପାଇଁ ସଙ୍ଗରୋଧରେ ରଖାଯାଉଥିଲା। ଇଟାଲିରେ ‘ଚାଳିଶ’କୁ କ୍ୱାରାଣ୍ଟା କୁହାଯାଏ ଏବଂ ଏଥିରୁ ସଙ୍ଗରୋଧର ଇଂଲିଶ ଶବ୍ଦ ‘କ୍ୱାରାଣ୍ଟାଇନ୍‌’ ଆସିଛି। ୧୯୧୮ ମସିହାରେ ୟୁରୋପରେ ସ୍ପାନିଶ୍‌ ଇନ୍‌ଫ୍ଲୁଏଞ୍ଜା ରୋଗରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ। ସେତେବେଳେ ମଧ୍ୟ ଆଜିକାଲି ଭଳି ମାସ୍କ ଓ ସଙ୍ଗରୋଧର ବ୍ୟବସ୍ଥା କରାଯାଇଥିଲା। ମୋଟାମୋଟି କହିବାକୁ ଗଲେ ସଙ୍ଗରୋଧର ଇତିହାସ ହେଉଛି ଅତି ପ୍ରାଚୀନ ଏବଂ କାଳକ୍ରମେ ଏଥିରେ କେତେକ ଉନ୍ନତି ଅଣାଯାଇଛି।
୭୦, ଲକ୍ଷ୍ମୀବିହାର, ଭୁବନେଶ୍ୱର
ମୋ- ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri