ପ୍ରଶଂସାର ଦର

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଲାଗୁ ହେବା ପରେ ଭାରତୀୟ ଅର୍ଥନୀତିରେ ଦୁରବସ୍ଥା ଆରମ୍ଭ ହୋଇଥିଲା। ଏହାର କେତୋଟି ମାସ ପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ହେବା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେଲା। ଏପରି କି ବେକାର ସମସ୍ୟା ୪୫ ବର୍ଷର ରେକର୍ଡ ଭାଙ୍ଗିଥିବା ରିପୋର୍ଟ ପ୍ରକାଶ ପାଇଲା। ଜିଡିପି କମିବା ଓ ଶେୟାର ବଜାର ନିମ୍ନଗାମୀ ହେବା ଫଳରେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିଚାଲିଲେ। ଭାରତର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଥିବା ବେଳେ ଏବେ କରୋନା ଭୂତାଣୁ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ଅର୍ଥନୀତିକୁ ଆହୁରି ଦାବି ଦେଇଛି। ଗରିବ ଓ ଦିନ ମଜୁରିଆ ଏବେ ଭୋକ ଉପାସରେ ପଡ଼ି ଆଉଟୁପାଉଟୁ ହେଉଛନ୍ତି। କେବଳ ଲୋକଦେଖାଣିଆ ଭାବେ ଗରିବ ଲୋକଙ୍କୁ ସଶକ୍ତ କରିବା ଲାଗି ଖୋଲାଯାଇଥିବା ଜନଧନ ଆକାଉଣ୍ଟକୁ ସରକାର କିଛି ଆର୍ଥିକ ସହାୟତା ଦେଇ ବାହାବା ନେବାକୁ ଚେଷ୍ଟା କରୁଛନ୍ତି। ମାତ୍ର ବର୍ତ୍ତମାନ ଅନେକ ରିପୋର୍ଟରୁ ଜଣାପଡୁଛି ଯେ ଆଧାର କାର୍ଡ ଉପରେ ଆଧାରିତ ଜନଧନ ଆକାଉଣ୍ଟରେ ଅନେକ ତ୍ରୁଟି ରହିଛି। ଏପଟେ ନଗଦ ଅର୍ଥ ମିଳିପାରୁ ନ ଥିବା ବେଳେ ଡିଜିଟାଲ କାରବାର ଉପରେ ଗୁରୁତ୍ୱ ଦିଆଯିବା ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି।
ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)ରେ ଖାଦ୍ୟ ଥିଲେ ମଧ୍ୟ ଲୋକଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚି ନ ପାରିବାରୁ ଗରିବ ଓ ଅସହାୟମାନେ ଡହଳବିକଳ ହେଉଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ସୁସଂହତ ହୋଇପାରୁ ନ ଥିବାରୁ କୋଭିଡ୍‌-୧୯ ଭଳି ମହାମାରୀ ସ୍ଥିତି ଉପୁଜିବା ବେଳେ ସରକାର ସଙ୍କଟ ଟାଳିପାରୁ ନାହାନ୍ତି। ଏହାର ମୁଖ୍ୟ କାରଣ ହେଲା ସରକାର ଜନସାଧାରଣଙ୍କ କଲ୍ୟାଣ ପାଇଁ ଦୀର୍ଘମିଆଦୀ ପଦକ୍ଷେପ ନେଉ ନାହାନ୍ତି। ବାର୍ଷିକ ବଜେଟରେ ଦେଶର ରାଜସ୍ବ ଓ ଖର୍ଚ୍ଚର ଏକ ତାଲିକା ପ୍ରସ୍ତୁତ କରାଯାଇଥାଏ। ଆଗାମୀ ଦିନ ପାଇଁ ନୀତି ନିର୍ଦ୍ଧାରଣ ସକାଶେ ବଜେଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ହେଲେ ତାହାକୁ ଠିକ୍‌ଭାବେ ଦୃଷ୍ଟିରେ ରଖାଯାଇ ପଦକ୍ଷେପ ନିଆଯାଉ ନ ଥିବାରୁ ଅର୍ଥନୀତିରେ ସନ୍ତୁଳନ ବଜାୟ ରଖାଯାଇପାରୁ ନାହିଁ। ଏସବୁ ହେବା ପଛର ମୂଳ କାରଣ ହେଲା ଏନ୍‌ଡିଏ ସରକାରଙ୍କ ବାସ୍ତବ ଏଜେଣ୍ଡା ବା କାର୍ଯ୍ୟସୂଚୀ ରହୁନାହିଁ। ନିଜର ସଫଳତା ବଖାଣିବାରେ ଅଧିକ ସମୟ ଚାଲିଯାଉଥିବାରୁ ସଙ୍କଟ ବେଳେ ଦିଗହରା ହୋଇଯାଉଛନ୍ତି। ଅତୀତର ଭୁଲ୍‌ରୁ କିଛି ଶିଖୁ ନ ଥିବାରୁ ପରିବର୍ତ୍ତନ ଆସିପାରୁ ନାହିଁ। ଏବର ପରିସ୍ଥିତି ଦେଖିଲେ ଦେଶକୁ କୌଣସି ଯୋଜନାବଦ୍ଧ ଭାବେ ଲକ୍‌ଡାଉନ କରାଯାଇ ନ ଥିବାରୁ ଅର୍ଥନୀତିକୁ ଅଧିକ କ୍ଷତି ପହଞ୍ଚିଛି। ଅନେକ ଦେଶ ଆଂଶିକ ଲକ୍‌ଡାଉନକୁ ଗୁରୁତ୍ୱ ଦେଇ ସେମାନଙ୍କ ଅର୍ଥନୀତିକୁ ବଞ୍ଚାଇବାକୁ ଲାଗିପଡ଼ିଛନ୍ତି। ଏବେ ଚାଇନାର ସଫଳତା ସମ୍ପର୍କରେ ଆଉ ଭାରତୀୟଙ୍କ ମୁହଁରୁ ଶୁଣିବାକୁ ମିଳୁନାହିଁ। ଅନ୍ୟପଟେ ଆମେରିକାର ତ୍ରୁଟି ସମ୍ପର୍କରେ ଅନେକ ମନ୍ତବ୍ୟ ଦିଆଯାଇ ଦର୍ଶାଇବାକୁ ଚେଷ୍ଟା କରାଯାଉଛି ଯେ, ଭାରତ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ଅତି ସଫଳ ହୋଇଛି। ସଫଳତାର ମୂଳ କାରଣ ହେଉଛି, ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ଯୋଗାଇବାର ଏକମାତ୍ର ସୂତ୍ର ସରକାର। ପରୀକ୍ଷା କରା ନ ଗଲେ ସ୍ବାଭାବିକ ଭାବେ ସଂଖ୍ୟା ବୃଦ୍ଧି ପାଇବ ନାହିଁ। ଗଣମାଧ୍ୟମର କଣ୍ଠରୋଧ କରାଯାଇଥିବାରୁ କେହି ସତ୍ୟ ଖବର ପାଇପାରୁ ନାହାନ୍ତି। ଯାହା ସରକାରଙ୍କ ବିଳିବିଳେଇବା ସମୟର ରିପୋର୍ଟ ତାହା ହିଁ ନାଗରିକଙ୍କୁ ନଚାଉଛି। ଆମେରିକାକୁ ସମାଲୋଚନା କଲା ବେଳକୁ ମନେରଖିବାକୁ ହେବ ଯେ, ସେଭଳି ଗଣତାନ୍ତ୍ରିକ ଦେଶରେ ସାଧାରଣ ନାଗରିକଙ୍କୁ ଅସତ୍ୟ ସଂଖ୍ୟା ଓ ତଥ୍ୟ ଦେଇ ବାଟବଣା କରାଯାଏ ନାହିଁ। ଚାଇନାର ଉହାନରେ ପୁନର୍ବାର ମୃତ୍ୟୁସଂଖ୍ୟା ବଢ଼ିବା ଦର୍ଶାଉଛି ଏକ ଅଗଣତାନ୍ତ୍ରିକ ଦେଶରେ ମିଥ୍ୟା ଉପରେ ନିର୍ଭରଶୀଳତା। ଭାରତ ସରକାର ମଧ୍ୟ ଚାଇନା ଭଳି ଅସତ୍ୟ ପ୍ରଚାର କରି ସଂଖ୍ୟାକୁ ଚପାଇବା ଫଳରେ ଅନେକ ପ୍ରଶଂସାର ପାତ୍ର ହୋଇପାରୁଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନା ଭାଇରସ ସମ୍ପର୍କରେ ପୃଥିବୀବ୍ୟାପୀ ସତ୍ୟାସତ୍ୟକୁ ଲୁଚାଇବା ଅଭିଯୋଗରେ ନିନ୍ଦିତ ହେଉଥିବା ବେଳେ ସେହି ସଙ୍ଗଠନ ଭାରତର ଭାଇରସ୍‌ର ସଫଳ ମୁକାବିଲାକୁ ପ୍ରଶଂସା କରୁଛି। ୟୁନେସ୍କୋ ଯାହାକି ଜାତିସଂଘର ଶିକ୍ଷା ସମ୍ବନ୍ଧୀୟ, ବିଜ୍ଞାନସମ୍ମତ ଏବଂ ସାଂସ୍କୃତିକ ସଙ୍ଗଠନ ଭାବେ ପରିଚିତ, ତାହା ମଧ୍ୟ ଏବେ ଭାରତକୁ ପ୍ରଶଂସା କରୁଛି। ଆଜିର ପୃଥିବୀରେ ସବୁ ପ୍ରଶଂସା ବା ଉପାଧି ହାସଲ କରିବା ପଛରେ ଏକ ବିରାଟବଡ଼ ମୂଲ୍ୟ ବା ଦର ରହୁଛି। ଚାଇନା ସେଇ ମୂଲ୍ୟ ଡବ୍ଲ୍ୟୁଏଚ୍‌ଓକୁ ଦେଇ କରୋନା ଭାଇରସ୍‌ ସମ୍ପର୍କରେ ତଥ୍ୟ ଲୁଚାଇ ପାରିଥିଲା। ଏବେ ଭାରତ ପ୍ରଶଂସିତ ହେବା ପଛରେ କେଉଁଭଳି କାରଣ ରହିଛି ତାହା ଅନୁମାନଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri