ପ୍ରବାସୀଙ୍କୁ ସହାୟତା ବେଳେ ରୋକିଲା ପୋଲିସ: ଡିଜିପିଙ୍କୁ ଦାବିପତ୍ର

କଟକ ଅଫିସ,୨୬।୫: କଟକ ଦେଇ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜରାସ୍ତାରେ ଖାଦ୍ୟ ପାନୀୟ ବାଣ୍ଟୁଥିଲା ଏସ୍‌ୟୁସିଆଇ (ସି) ଓ ଏହାର ଛାତ୍ର ସଙ୍ଗଠନ ଏଆଇଡିଏସ୍‌ଓ। କିନ୍ତୁ ଏହାକୁ ପୋଲିସ ବନ୍ଦ କରିଦେଇଛି। ସୋମବାର ସକାଳ ସାଢ଼େ ୧୦ଟା ବେଳେ ଶିଖରପୁର ଛକରେ ସ୍ବେଚ୍ଛାସେବୀମାନେ ରିଲିଫ ବାଣ୍ଟୁଥିବା ବେଳେ ଚାଉଳିଆଗଞ୍ଜ ପୋଲିସ ଏହାକୁ ବନ୍ଦ କରିଛି। ସଙ୍ଗଠନ ଏଥିରେ ଅସନ୍ତୁଷ୍ଟ ହୋଇ ମଙ୍ଗଳବାର ରାଜ୍ୟ ପୋଲିସ ମହାନର୍ଦ୍ଦେଶକଙ୍କୁ ସ୍ମାରକପତ୍ର ଦେଇଛି। ରିଲିଫ ବଣ୍ଟନକୁ ବଳପୂର୍ବକ ବନ୍ଦ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏସ୍‌ୟୁସିଆଇ (ସି) କଟକ ଜିଲା ସମ୍ପାଦକ ବିଶ୍ୱାବସୁ ଦାସଙ୍କ ନେତୃତ୍ୱରେ ସଦସ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସସ୍ମିତା ମହାନ୍ତି, ଦୀପକ ଦାସ, ପାଭେଲ ପ୍ରିୟଦର୍ଶନ, ସ୍ବାଧୀନୀ ବେହେରା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରଳ ଦୃଶ୍ୟ: ବଦ୍ରିଙ୍କ ହାତ ନେଇ ମୁଣ୍ଡରେ ରଖି ଆଶୀର୍ବାଦ ଲୋଡ଼ିଲେ ସୌମ୍ୟ

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଏବଂ ଘସିପୁରା ବିଧାନସଭା କ୍ଷେତ୍ର ପାଇଁ ହେଭିଓ୍ବେଟ୍‌ ନେତାମାନେ ନାମାଙ୍କନ ଦାଖଲ କରିଛନ୍ତି। ଘସିପୁରା ପାଇଁ ବିଜେଡି ବିଧାୟକ...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

ବଦ୍ରି, ଅଭିମନ୍ୟୁ, ଶମ୍ଭୁନାଥ, ସୌମ୍ୟଙ୍କ ନାମାଙ୍କନପତ୍ର ଦାଖଲ

ହାଟଡିହୀ/ସୋସୋ,୬ା୫(ଶୁଭକାନ୍ତ ନାୟକ/ସତ୍ୟବ୍ରତ ଜେନା): କେନ୍ଦୁଝର ଜିଲା ଘସିପୁରା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri