Posted inଜାତୀୟ

ପ୍ରଧାନମନ୍ତ୍ରୀ କେବଳ ମିଛ କହୁଛନ୍ତି: ରାହୁଲ

ଓ୍ବାୟାନାଡ୍‌,୧୮ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ନିର୍ବାଚନ ମଣ୍ଡଳୀର କେରଳର ଓ୍ବାୟାନାଡ୍‌ ଯାଇ ବୁଧବାର ତିନୋଟି ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ସବୁ ମିଛ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଚୋରି କରିଛନ୍ତି। ପୁଲ୍‌ଓ୍ବାମା ଆକ୍ରମଣ ଦିନ ମୋଦି ତାଙ୍କ ବନ୍ଧୁ ଆଦାନିଙ୍କୁ ୬ଟି ବିମାନ ବନ୍ଦର ଦେଇଛନ୍ତି। ବିମୁଦ୍ରୀକରଣକୁ ପ୍ରଧାନମନ୍ତ୍ରୀ କଳାଧନ ବିରୋଧରେ ଲଢ଼େଇ ବୋଲି କହୁଛନ୍ତି। ପ୍ରକୃତରେ ବିମୁଦ୍ରୀକରଣ ଯୋଗୁ ଭାରତର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ। ନୋଟବନ୍ଦୀ ପରେ ଦେଶରେ ୫୦ ଲକ୍ଷ ଲୋକ ନିଯୁକ୍ତ ହରାଇଛନ୍ତି। ଉତ୍ତରପ୍ରଦେଶର ଅମେଠି ସମେତ ଓ୍ବାୟାନାଡ୍‌ ଆସନରୁ ପ୍ରାର୍ଥୀ ହୋଇଥିବା ରାହୁଲ ଉକ୍ତ ନିର୍ବାଚନ ମଣ୍ଡଳୀକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ ସଂସ୍କୃତି ଓ ଚିନ୍ତାଧାରା ପ୍ରତୀକ ଏହି ସୁନ୍ଦର ସ୍ଥାନର ପ୍ରତିନିଧିତ୍ୱ କରିବା ପାଇଁ ସେ ଚାହିଁଥିଲେ ବୋଲି କହିଛନ୍ତି।
ଏହି ଅବସରରେ ରାହୁଲ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନ ହୋଇଥିବା ପାପନାଶିନୀ ନଦୀ କୂଳରେ ପହଞ୍ଚତ୍ ବାଲି ତର୍ପଣ କରିଥିଲେ। ଏହା ପରେ ସେ ଥିରୁନେଲି ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ରାହୁଲ ଧୋତି ଓ ସିଲ୍କ ସାଲ୍‌ ପରିଧାନ କରିଥିବା ଦେଖାଯାଇଥିଲା। ଦକ୍ଷିଣର କାଶୀ ଭାବେ ପରିଚିତ ପାହାଡ ଜଙ୍ଗଲଘେରା ଏହି ମନ୍ଦିରରେ ଭଗବାନ ମହାବିଷ୍ଣୁ ପୂଜା ପାଇଥାନ୍ତି।
ଆନନ୍ଦଠାରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି। କଂଗ୍ରେସ ହିଁ ମିଛର ସୃଷ୍ଟିକର୍ତ୍ତା। ସାମ୍ପ୍ରଦାୟ ମଧ୍ୟରେ ବିଭାଜନ ସୃଷ୍ଟି କରିବା କଂଗ୍ରେସର ଏକମାତ୍ର ଲକ୍ଷ୍ୟ। ତାଙ୍କୁ ଚୋର କହି ରାହୁଲ ସମସ୍ତ ଓବିସିଙ୍କଠାରେ ଚୋର ମୋହର ଲଗାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାଜପା ଅଧ୍ୟକ୍ଷ ଅମିତ ଶାହ ଗତ ସପ୍ତାହରେ କହିଥିଲେ, ରାହୁଲଙ୍କ ଶୋଭାଯାତ୍ରାରୁ ତାହା ଭାରତରେ କିମ୍ବା ପାକିସ୍ତାନରେ ଚିହ୍ନଟ କରିବା କଷ୍ଟକର ହେଉଥିଲା। ରାହୁଲଙ୍କ ଗତ ୪ ତାରିଖ ରୋଡ୍‌ ଶୋରେ ଆଇୟୁଏମ୍‌ଏଲ୍‌ର ସବୁଜ ପତାକାକୁ ଲକ୍ଷ୍ୟ କରି ଶାହ ଏଭଳି ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ୟୁପି ରାଜ୍ୟସଭା ନିର୍ବାଚନ: ୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୫।୧୦: ଉତ୍ତର ପ୍ରଦେଶ(ୟୁପି)ରେ ହେବାକୁ ଥିବା ୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାଜପା। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?