Posted inଜାତୀୟ

ପ୍ରଧାନମନ୍ତ୍ରୀ କେବଳ ମିଛ କହୁଛନ୍ତି: ରାହୁଲ

ଓ୍ବାୟାନାଡ୍‌,୧୮ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ନିର୍ବାଚନ ମଣ୍ଡଳୀର କେରଳର ଓ୍ବାୟାନାଡ୍‌ ଯାଇ ବୁଧବାର ତିନୋଟି ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ସବୁ ମିଛ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଚୋରି କରିଛନ୍ତି। ପୁଲ୍‌ଓ୍ବାମା ଆକ୍ରମଣ ଦିନ ମୋଦି ତାଙ୍କ ବନ୍ଧୁ ଆଦାନିଙ୍କୁ ୬ଟି ବିମାନ ବନ୍ଦର ଦେଇଛନ୍ତି। ବିମୁଦ୍ରୀକରଣକୁ ପ୍ରଧାନମନ୍ତ୍ରୀ କଳାଧନ ବିରୋଧରେ ଲଢ଼େଇ ବୋଲି କହୁଛନ୍ତି। ପ୍ରକୃତରେ ବିମୁଦ୍ରୀକରଣ ଯୋଗୁ ଭାରତର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ। ନୋଟବନ୍ଦୀ ପରେ ଦେଶରେ ୫୦ ଲକ୍ଷ ଲୋକ ନିଯୁକ୍ତ ହରାଇଛନ୍ତି। ଉତ୍ତରପ୍ରଦେଶର ଅମେଠି ସମେତ ଓ୍ବାୟାନାଡ୍‌ ଆସନରୁ ପ୍ରାର୍ଥୀ ହୋଇଥିବା ରାହୁଲ ଉକ୍ତ ନିର୍ବାଚନ ମଣ୍ଡଳୀକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ ସଂସ୍କୃତି ଓ ଚିନ୍ତାଧାରା ପ୍ରତୀକ ଏହି ସୁନ୍ଦର ସ୍ଥାନର ପ୍ରତିନିଧିତ୍ୱ କରିବା ପାଇଁ ସେ ଚାହିଁଥିଲେ ବୋଲି କହିଛନ୍ତି।
ଏହି ଅବସରରେ ରାହୁଲ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନ ହୋଇଥିବା ପାପନାଶିନୀ ନଦୀ କୂଳରେ ପହଞ୍ଚତ୍ ବାଲି ତର୍ପଣ କରିଥିଲେ। ଏହା ପରେ ସେ ଥିରୁନେଲି ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ରାହୁଲ ଧୋତି ଓ ସିଲ୍କ ସାଲ୍‌ ପରିଧାନ କରିଥିବା ଦେଖାଯାଇଥିଲା। ଦକ୍ଷିଣର କାଶୀ ଭାବେ ପରିଚିତ ପାହାଡ ଜଙ୍ଗଲଘେରା ଏହି ମନ୍ଦିରରେ ଭଗବାନ ମହାବିଷ୍ଣୁ ପୂଜା ପାଇଥାନ୍ତି।
ଆନନ୍ଦଠାରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି। କଂଗ୍ରେସ ହିଁ ମିଛର ସୃଷ୍ଟିକର୍ତ୍ତା। ସାମ୍ପ୍ରଦାୟ ମଧ୍ୟରେ ବିଭାଜନ ସୃଷ୍ଟି କରିବା କଂଗ୍ରେସର ଏକମାତ୍ର ଲକ୍ଷ୍ୟ। ତାଙ୍କୁ ଚୋର କହି ରାହୁଲ ସମସ୍ତ ଓବିସିଙ୍କଠାରେ ଚୋର ମୋହର ଲଗାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାଜପା ଅଧ୍ୟକ୍ଷ ଅମିତ ଶାହ ଗତ ସପ୍ତାହରେ କହିଥିଲେ, ରାହୁଲଙ୍କ ଶୋଭାଯାତ୍ରାରୁ ତାହା ଭାରତରେ କିମ୍ବା ପାକିସ୍ତାନରେ ଚିହ୍ନଟ କରିବା କଷ୍ଟକର ହେଉଥିଲା। ରାହୁଲଙ୍କ ଗତ ୪ ତାରିଖ ରୋଡ୍‌ ଶୋରେ ଆଇୟୁଏମ୍‌ଏଲ୍‌ର ସବୁଜ ପତାକାକୁ ଲକ୍ଷ୍ୟ କରି ଶାହ ଏଭଳି ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri