ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାକୁ ନେଇ ଭାଜପା ଏବଂ ଶାସକ ବିଜେଡି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ବିଜୁବାବୁଙ୍କ ଫଟୋ କାହିଁକି ବଡ଼ ଆକାରରେ ଲଗାଯାଉଛି ବୋଲି ଭାଜପା ସଦସ୍ୟମାନେ ଅଭିଯୋଗ କରିଥିଲେ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ଯଦି କେନ୍ଦ୍ର ଓ ରାଜ୍ୟ ମିଶିକି ଟଙ୍କା ଦେଉଛନ୍ତି ତାହାର ରେସିଓ ଫଳକରେ ଲେଖାଯାଉ। ଖାଲି ବିଜୁବାବୁଙ୍କ ଲୋଗୋ ଦେଇ ପ୍ରଧାନମନ୍ତ୍ରୀଙ୍କ ଲୋଗୋ କାହିଁକି ଲିଭାଯାଉଛି। ସବୁ ଯୋଜନାରେ ବିଜୁବାବୁଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଲୋଗୋ ବି ଦିଆଯାଉ। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଅଧିକ ଅନୁଦାନ ଦିଅନ୍ତି। କଂଗ୍ରେସ ଅମଳରେ ୫୦ ଲକ୍ଷରୁ ଅଧିକ ଘର ମିଳି ନ ଥିଲା। ୨୦୨୨ ସୁଦ୍ଧା କେମିତି ସମସ୍ତଙ୍କୁ ଘର ମିଳିବ ସେ ଦିଗରେ ରାଜ୍ୟ ସରକାର ରାସ୍ତା କାଢନ୍ତୁ। ଅବରୋଧ ନ କରନ୍ତୁ। ଏହାର ଜବାବରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବିଭିନ୍ନ ଆବାସ ଯୋଜନାରେ ୧୦୦ ପ୍ରତିଶତ କେନ୍ଦ୍ର ସରକାର ଦିଅନ୍ତି। ଆଉ କିଛି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ମିଶିକରି ଦିଅନ୍ତି। ଆଉ କିଛି ରାଜ୍ୟ ସରକାର ନିଜେ କରନ୍ତି। ଜବାହରଲାଲ ନେହେରୁଙ୍କ ସମୟରୁ ୧୦୦ ପ୍ରତିଶତ କେନ୍ଦ୍ର ଦେଉଥିଲା। କିନ୍ତୁ ମୋଦି ଆସିବା ପରେ ରାଜ୍ୟକୁ ୪୦ ପ୍ରତିଶତ ଦେବାକୁ ପଡୁଛି। ଗତ ୩ ବର୍ଷରେ ଓଡ଼ିଶା ପାଇଁ ଯେଉଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ସେଥିରୁ ରାଜ୍ୟ ନିଜେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି। ଆର୍ଥିକ ବୋଝ ବଢିବାରୁ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମିଶ୍ରଣ କଲୁ। ବିଜୁବାବୁଙ୍କ ଯୋଜନାରେ ତାଙ୍କ ଲୋଗୋ କାହିଁକି ରହିବ ନାହିଁ। ଏହା ବିରୋଧୀଙ୍କ ହୀନ ମାନସିକତା। ଆମେ ତ ପଶ୍ଚିମବଙ୍ଗ ଭଳି ବଙ୍ଗଳା ସଡ଼କ ଯୋଜନା କରିନାହୁଁ । ଲୋକେ ଯେମିତି ଠିକ୍‌ ଭାବେ ଏହି ଯୋଜନାର ସୁବିଧା ପାଇବେ ସେ ଦିଗରେ କାମ କରି ତୁ ତୁ ମେଁ ମେଁ ହେବା କଥା ନୁହେଁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri