Posted inଫୁରସତ

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଶିକ୍ଷାବିତ୍‌ ଡ. ସୁରେନ୍ଦ୍ର ନାଥ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ରତନପୁର ଗାଁର ବ୍ରାହ୍ମଣ ଶାସନରେ ମୋ ଜନ୍ମ। ଜନତା ଉଚ୍ଚବିଦ୍ୟାଳୟରୁ ୧୯୬୬ରେ ଏକାଦଶ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ପ୍ରି-ୟୁନିଭର୍ସିଟି, ରେଭେନ୍‌ଶାରେ ଗ୍ରାଜୁଏଶନ୍‌ ଓ ବାଣୀବିହାରରେ ଓଡ଼ିଆରେ ଏମ୍‌.ଏ. କଲି। ତା’ପରେ କେନ୍ଦୁଝର କଲେଜରେ ଆଡହକ୍‌ରେ ଓଡ଼ିଆ ଅଧ୍ୟାପକ ଭାବେ ଚାକିରି ପାଇଲି। ଦରମା ୪୪୩ ଟଙ୍କା। ୪ ଭାଇଭଉଣୀ(ତିନି ଭାଇ ଓ ଗୋଟେ ଭଉଣୀ)ଙ୍କ ଭିତରେ ମୁଁ ଥିଲି ସବାସାନ। ମୋତେ ପଢ଼ାଇବା ପାଇଁ ମା’ବାପାଙ୍କ ସମେତ ଭାଇଭଉଣୀ ବି ଅନେକ ତ୍ୟାଗ କରିଥିଲେ। ତେଣୁ ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି। ପ୍ରାୟ ଦୁଇ ବର୍ଷ ଅଧ୍ୟାପକ ଚାକିରି କରିବା ପରେ ଓଡ଼ିଶା ସୂଚନା ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଲୋକସମ୍ପର୍କ ଅଧିକାରୀ ଭାବେ ସୁନ୍ଦରଗଡ଼ରେ ୭ମାସ ଓ ସମ୍ବଲପୁରରେ ୮ମାସ କାମ କରିଥିଲି। ତା’ପରେ ପୁଣି ଅଧ୍ୟାପନା କ୍ଷେତ୍ରକୁ ଫେରି ଆସିବାକୁ ଚିନ୍ତା କରି ଓଡ଼ିଶା ଏଜୁକେଶନ ସର୍ଭିସ୍‌ ଏକ୍‌ଜାମ୍‌ ଦେଇ କୃତକାର୍ଯ୍ୟ ହେଲି। ଆଉ ୧୯୭୮ରେ ପାରଳାଖେମୁ୍‌ଣ୍ଡିସ୍ଥିତ ଏସ୍‌.କେ.ସି.ଜି. କଲେଜରେ ସରକାରୀ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦେଲି। ସେଠାରେ ପ୍ରାୟ ୬/୭ ବର୍ଷ କାମ କରିବା ଭିତରେ ଦୁଇବର୍ଷ ସରକାରୀ ଅନୁମତି କ୍ରମେ ଛୁଟିରେ ରହି ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ୍‌.ଡି. କଲି। ପ୍ରଫେସର୍‌ ଡ. ବଂଶୀଧର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ଚଉତିଶା ଉପରେ ଥେସିସ୍‌ ଲେଖି ୧୯୮୪ରେ ଡକ୍ଟରେଟ୍‌ ଡିଗ୍ରୀ ହାସଲ କଲି। ପ୍ରଫେସର୍‌ ଡ. ବଂଶୀଧର ଥିଲେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ତାଙ୍କ ସଂସ୍ପର୍ଶରେ ଆସି ମୋ ଭିତରେ ବି ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ ଜାତହେଲା। ଆମେ ଦୁହେଁ ମିଶି ‘ଶ୍ରୀଜଗନ୍ନାଥ’ ନାମରେ ଏକ ପତ୍ରିକା ପ୍ରକାଶ କଲୁ, ଯାହାର ମୁଖ୍ୟ ସମ୍ପାଦକ ପ୍ରଫେସର୍‌ ଡ. ମହାନ୍ତି ଥିଲେ ଆଉ ମୁଁ ଥିଲି ତା’ର କାର୍ଯ୍ୟକାରୀ ସମ୍ପାଦକ। ଏହାପରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ନାମରେ ଏକ ଅନୁଷ୍ଠାନ ଆମେ ଗଢ଼ିଲୁ, ଯାହାର ସଭାପତି ଥିଲେ ପ୍ରଫେସର୍‌ ଡ. ମହାନ୍ତି ଆଉ ମୁଁ ଥିଲି ସାଧାରଣ ସମ୍ପାଦକ। ଉକ୍ତ ପ୍ରତିଷ୍ଠାନ କଥା ବୁଝିବା ସହ ଅଧ୍ୟାପନା ବି କରୁଥିଲି। ଏସ୍‌.କେ.ସି.ଜି. କଲେଜ ପରେ ରାଜଧାନୀ କଲେଜରେ ବି ୪/୫ ବର୍ଷ ଅଧ୍ୟାପନା କଲି। ତା’ପରେ ଚାକିରି କ୍ଷେତ୍ରରେ କେତେକ ଅସୁବିଧା ଉପୁଜିଥିଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ବିଜେବି କଲେଜରେ ୪ଦିନ କାର୍ଯ୍ୟକରି ଜୁଲାଇ ୧୯୯୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ପ୍ରାଧ୍ୟାପକ ଭାବେ ଯୋଗଦେଲି। ଏଠି ବି ଚାକିରିରେ କିଛିଟା ସମସ୍ୟା ଉପୁଜିଥିଲା ହେଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ଠିକ୍‌ଠାକ୍‌ ହୋଇ ୧୯୯୯ରେ ପ୍ରଫେସର୍‌ ଭାବେ ପ୍ରମୋଶନ ପାଇଲି। ଆଉ ୨୦୦୯ରେ ଚାକିରିରୁ ଅବସର ନେଲି। ୟା’ଭିତରେ ମୋ ତତ୍ତ୍ୱାବଧାନରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏମ୍‌ଫିଲ୍‌, ୨ ଜଣ ଡି.ଲିଟ୍‌ ଏବଂ ୪୦ରୁ ଊର୍ଦ୍ଧ୍ୱ ଗବେଷକ, ଗବେଷିକା ପିଏଚ୍‌.ଡି. ଡିଗ୍ରୀ ହାସଲ କରିସାରିଲେଣି। ଅବସର ପରେ ମୋତେ ୟୁଜିସି ତରଫରୁ ତିନୋଟି ପ୍ରୋଜେକ୍ଟ ଉପରେ କାମ କରିବାର ଦାୟିତ୍ୱ ମିଳିଥିଲା। ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର, ଭାରତରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀମନ୍ଦିର ଭିତରେ ଯେଉଁ ପାରମ୍ପରିକ ଶବ୍ଦର ବ୍ୟବହାର କରାଯାଉଛି ତା’ ଉପରେ ଗବେଷଣା କରିବାର ଦାୟିତ୍ୱ। ଏସବୁ ଗବେଷଣା କରିବାକୁ ଯାଇ ମୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୧୬୩୧ଟି ଏବଂ ଭାରତର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୩୭୨୧ଟି ଶ୍ରୀଜଗନ୍ନାଥ ମନ୍ଦିରର କ୍ଷେତ୍ରୀୟ ସର୍ବେକ୍ଷଣ କରି ତା’ର ଇତିହାସ ସଂଗ୍ରହ କରିଥିଲି। ଆଉ ସେହି ତଥ୍ୟ ଉପରେ ଆଧାର କରି ଇଂଲିଶ ଭାଷାରେ ‘ମହାପ୍ରଭୁ ଶ୍ରୀଜଗନ୍ନାଥ: ଦି ଲଡ୍‌ ଅଫ୍‌ ଦି ୟୁନିଭର୍ସ’ ନାମରେ ଏକ ପୁସ୍ତକ ଦିଲ୍ଲୀ ପ୍ରତିଭା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହେଲା। ସେହିପରି ମନ୍ଦିରରେ ଯେଉଁ ପାରମ୍ପରିକ ଶବ୍ଦର ବ୍ୟବହାର କରାଯାଏ ତା’ ଉପରେ ଗବେଷଣା କରି ‘ଶ୍ରୀମନ୍ଦିର ଶବ୍ଦକୋଷ’ ନାମରେ ଆଉ ଏକ ବହି ବି ମୋର ପ୍ରକାଶ ପାଇଲା। ପରବର୍ତ୍ତୀ କାଳରେ ଶ୍ରୀମନ୍ଦିର ସମ୍ପର୍କରେ ବିଭିନ୍ନ ରିପୋର୍ଟ, ବିଭିନ୍ନ କମିଶନଙ୍କ ସୁପାରିସ, ଭକ୍ତ ଓ ସେବାୟତଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ଆଧାରିତ କରି ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ନେଇ ଅନ୍ୟ ଏକ ପୁସ୍ତକ ‘ନୋଟ୍ସ ଆଣ୍ଡ ରିପୋଟର୍‌ସ ଅନ୍‌ ଶ୍ରୀଜଗନ୍ନାଥ ଟେମ୍ପଲ ପୁରୀ’ ୨୦୧୮ରେ ପ୍ରକାଶିତ ହେଲା। ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଉପରେ ମୋର ଗବେଷଣା କାର୍ଯ୍ୟ ଚାଲୁ ରହିଛି। କେବଳ ଓଡ଼ିଶା କାହିଁକି ଭାରତ ବାହାରେ ମଧ୍ୟ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ଓ ପ୍ରସାର କାର୍ଯ୍ୟ ବି ମୋର ଚାଲିଛି। ଏସବୁ ପ୍ରକଳ୍ପ ବା କାର୍ଯ୍ୟକ୍ରମକୁ ସଫଳ କରିବାରେ ମହାପ୍ରଭୁଙ୍କ ଆଶୀର୍ବାଦ ସହିତ ପ୍ରତିଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଶ୍ରୀଯୁକ୍ତ ଅଲେଖ କୁମାର ଦାସଙ୍କ ସହଯୋଗ ଚିରସ୍ମରଣୀୟ। ପରିଶେଷରେ ଏତିକି କହିବି, ଶ୍ରୀଜଗନ୍ନାଥ ଚେତନା ଏକ ଚିରନ୍ତନ ଶାଶ୍ୱତ ଚେତନା, ଏହାଦ୍ୱାରା ଅନୁପ୍ରାଣିତ ହେଲେ ବ୍ୟକ୍ତି ତା’ର ଜୀବନକୁ ସରସ, ସୁନ୍ଦର, ମଧୁମୟ କରିବା ସଙ୍ଗେ ସଙ୍ଗେ ସମଗ୍ର ମାନବ ସମାଜକୁ ବସୁଧୈବ କୁଟୁମ୍ବକମ୍‌ ଚେତନାରେ ଉଦ୍‌ବୁଦ୍ଧ କରିପାରିବ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri