Posted inଖେଳ

ପ୍ରତ୍ୟେକ ଦିନ ନୂଆ ଅଭିଜ୍ଞତା ରହିଥିଲା: ଶୁଭେନ୍ଦୁ

ଭୁବନେଶ୍ୱର, ୩।୬(ସ୍ପୋଟର୍‌ସ ବ୍ୟୁରୋ)- ଭାରତୀୟ ୧୬ ବର୍ଷରୁ କମ୍‌ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ତଥା ଦେଶର ପ୍ରଥମ ସ୍କୋରର ଏକ୍ସପର୍ଟ ଶୁଭେନ୍ଦୁ ପଣ୍ଡା କ୍ରୋଏସିଆର ପ୍ରତିଷ୍ଠିତ ହାଜଡକ୍‌ କ୍ଲବରେ ଅନୁଷ୍ଠିତ ଫୁଟ୍‌ବଲ ଏକ୍ସପର୍ଟ ବୈଠକରେ ସଫଳତାର ସହ ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଫୁଟ୍‌ବଲ ଏକାଡେମୀର ପ୍ରତିଷ୍ଠାତା ରେମଣ୍ଡ୍‌ ଭେରହେଇଜେନଙ୍କ ପକ୍ଷରୁ ଶୁଭେନ୍ଦୁଙ୍କୁ ଏହି ଫୁଟ୍‌ବଲ ଏକ୍ସପର୍ଟ ବୈଠକ ଲାଗି ମନୋନୀତ କରାଯାଇଥିଲା। କ୍ରୋଏସିଆ ଲିଗ୍‌ର ଶ୍ରେଷ୍ଠ କ୍ଲବ ହାଜ୍‌ଡକ୍‌ଠାରେ ଗତ ମେ ୨୭ରୁ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏକମାତ୍ର ତଥା ପ୍ରଥମ ଭାରତୀୟ କୋଚ୍‌ ଭାବେ ଶୁଭେନ୍ଦୁ ଏହି କଣ୍ଡିଶନିଂ ଓ ପିରିଓଡାଇଜେଶନ ପ୍ରୋଗ୍ରାମ ପାଇଁ ମନୋନୀତ ହୋଇଥିଲେ। ବିଶ୍ୱର ୪୦ ଜଣ ଫୁଟ୍‌ବଲ ଏକ୍ସପର୍ଟ ଏହି ବୈଠକରେ ଯୋଗଦେଇ ସେମାନଙ୍କ ଜ୍ଞାନ ଆଦାନପ୍ରଦାନ କରିଥିଲେ। ହାଜ୍‌ଡକ୍‌ରେ ସପ୍ତାହବ୍ୟାପୀ ହୋଇଥିବା ଏକ୍ସପର୍ଟ ବୈଠକରେ ବିଶ୍ୱସ୍ତରୀୟ କୋଚ୍‌ଙ୍କ ନିକଟରୁ ବିଭିନ୍ନ ଜ୍ଞାନ ଆହରଣ କରିବାର ସୁଯୋଗ ମିଳିଲା, ଯାହା ବହୁତ ଭଲ ରହିଥିଲା। କ୍ରୋଏସିଆ ଜାତୀୟ ଯୁବ ଦଳ ସହ ହୋଇଥିବା ଟ୍ରେନିଂ ସେସନ ବିଷୟରେ କହିବାକୁ ମୋ ପାଖରେ ଭାଷା ନାହିଁ। ପ୍ରତ୍ୟେକ ଦିନ ମୋ ଲାଗି ନୂଆ ନୂଆ ଅଭିଜ୍ଞତା ଆଣିଥିଲା ବୋଲି ଶୁଭେନ୍ଦୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
୨୦୧୬ରେ ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ଫୁଟ୍‌ବଲ କଣ୍ଡିଶନିଂ ଓ ମେଣ୍ଟରଶିପ୍‌ ପ୍ରୋଗ୍ରାମରେ ମଧ୍ୟ ଶୁଭେନ୍ଦୁ ଅଂଶଗ୍ରହଣ କରିଥିଲେ। ସେହିଭଳି ୨୦୧୮ରେ ମଧ୍ୟ ପର୍ତ୍ତୁଗାଲରେ ହୋଇଥିବା ଏକ୍ସପର୍ଟ ବୈଠକରେ ସେ ଭାରତରୁ ଏକମାତ୍ର କୋଚ୍‌ ଭାବେ ଯୋଗଦେଇଥିଲେ। ଶୁଭେନ୍ଦୁ ପ୍ରଥମ ଓଡ଼ିଆ ଭାବେ ଅଷ୍ଟ୍ରେଲିଆର ପ୍ରାକ୍ତନ ଫୁଟ୍‌ବଲର ସ୍କଟ୍‌ ଓ’ଡେନେଲଙ୍କ ତତ୍ତ୍ୱାବଧାନରେ ଏଏଫ୍‌ସି-ଏ ଲାଇସେନ୍ସ ସାର୍ଟିଫିକେଟ୍‌ ହାସଲ କରିଥିଲେ। ସେ ୧୪ ଓ ୧୬ ବର୍ଷରୁ କମ୍‌ ଓଡ଼ିଶା ଦଳର ପ୍ରଶିକ୍ଷକ ସମେତ ଜାତୀୟ ଦଳର ବିଭିନ୍ନ ବୟସବର୍ଗରେ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?