ପ୍ରକଳ୍ପ ଭବିଷ୍ୟତ ଅନ୍ଧାରରେ : ୪ ବର୍ଷ ହେଲା ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦୁଝର, ୧।୬(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ମତ୍ସ୍ୟଚାଷର ବିକାଶ ଲାଗି ଭିତ୍ତିଭୂମି ଥିଲେ ମଧ୍ୟ ଏହାର ସଦୁପଯୋଗ କରାଯାଉ ନାହିଁ ା ଜିଲାରେ ଚାଷୀଙ୍କୁ ପ୍ରୋତ୍ସାହନ ଓ ସୁବିଧା ଯୋଗାଇବା ଲକ୍ଷ୍ୟରେ ପାଟଣା ବ୍ଲକର ମୂଷାଖୋରୀ, ତେଲକୋଇ, ଘଷିପୁରା ବ୍ଲକର ମଛାଳୋ, କେନ୍ଦୁଝର ସହରରେ ଦିଗଧନ ଏବଂ ଝୁମ୍ପୁରାଠାରେ ମତ୍ସ୍ୟ ଯାଆଁଳ ଉପତ୍ାଦନ କେନ୍ଦ୍ର ଖୋଲାଯାଇଥିଲା। ଏଥିମଧ୍ୟରୁ ଝୁମ୍ପୁରା ମତ୍ସ୍ୟ ଯାଆଁଳ ଉପତ୍ାଦନ କେନ୍ଦ୍ର ୪ବର୍ଷ ହେବ ବନ୍ଦ ହୋଇ ପଡିଛି। ବାର୍ଷିକ ୨୨ଲକ୍ଷ ମାଛ ଯାଆଁଳ ଉପତ୍ାଦନ କରୁଥିବା ଏହି ଫାର୍ମ ବନ୍ଦ ହେବା ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଅନେକ ଚାଷୀ ରାଜ୍ୟ ବାହାରର ବେପାରୀଙ୍କ ଉପରେ ନିର୍ଭର କରି ଯାଆଁଳ କିଣୁଛନ୍ତି । କାନପୁର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ନିର୍ମାଣ କାର୍ଯ୍ୟ ଯୋଗୁ ଏହି କେନ୍ଦ୍ରରେ ଅଧା ଅଂଶ ନଷ୍ଟ ହେବାରୁ ମାଛ ଯାଆଁଳ ଉପତ୍ାଦନ ପ୍ରଭାବିତ ହୋଇଥିବା କୁହାଯାଉଛି। ପ୍ରଶାସନ ଏହାର ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ କାନପୁର ଯାଆଁଳ ଉପତ୍ାଦନ ପ୍ରକଳ୍ପର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।
ଉଲ୍ଲେଖନୀୟ ଯେ, ଝୁମ୍ପୁରା, ଯୋଡା, ସଦର ବ୍ଲକର କେତେକ ଅଞ୍ଚଳ, ପାଟଣା ଏବଂ ଚମ୍ପୁଆ ବ୍ଳକର ଅନେକ ଚାଷୀଙ୍କୁ ମାଛ ଯାଆଁଳ ଯୋଗାଣ ଲକ୍ଷ୍ୟ ରଖି ଝୁମ୍ପୁରାରେ ମତ୍ସ୍ୟ ଯାଆଁଳ ଉପତ୍ାଦନ କେନ୍ଦ୍ର ଖୋଲା ଯାଇଥିଲା। ୧୯୯୫ରେ ଏହି କେନ୍ଦ୍ର ଖୋଲା ଯାଇ ୫ ଏକର ୪୦ ଡିସିମିଲ ଜାଗା ଉପରେ ୧୭ଟି ପୋଖରୀ ଖୋଳି ଯାଆଁଳ ଉପତ୍ାଦନ କରାଯାଇଥିଲା। ସେବେଠାରୁ ପତିବର୍ଷ କେନ୍ଦ୍ରରୁ ରୋହି, ଭାକୁର, ମିରିକାଳି, ଚାଇନା ରୋହି ମାଛ ଯାଆଁଳ ଚାଷୀଙ୍କୁ ଯୋଗାଇ ଦିଆଯାଉଥିଲା। ୪ବର୍ଷ ହେବ କାନପୁର ବୃହତ ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ନିର୍ମାଣ ହେବା ପରେ ପ୍ରାୟ ୧୦ଟି ପୋଖରୀ ସହ ଏହାର ୯ ଏକର ଜାଗା କ୍ଷତିଗ୍ରସ୍ତ ହୋଇଛି। ଯାଆଁଳ ଉପତ୍ାଦନ ବନ୍ଦ ରହିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। କେତେକ ଚାଷୀ କେନ୍ଦୁଝରଠାରେ ଥିବା ଦିଗଧନ ଏବଂ ପାଟଣା ବ୍ଲକର ମୂଷାଖୋରୀ ମତ୍ସ୍ୟ ଯାଆଁଳ ଉପତ୍ାଦନ କେନ୍ଦ୍ରକୁ ଯାଇ ଖର୍ଚ୍ଚାନ୍ତ ହୋଇ ଗାଡିରେ ମାଛ ଯାଆଁଳ ଆଣୁଛନ୍ତି। ଏହି ସମସ୍ୟା ନେଇ ଆରପିଡିଏସି ବୈଠକରେ ଆଲୋଚନା କରି ପଦକ୍ଷେପ ନେବାକୁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଜଳସେଚନ ଭଳି କୌଣସି ଜାତୀୟ ପ୍ରକଳ୍ପରେ ଜମି ଅଧିଗ୍ରହଣ ବେଳେ ସରକାରୀ ଓ ବେସରକାରୀ ପ୍ରକଳ୍ପ ବା କୋଠାବାଡି ନଷ୍ଟ ହେଲେ କ୍ଷତିପୂରଣ ଦେବା ବ୍ୟବସ୍ଥା ଥିଲେ ମଧ୍ୟ ଏହି କେନ୍ଦ୍ର ବାବଦକୁ ଟଙ୍କାଟିଏ କ୍ଷତିପୂରଣ ମିଳିନାହିଁ । ଏପରି କି ଅନ୍ୟତ୍ର ଜାଗା ଯୋଗାଇ ଦେବା ସକାଶେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏ ସମ୍ପର୍କରେ ଜିଲା ମସତ୍‌ୟ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ମନୋରମା ମହାପାତ୍ର କହିଛନ୍ତି, କେନ୍ଦୁଝର ଜିଲାପାଳ, କାନପୁର ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଏବଂ ଝୁମ୍ପୁରା ତହସିଲଦାରଙ୍କୁ ଅନେକ ଥର ଚିଠି କରାଯାଇଥିଲେ ମଧ୍ୟ ରାଜସ୍ବ ବିଭାଗ ପକ୍ଷରୁ ନୂତନ ସ୍ଥାନ ଚିହ୍ନଟ କରି ଯୋଗାଇ ଦିଆଯାଉ ନାହିଁ ା ଏ ସମ୍ପର୍କରେ କାନପୁର ଜଳସେଚନ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ସିଂଙ୍କୁ ପଚାରିବାରୁ ମତ୍ସ୍ୟ ଚାଷ ବିଭାଗ କ୍ଷୟକ୍ଷତି ସମ୍ପର୍କରେ ଜଣାଇଲେ ଏହାର ସମାଧାନ କରାଯାଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri