Posted inଫୁରସତ

ପୋଲିସ୍‌ ଷ୍ଟେଶନ୍‌ ଭିତରେ ଚାଲିଛି ପାଠଶାଳା

ଡେରାଡୁନ୍‌ର ପ୍ରେମନଗର୍‌ ପୋଲିସ୍‌ ଷ୍ଟେସନ୍‌ ଦେଶରେ ଥିବା ଅନ୍ୟ ସମସ୍ତ ପୋଲିସ୍‌ ଷ୍ଟେସନ୍‌ଠୁ ସ୍ବତନ୍ତ୍ର। ଏହାକୁ ସ୍ବତନ୍ତ୍ର କରିଛି କିଛି ମୁହୂର୍ତ୍ତରେ ପରିଣତ ହେଉଥିବା ପାଠଶାଳା। ପ୍ରେମନଗର ପାଖରେ ଥିବା ଏକ ବସ୍ତିରେ ଅନେକ ଗରିବଶ୍ରେଣୀର ପିଲା ଅଛନ୍ତି, ଯେଉଁମାନେ ଶିକ୍ଷାଠୁ ବହୁ ପଛରେ ରହିଛନ୍ତି। ସେମାନଙ୍କୁ ଉତ୍ତମ ଶିକ୍ଷା ଦେବାକୁ ପ୍ରଥମେ ଏକ ଏନ୍‌ଜିଓ ସଂସ୍ଥା ପୋଲିସ୍‌ ଷ୍ଟେସନ୍‌ ସମ୍ମୁଖରେ ଥିବା ଫୁଟ୍‌ପାଥ୍‌ରେ ପଢ଼ାଇବାର ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ପୋଲିସ୍‌ ଷ୍ଟେସନ୍‌ ଅଧିକାରୀ ମୁକେଶ ତ୍ୟାଗୀଙ୍କ ଚିନ୍ତାର କାରଣ ପାଲଟିଲା। କାରଣ ଏଥିପାଇଁ ଟ୍ରାଫିକ୍‌ ସମସ୍ୟା ସାଙ୍ଗକୁ ପିଲାଙ୍କ ଜୀବନ ବିପଦରେ ପଡୁଥିଲା। ତେଣୁ ସେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପୋଲିସ୍‌ ଷ୍ଟେସନ୍‌କୁ ପ୍ରତିଦିନ ୬ ଘଣ୍ଟା ପାଇଁ ସ୍କୁଲ୍‌ରେ ପରିଣତ କଲେ। ଏଠାରେ ପିଲାଙ୍କୁ ହିନ୍ଦୀ, ଇଂରାଜୀ, ଗଣିତ ସାଙ୍ଗକୁ ଇତିହାସ ଏବଂ ବିଜ୍ଞାନ ଭଳି ବିଷୟ ପଢ଼ାଯାଉଛି। ପୋଲିସ୍‌ଙ୍କ ସମର୍ଥନରେ ଏବଂ ସୁରକ୍ଷା ପ୍ରଦାନ ଯୋଗୁ ଏବେ ଅନେକ ପିତାମାତା ସେମାନଙ୍କ ପିଲାଙ୍କୁ ଏହି ସ୍କୁଲ୍‌କୁ ପଢ଼ାଇବାକୁ ଛାଡୁଛନ୍ତି। ସବୁଠୁ ବଡ଼ କଥା ପୋଲିସ୍‌ ଷ୍ଟେସନ୍‌କୁ ଆସୁଥିବା ଅନେକ ଅପରିଚିତ ସହୃଦୟ ବ୍ୟକ୍ତି ଏହି ଅଭିଯାନରେ ନିଜକୁ ସାମିଲ କରି ସ୍ବଇଚ୍ଛାରେ ସହାୟତା କରୁଛନ୍ତି। କେହି ନିଜ ଭ୍ୟାନ୍‌କୁ ପିଲାଙ୍କ ପାଇଁ ମାଗଣାରେ ଲଗାଉଥିବା ବେଳେ ଆଉ କେହି ବ୍ୟାଗ୍‌, ପଢ଼ା ସାମଗ୍ରୀ ଏବଂ ଟିଫିନ୍‌ ବ୍ୟବସ୍ଥା କରୁଛନ୍ତି। ଡେରାଡୁନ୍‌ ପୋଲିସ୍‌କର୍ମୀଙ୍କ ଏହି ମହତ୍‌ ପଦକ୍ଷେପ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri