ପୋଲିସ ଭ୍ୟାନ୍‌ରେ ପ୍ରବାସୀ ମହିଳାଙ୍କ ପ୍ରସବ ଘଟଣା: ପଦାରେ ପଡ଼ିଲା ଜିଆର୍‌ପିର ଅପାରଗତା

ଝାରସୁଗୁଡା ଅଫିସ,୨୫ା୫- ଝାରସୁଗୁଡା ଜିଲା ପୋଲିସର ଏକ ପିସିଆର ଭ୍ୟାନରେ ରବିବାର ଜଣେ ପ୍ରବାସୀ ମହିଳା ଏକ ଶିଶୁକନ୍ୟା ପ୍ରସବ କରିବା ଘଟଣାରେ ଜିଆର୍‌ପିର ଅପାରଗତା ପଦାରେ ପଡ଼ିଛି। ଜିଆର୍‌ପି ପକ୍ଷରୁ କେବଳ ଏକ ଆମ୍ବୁଲାନ୍ସ ଡକାଇ ଥାନା ଅଧିକାରୀ ଚୁପ୍‌ହୋଇ ବସି ପଡିଥିଲେ। ପୋଲିସ ଭ୍ୟାନ୍‌ରେ ପ୍ରସୂତିଙ୍କୁ ମେଡିକାଲ ନେଲାବେଳେ ଜିଆର୍‌ପିର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଯାଇ ନ ଥିଲେ। ସୋମବାର ସୁଦ୍ଧା ମଧ୍ୟ ଜିଆର୍‌ପିର କୌଣସି ଅଧିକାରୀ କିମ୍ବା କର୍ମଚାରୀ ମା, ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଯାଇନାହାନ୍ତି। ଜଣେ ପ୍ରବାସୀ ପ୍ରସୂତିଙ୍କ ଚିକିତ୍ସା କ୍ଷେତ୍ରରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଜିଆର୍‌ପିର ଦାୟିତ୍ୱହୀନତାକୁ ସୂଚାଇଛି।
ବିହାର କାଇମୁର ଜିଲା ଦୁର୍ଗାବତୀ ଥାନା ଅଧୀନ କୃପାଳପୁର ଅଞ୍ଚଳର ରାକେଶ କୁମାର ତାଙ୍କ ସ୍ତ୍ରୀ ପାୟଲ ଓ ୩ ବର୍ଷର ଝିଅ ସହ ସରକାରଙ୍କ ଦ୍ୱାରା ଚଲାଯାଇଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ରବିବାର ସିକନ୍ଦରାବାଦରୁ ଘରକୁ ଫେରୁଥିଲେ। ସିକନ୍ଦରାବାଦ-ବିହାର(ଟ୍ରେନ୍‌ ନଂ.୦୭୦୮୫)ର ଏକ ସାଧାରଣ ବଗିରେ ସେମାନେ ବସିଥିଲେ। ଦିନ ପ୍ରାୟ ୨ଟା ବେଳକୁ ପାୟଲଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏ ନେଇ ରାକେଶ ରେଳ କର୍ମଚାରୀଙ୍କୁ ଜଣାଇଥିଲେ। ଆଗକୁ ଝାରସୁଗୁଡା ରେଳ ଷ୍ଟେଶନ ପଡୁଥିବାରୁ ରେଳ କର୍ମଚାରୀ ଝାରସୁଗୁଡା ରେଳ ଷ୍ଟେଶନକୁ ସୂଚନା ଦେଇଥିଲେ। ଏହି ଖବର ପାଇଲା ପରେ ଷ୍ଟେଶନ ପକ୍ଷରୁ ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ଜିଆର୍‌ପିକୁ ଅବଗତ କରାଯାଇଥିଲା। ତେବେ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ଜାଣିବା ପାଇଁ ଜଣେ ରେଳ କର୍ମଚାରୀଙ୍କ ସହିତ ଫୋନ୍‌ ଯୋଗେ ଆଲୋଚନା ବେଳେ ଏହି ଘଟଣା ସମ୍ପର୍କରେ ଜାଣିଥିଲେ ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ। ଏଣୁ ସେ ତୁରନ୍ତ ପିସିଆର ଭ୍ୟାନ୍‌ ଧରି ଷ୍ଟେଶନରେ ପହଞ୍ଚତ୍ଥିଲେ। ହେଲେ ଆମ୍ବୁଲାନ୍ସ ନ ଆସିବାରୁ ସେ ଆସିଥିବା ପିସିଆର ଭ୍ୟାନ୍‌ରେ ପାୟଲଙ୍କୁ ଧରି ହସ୍ପିଟାଲ ବାହାରିଥିଲେ। ଷ୍ଟେଶନଠାରୁ ଅଳ୍ପ ବାଟ ଯାଇଛି ମହିଳା ଜଣକ ଭ୍ୟାନ୍‌ରେ ହିଁ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହା ପରେ ଭ୍ୟାନ୍‌ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ଉଭୟ ମା’ ଓ ଶିଶୁକନ୍ୟା ଏବେ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଏ ନେଇ ଜିଆର୍‌ପି ଥାନା ଅଧିକାରୀ ବିନୟ ମିଞ୍ଜଙ୍କୁ ପଚାରିବାରୁ ତାଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ହେଲେ ଆମ୍ବୁଲାନ୍ସ ଠିକ୍‌ ସମୟରେ ନ ପହଞ୍ଚିବାରୁ ପୋଲିସ ଭ୍ୟାନ୍‌ରେ ମହିଳାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ଏହି ସମୟରେ ସେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଅନ୍ୟପକ୍ଷେ ଝାରସୁଗୁଡା ଜିଆର୍‌ପିରେ କର୍ମଚାରୀ ମଧ୍ୟ କମ୍‌ ଅଛନ୍ତି ବୋଲି କହି ଖସିଯିବାକୁ ଚେଷ୍ଟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

​ମା’ ସହ ଅବୈଧ ସମ୍ପର୍କ ସନ୍ଦେହ ହେଲା କାଳ, ଯୁବକଙ୍କୁ ସାଇକେଲ୍ କ୍ରାଙ୍କରେ ପିଟି ପିଟି ନିର୍ମମ ହତ୍ୟା

​ଝାରସୁଗୁଡା,୨୦ା୫(ଆଶିଷ ରଞ୍ଜନ ଦାଶ): ପରକୀୟା ପ୍ରୀତି ସନ୍ଦେହକୁ କେନ୍ଦ୍ର କରି ଝାରସୁଗୁଡା ଜିଲାରେ ଏକ ଅଭାବନୀୟ ତଥା ହୃଦୟବିଦାରକ ହତ୍ୟାକାଣ୍ଡ ଘଟିଯାଇଛି । ମା’ ଅନ୍ୟ ଜଣେ…

ଟଙ୍କଧରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି: ଝାରସୁଗୁଡା ରାଜନୀତିରେ ପୁଣି ତେଜିଲା ଆଇନ ଯୁଦ୍ଧ

ଝାରସୁଗୁଡା,୧୨।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ରାଜନୀତିରେ ପୁଣି ତେଜିଛି ଆଇନ ଯୁଦ୍ଧ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶା କରାଯାଇଥିବା ଆଶ୍ୱସ୍ତି। ସୋମବାର ଦେଶର ସର୍ବୋଚ୍ଚ…

ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଆହତ

ଝାରସୁଗୁଡା/ବେଲପାହାଡ,୧୨।୫(ଆଶିଷ ରଞ୍ଜନ ଦାଶ/ସୁବାସ ପ୍ରଧାନ): ବେଲପାହାଡ଼ ଥାନା ଅନ୍ତର୍ଗତ ସୁଲଦିଆ କୋଇଲା ଖଣି ଅଞ୍ଚଳରେ ଥିବା ଅଇଲାଝରନ ଜଙ୍ଗଲରେ ଆଜି ବ୍ରଜରାଜନଗର ଓ ବନହରପାଲି ଥାନା ପୋଲିସ…

କାର୍‌ରେ ଆସି ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କଲେ ୪ ଦୁର୍ବୃତ୍ତ: ଜଣେ ମୃତ, ଜଣେ ଆହତ

ବେଲପାହାଡ, ୧୧।୫(ସୁବାସ ପ୍ରଧାନ): ଝାରସୁଗୁଡା ଜିଲା ବେଲପାହାଡ଼ ଫାଟକରେ ଯୁବକଙ୍କୁ ଆକ୍ରମଣ। ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଉଭୟ…

ଓଡ଼ିଶା ମେଟାଲିକ୍ସ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ: ଆନ୍ଦୋଳନ ଚେତାବନୀ

ଝାରସୁଗୁଡ଼ା, ୯ା୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟାଠାରେ ଅବସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ନେଇ ବିବାଦ ଘନେଇବାରେ ଲାଗିଛି। ପୁରୁଣା କର୍ମଚାରୀଙ୍କୁ…

ବାରଣ୍ଡାରେ ଶୋଇଥିବାବେଳେ ଯୁବକଙ୍କ ଗଳା କାଟିଦେଲେ…

ଝାରସୁଗୁଡା, ୬।୫(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ଲଖନପୁର ଥାନା ଅନ୍ତର୍ଗତ ସୁଲଦିଆ ଲାଲୁମୁଣ୍ଡାରେ ଜଣେ ଯୁବକ ବାରଣ୍ଡାରେ ଶୋଇଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ…

ଆନ୍ଧ୍ର ବି.ଇଡି ନାମଲେଖା ନାଁରେ ଠକେଇ, ୨ ଗିରଫ

ଝାରସୁଗୁଡ଼ା,୨୭।୪ (ଆଶିଷ ରଞ୍ଜନ ଦାଶ): ଓଡ଼ିଶାର ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଥିବା ଏକ ଆନ୍ତଃରାଜ୍ୟ ଶିକ୍ଷା ଠକେଇ ର଼୍ୟାକେଟକୁ ଝାରସୁଗୁଡ଼ା ପୋଲିସ ଧରିଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri