ପୋଲିସ ଧୀରେ ଧୀରେ ଲୋକଙ୍କ ନିକଟତର ହେଉଛି; ଜିଲା ପାଇଁ ମନଲଗାଇ କାମ କରିବେ: ଏସ୍‌ପି ଅଗ୍ରୱାଲ

ନୂଆପଡା ଅଫିସ,୨୬ା୮ : ଦିନେ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏକ ବ୍ୟବଧାନ ରହିଥିଲା । ଲୋକେ ଏକ ଅନ୍ୟ ଦୃଷ୍ଟିରେ ଦେଖୁଥିଲେ। ବତ୍ତମାନ ପୋଲିସ ଲୋକଙ୍କ ନିକଟତର ହୋଇ ସୁଖଦୁଃଖରେ ସାମିଲ ରହି ଆସ୍ଥା ଭାଜନ ହୋଇ ପାରିଛି ବୋଲି ରବିବାର ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଏସପିଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଅତିଥିମାନେ ମତ ଦେଇଛନ୍ତି ।
ମଧ୍ୟାହ୍ନରେ ଏଏସ୍‌ପି ସୁନୀଲ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଏସ୍‌ପି ସ୍ମିତ ପରମାର ସପତ୍ନିକ ଯୋଗ ଦେଇଥିବାବେଳେ ନୂତନ ଏସ୍‌ପି ବିନୀତ ଅଗ୍ରୱାଲ ମଞ୍ଚାସୀନ ଥିଲେ। ବିଶେଷ ଅତିଥି ଭାବେ ଡ.ଶିବ ପ୍ରସାଦ ବେହେରା, ସିଆରପିଏଫ କମାଣ୍ଡାଣ୍ଟ ରାଜେଶ ବତ୍ସ, ନରେନ୍ଦ୍ର କୁମାର, ନୂଆପଡା ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ଖଡିଆଳ ଏସଡିପିଓ ବିରଞ୍ଚତ୍ ପ୍ରସାଦ ଦେହୁରୀ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ପୂର୍ବତନ ଏସପି ଏବଂ ବର୍ତ୍ତମାନ ଯୋଗଦେଇଥିବା ଏସପିଙ୍କୁ ରିଜର୍ଭ କାର୍ଯ୍ୟାଳୟରୁ ବାଜା, ନାଚରେ ସ୍ବାଗତ କରି କାର୍ଯ୍ୟକ୍ରମ ସ୍ଥଳକୁ ଅଣାଯାଇଥିଲା। ଏଥିରେ ପୋଲିସ ବିଭାଗର ସମସ୍ତ ଅଧିକାରୀମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଏସପି ପରମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଏସ୍‌ପି ଅଗ୍ରୱାଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ସିନାପାଲି ଥାନାଧିକାରୀ ଗୌଡବାବୁ ବିଦାୟ ଏବଂ ସ୍ବାଗତ ଗୀତ ପରିବେଷଣ କରି ସମସ୍ତଙ୍କୁ ମନମୋହିଥିଲେ। ଏହି ଅବସରରେ ବକ୍ତାମାନେ ପୋଲିସ ବିଭାଗର କାର୍ଯ୍ୟଧାରା ଉପରେ ଉପସ୍ଥାପନ କରିଥିବାବେଳେ ଜିଲାରେ କାର୍ଯ୍ୟ କଲାବେଳେ ପୂର୍ବତନ ଏସପି କିପରି ଶୃଙ୍ଖଳିତ ଢଙ୍ଗରେ କାମ କରିଥିଲେ ସେ ବିଷୟରେ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଧିକାରୀମାନେ ଆସି ସେମାନଙ୍କ ଅନୁଭୂତି ପ୍ରକାଶ କରିଥିଲେ। ନୂଆପଡା ଏକ ମାଓବାଦୀ ପ୍ରବଣ ଜିଲା । ଏଠାରେ ଲୋକଙ୍କ ଜୀବନ ଶୈଳୀ ପ୍ରଭାବିତ ହୋଇଥିଲା। ଏହାକୁ ପୋଲିସ ଅଧିକାରୀମାନେ ବିଭିନ୍ନ ସମୟରେ ଆସି ଲୋକଙ୍କ ସମସ୍ୟା, ଦୁଃଖସୁଖ ସହିତ ଜଡିତ ରହି ଦିନରାତି କାମ କରିଛନ୍ତି । ବର୍ତ୍ତମାନ ଜିଲାରେ ଏକ ବିପ୍ଲବ ଆସିପାରିଛି ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ପୂର୍ବତନ ଏସପି ପରମାର ଜିଲାବାସୀଙ୍କୁ ସାଧୁବାଦ ଦେଇଥିବାବେଳେ ଜିଲା ପାଇଁ ନିହାତି ଭାବେ ମନଲଗାଇ କାମ କରିବେ ବୋଲି ଏସ୍‌ପି ଅଗ୍ରୱାଲ ଉଦ୍‌ବୋଧନ ଦେଇଥିଲେ ା ଏହି ଅବସରରେ ବିଗତ ଦିନରେ କ୍ୟାଡର ମାଓବାଦୀମାନେ କ୍ୟାମ୍ପ ଛାଡି ଆସି ମୁଖ୍ୟ ସୋ୍ରତରେ ସାମିଲ ହୋଇଥିବାରୁ ସୁମିତ୍ରା ମାଝି, ଦୁର୍ବାଦଳ ବରିହାଙ୍କୁ ୩ ଲକ୍ଷ ୪୮ହଜାର ଟଙ୍କା ଏବଂ ପୂର୍ଣ୍ଣ ଚନ୍ଦ୍ର ମାଝି, ଡାଳମତି କମାର, ପରଶୁରାମ ଧରୁଆଙ୍କୁ ପ୍ରତ୍ୟେକେ ୨ଲକ୍ଷ ୪୮ ହଜାର ଲେଖାଏଁ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ନୂଆପଡା ଥାନାଧିକାରୀ ଆଦିତ୍ୟ କୁମାର ମହାକୁଡ, ଦେବାଶିଷ ରାଉତ ପରିଚାଳନା କରିଥିବାବେଳେ ସମସ୍ତ ଅଧିକାରୀମାନେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri