Posted inଜାତୀୟ

ପୃଥିବୀର ଖରାପ ଆର୍ଥିକ ସ୍ଥିତି ପାଇଁ ଦାୟୀ ଭାରତ: ଗୀତା ଗୋପିନାଥ

ନୂଆଦିଲ୍ଲୀ,୨୧।୧: ସମ୍ପ୍ରତି ପୃଥିବୀରେ ଦେଖାଦେଇଥିବା ଖରାପ ଆର୍ଥିକ ସ୍ଥିତି ପାଇଁ ଭାରତ ଦାୟୀ। ଭାରତ ଯୋଗୁ ଅନ୍ତର୍ଜାତୀୟସ୍ତର ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ ୮୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଏନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥଶାସ୍ତ୍ରୀ ତଥା ମୂଳ ଭାରତୀୟ ଗୀତା ଗୋପିନାଥ କହିଛନ୍ତି। ୨୦୧୯-୨୦ରେ ଭାରତର ଆନୁମାନିକ ସାମୁହିକ ଆର୍ଥିକ ବିକାଶ ହାରକୁ ଗୀତା ୬ ପ୍ରତିଶତରୁ ୪.୮ ପ୍ରତିଶତକୁ କମାଇ ଦେଇଛନ୍ତି। ଆଇଏମ୍‌ଏଫ୍‌ ଅନୁସାରେ ଦେଶର ଆନୁମାନିକ ସାମୁହିକ ଆର୍ଥିକ ବିକାଶ ହାର ୨୦୨୦ରେ ୫.୮ ପ୍ରତିଶତ ଏବଂ ୨୦୨୧ରେ ୬.୫ ପ୍ରତିଶତ ହେବ। ଏହି ସମୟ ମଧ୍ୟରେ ପୃଥିବୀର ଆନୁମାନିକ ସାମୁହିକ ଆର୍ଥିକ ବିକାଶ ହାର ପୂର୍ବ ଆକଳନ ତୁଳନାରେ ଯଥାକ୍ରମେ ୧.୨ ପ୍ରତିଶତ ଏବଂ ୦.୯ ପ୍ରତିଶତ କମ ରହିବ ବୋଲି ଗୀତା ସୂଚନା ଦେଇଛନ୍ତି। ପୃଥିବୀର ଜିଡ଼ିପି ପ୍ରାୟ ୫୬୯ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଭାରତର ଜିଡ଼ିପି ୧୯ ଲକ୍ଷ କୋଟି ଟଙ୍କା ରହିଛି। ଏହା ପୃଥିବୀ ଅର୍ଥ ବ୍ୟବସ୍ଥାର ପ୍ରାୟ ୩ ପ୍ରତିଶତ ହେବ। ଭାରତରେ ଦେଖାଦେଉଥିବା ଗରିବ ସମସ୍ୟା ଏବଂ ବ୍ୟାଙ୍କ କାରବାରରେ ଜାରି ରହିଥିବା ନିଷ୍କ୍ର୍ରିୟତା ଯୋଗୁ ଆର୍ଥିକ ସ୍ଥିତି ଅଧିକ ଖରାପ ହୋଇଥିବା ଗୀତା କହିଛନ୍ତି। ଭାରତର ଆର୍ଥିକ ଅସ୍ଥିରତାର ପ୍ରଭାବ ଅନ୍ତର୍ଜାତୀୟସ୍ତରରେ ପଡ଼ିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ମୂଳ ଭାରତୀୟ ଗୀତା ୧୯୭୧ ଡିସେମ୍ବର ୮ରେ କୋଲକତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାରମ୍ଭିକ ଶିକ୍ଷା କର୍ନାଟକର ମହୀଶୂରରେ ଆରମ୍ଭ ହୋଇଥିଲା। ଏହାପରେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନମିକ୍ସ୍‌ରେ ସେ ଡିଗ୍ରୀ ପାଠପଢ଼ି ଥିବାବେଳେ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟରୁ ପିଜି ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ପିତା ଟି.ଭି. ଗୋପିନାଥ କେରଳର କୁନ୍ନୁର ମୂଳ ବାସିନ୍ଦା।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ

ନୂଆଦିଲ୍ଲୀ, ୩୦।୪: ଆସନ୍ତା ମାସ ୭ରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯୫ଟି ଲୋକ ସଭା ଆସନରେ ୧୩୫୨...

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri