Posted inଫୁରସତ

ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା ଦେଖିବାକୁ ବଡ଼ ବିଚିତ୍ର। କିଏ ଦେଖିବାକୁ ମାଙ୍କଡ଼ ଭଳି ତ ଆଉ କିଏ ଏଲିଅନ୍‌ ଭଳି। ଏମିତି କିଛି ଫୁଲକୁ ନେଇ ଏହି ଉପସ୍ଥାପନା।

ଶୁଆ ପରି ଦେଖାଯାଉଥିବା ଫୁଲ(ପ୍ୟାରଟ୍‌ ଫ୍ଲାଓ୍ବାର୍‌):
ବିଶେଷକରି ଥାଇଲାଣ୍ଡ ଏବଂ ଭାରତର ପୂର୍ବ ଭାଗରେ ଏହି ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ପ୍ରତି ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଏହା ଫୁଟିଥାଏ। ପୂରା ଫୁଟିଲେ ଫୁଲଟି ଲାଲ ଏବଂ ବାଇଗଣୀ ରଙ୍ଗର ଦେଖାଯିବା ସହ ଆକାର ଶୁଆ ଭଳି ହୋଇଯାଏ। ଥାଇଲାଣ୍ଡର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଏହା ଦେଖାଯାଏ। ବର୍ତ୍ତମାନ ଏହା ବିଲୁପ୍ତ ପ୍ରାୟ।

ଲାଫିଙ୍ଗ୍‌ ବମ୍ବଲ ବି’ ଅର୍‌ଚିଡ୍‌ (ହସୁଥିବା ମାଈ ମହୁମାଛି ଭଳି):
ପର୍ତ୍ତୁଗାଲ, ତୁର୍କୀ, ଲେବାନନ୍‌ ଆଦି ଅଞ୍ଚଳରେ ଏ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ପ୍ରତିଟି ଫୁଲରେ ତିନୋଟି ପାଖୁଡ଼ା ଥାଏ। ମଝି ପାଖୁଡ଼ାଟି ଠିକ୍‌ ମାଈ ମହୁମାଛି ସଦୃଶ।

OLYMPUS DIGITAL CAMERA

ଫ୍ଲାଇଂ ଡକ୍‌ ଅର୍ଚିଡ୍‌ (ଉଡୁଥିବା ବତକ ସଦୃଶ):
ପୂର୍ବ ଓ ଦକ୍ଷିଣ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ ଏହି ଫୁଲ। ବାଇଗଣୀ ରଙ୍ଗର ବତକ ଭଳି ଏହା ଦେଖାଯାଏ।

ସ୍ବାଡେଲ୍ଡ ବେବିଜ୍‌ (ଆଙ୍ଗୁଲା ୟୁନିଫ୍ଲୋରା):
ଏହା ଦେଖିବାକୁ ଛୋଟ ଶିଶୁଙ୍କୁ କପଡ଼ାରେ ଗୁଡ଼ାଇବା ଭଳି। କଲମ୍ବିଆ, ଇକ୍ୟୁଆଡର୍‌ ଏବଂ ଭେନ୍‌ଜୁଏଲାରେ ବିଶେଷକରି ଦେଖିବାକୁ ମିଳିଥାଏ। ଫୁଲଟି ଦେଖିବାକୁ ଧଳା ଏବଂ କ୍ରିମ୍‌ ରଙ୍ଗର। ଏହାର ବୃକ୍ଷଗୁଡ଼ିକ ୪୫ରୁ ୬୦ସେମି ଲମ୍ବ। ବିଶ୍ୱରେ ଦେଖାଯାଉଥିବା ଅର୍କିଡ୍‌ ଫୁଲ ପ୍ରଜାତିର ଏହା ସବୁଠାରୁ ଅଧିକ ମିଳୁଥିବା ଫୁଲ।

ହାପି ଏଲିଅନ୍‌ (ଡାରଓ୍ବିନ୍‌ସ ସ୍ଲିପର୍‌):
ଏହି ଫୁଲ ଦେଖିବାକୁ ଠିକ୍‌ ଏଲିଅନ୍‌ ଭଳି। ଆମେରିକାର ଦକ୍ଷିଣ ଭାଗରେ ଫୁଟୁଥିବା ଉକ୍ତ ଫୁଲ ୧୩ ସେମି ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାଏ। ଏହାର ରଙ୍ଗ ନାରଙ୍ଗୀ ଏବଂ ଲାଲ। ଏଥିରେ ଥିବା ଦୁଇଟି ଧଳା ଆଖି ଆକୃତି ଏହାକୁ ହସୁଥିବା ଏଲିଅନ୍‌ ପରି କରିଥାଏ।

ମଙ୍କି ଫେସ୍‌ ଅର୍ଚିଡ୍‌(ଡ୍ରାକୁଲା ସିମିଆ):
ଠିକ୍‌ ମାଙ୍କଡ଼ ମୁହଁ ପରି ଦେଖାଯାଉଥିବା ଏହି ଫୁଲ କମଳା ପରି ବାସ୍ନା ହୋଇଥାଏ। ପେରୁ ଏବଂ ଦକ୍ଷିଣପୂର୍ବ ଇକ୍ୱାଡରରେ ଏ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ମୁଖ୍ୟତଃ ଏହାର ପାଖୁଡାଗୁଡ଼ିକ ଏହାକୁ ମାଙ୍କଡ ଭଳି ଆକୃତି ଦେଇଥାଏ।

ଡ୍ୟାନ୍ସିଂ ଗର୍ଲସ (ନୃତ୍ୟରତା ଝିଅ ଭଳି): 
ପୂର୍ବ ଆଫ୍ରିକାର ବର୍ଷା ପ୍ରଭାବିତ ଅଞ୍ଚଳରେ ଉକ୍ତ ଫୁଲ ଦେଖାଯାଏ। ଏହା ଦେଖିବାକୁ ଠିକ୍‌ ନୃତ୍ୟ କରୁଥିବା ଝିଅ ଭଳି। ହାଲୁକା ଗୋଲାପୀ ଓ ଧଳା ରଙ୍ଗର ଏହି ଫୁଲକୁ ଯେ କେହି ଦେଖିଲେ ଘଡିଏ ଅନାଇ ରହିବ। ଭୂମିଠାରୁ ମାତ୍ର ୩୦ ସେମି ଉଚ୍ଚ ଗଛରେ ଏହା ହୋଇଥାଏ। ଫୁଲ ଗୁଡ଼ିକ ୨ ସେମି ଲମ୍ବ।

ବ୍ଲିଡିଂ ହାର୍ଟସ୍‌ (ରକ୍ତ ଝରୁଥିବା ହୃଦୟ ଭଳି):
ନାମ ଯେପରି, ଫୁଲଟି ଦେଖିବାକୁ ସେପରି। ହୃଦୟରୁ ଟୋପାଏ ଲୁହ ଝରିବା ଭଳି ଏହା ଦେଖାଯାଏ। ସାଇବେରିଆ, ଉତ୍ତର ଚାଇନା, କୋରିଆ ଏବଂ ଜାପାନରେ ବିଶେଷଭାବେ ମିଳିଥାାଏ। ତେବେ ଏହା ପଛରେ ଏକ ରୋମାଞ୍ଚକର ପ୍ରେମ କାହାଣୀ ରହିଥିବା ଶୁଣିବାକୁ ମିଳେ। ଯାହାକୁ ଆପଣ ସୋସିଆଲ ମିଡିଆରୁ ପଢ଼ିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri