ପୂଜାଥାଳି ଖୋଜୁଛନ୍ତି ପୂଜାରୀ

ବଅଁରପାଳ,୩ା୬ – ପୂର୍ଣ୍ଣମୀ ହେଉ କି ଅମାବାସ୍ୟା, ସଂକ୍ରାନ୍ତି ହେଉ ଅବା ସୋମବାର, ସକାଳୁ ଗହଳିଚହଳିରେ ପୂରି ଉଠୁଥିଲା ମନ୍ଦିର ପରିବେଶ। ପୂଜା ପାଇଁ ଥାଳି ଧରି ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଧାଡ଼ିରେ ଅପେକ୍ଷା କରୁଥିଲେ ପୂଜାରୀଙ୍କୁ। ହେଲେ କରୋନା କଟକଣା କରିଦେଇଛି ପଟ ପରିବର୍ତ୍ତନ। ଭକ୍ତଙ୍କ ପାଇଁ ସର୍ବଦା ଖୋଲା ରହୁଥିବା ଭଗବାନଙ୍କ ଦ୍ୱାରରେ ପକାଇଦେଇଛି ତାଲା। ଧାର୍ମିକ କାର୍ଯ୍ୟରେ ଲଗାଇଦେଇଛି ବ୍ରେକ୍‌। ଫଳରେ ଦୀର୍ଘ ୨ ମାସରୁ ଅଧିକ ହେଲା ଶ୍ରଦ୍ଧାଳୁଙ୍କ ପାଦ ପଡ଼ିନି ମନ୍ଦିରରେ। ପୂର୍ବ ଭଳି ଦାନ କି ଦକ୍ଷିଣାରେ ଆଉ ଉଛୁଳି ଉଠୁନି ପୂଜାରୀଙ୍କ ଅଣ୍ଟି। ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରୁଥିବା ପୂଜାରୀମାନେ ଏବେ ଖୋଜୁଛନ୍ତି ଶ୍ରଦ୍ଧାଳୁଙ୍କ ପୂଜାଥାଳିକୁ।
ଅନୁଗୋଳ ଜିଲା ବଅଁରପାଳ ବ୍ଲକର ବିଭିନ୍ନ ଦେବଦେବୀ ପୀଠରେ ଥିବା ପୂଜାରୀମାନେ ଦୀର୍ଘମାସ ହେଲା ବଡ଼ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କରୋନା ପାଇଁ ଲକ୍‌ଡାଉନ୍‌ ପରଠାରୁ ବ୍ଲକ ଅଞ୍ଚଳର ପ୍ରାୟ ୧ ହଜାର ମନ୍ଦିରରେ ଭକ୍ତଙ୍କ ପାଇଁ ତାଲା ପକାଇ ଦିଆଯାଇଛି। ଯଦିଓ ନୀତିକାନ୍ତି ଜାରି ରହିଛି ତଥାପି ଶ୍ରଦ୍ଧାଳୁ ଆସୁ ନ ଥିବାରୁ ଦାନ, ଦକ୍ଷିଣା ଉପରେ ନିର୍ଭର କରି ଚଳୁଥିବା ପୂଜାରୀମାନଙ୍କ ରୋଜଗାର ଠପ୍‌ ହୋଇଯାଇଛି। ବିଶେଷକରି ବଅଁରପାଳର ପଞ୍ଚଶ୍ରୀକ୍ଷେତ୍ର, ତଳମୂଳ ଜଗନ୍ନାଥ ମନ୍ଦିର, ଦୁର୍ଗାମାଧବ ମନ୍ଦିର, ଅଷ୍ଟଶମ୍ଭୁ ମନ୍ଦିର, ନାଲ୍‌କୋ ଜଗନ୍ନାଥ ମନ୍ଦିର, କାଳୀ, ଶନିଶ୍ଚର, ହନୁମାନ, ସନ୍ତୋଷୀ ମା’, ସାଇବାବା, ବଳରାମପ୍ରସାଦସ୍ଥିତ ଶିବେଶ୍ୱର ଓ ଐଶ୍ୱାନେଶ୍ୱର ଏବଂ ମା’ ତାରିଣୀଙ୍କ ମନ୍ଦିର ଆଦି ଭକ୍ତ ଶୂନ୍ୟ ହୋଇପଡ଼ିଛି। ଏସବୁ ଧାର୍ମିକ ସ୍ଥଳରେ ବ୍ରାହ୍ମଣ, ମହାପାତ୍ର ଓ ଦେହୁରୀ ପରିବାର ପୂଜା କରିଥାନ୍ତି। କିନ୍ତୁ ମାସ ମାସ ହେଲା ଶ୍ରଦ୍ଧାଳୁମାନେ ଆସୁ ନ ଥିବାରୁ ଏହି ପୂଜାରୀମାନେ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ଏପରି କି ଘରେ ଦିନେ ଚୁଲି ଜଳିଲେ ଆରଦିନ ଜଳୁ ନ ଥିବା କେତେଜଣ ପୂଜାରୀ ପ୍ରକାଶ କରିଛନ୍ତି। ନାଲ୍‌କୋ କାଳୀ ମନ୍ଦିର ପୂଜକ ଅନିରୁଦ୍ଧ କର କହିଛନ୍ତି, ଦୀର୍ଘଦିନ ହେଲା ମନ୍ଦିରରୁ ତାଲା ଖୋଲୁ ନ ଥିବାରୁ ପୂଜା ପାଇଁ ଭକ୍ତମାନେ ଆସୁନାହନ୍ତି। ଫଳରେ ଆମକୁ ଦାନ ଦକ୍ଷିଣା ମିଳୁନି। ଏହି ଅର୍ଥ ଉପରେ ଆମ ପରିବାର ନିର୍ଭର କରୁଛି। ଏବେ ବହୁ ଅସୁବିଧାରେ ଦିନ କାଟିବାକୁ ପଡ଼ୁଛି। କୁଲାଡ଼ ଶିବ ମନ୍ଦିର ପୂଜକ ଇନ୍ଦ୍ରମଣି ମହାପାତ୍ର କହିଛନ୍ତି, କରୋନା କଟକଣା ହଜାର ହଜାର ପୂଜାରୀଙ୍କ ଜୀବିକା ଛଡ଼ାଇ ନେଇଛି। କେବେ ଏ ତାଲା ଖୋଲିବ ଓ ପୂଜା ଥାଳି ଧରି ଶ୍ରଦ୍ଧାଳୁ ମନ୍ଦିର ଆସିବେ ତାହାକୁ ଆମେ ଚାହିଁ ବସିଛୁ।

(ଉପେନ୍ଦ୍ର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri