ପୂଜାଥାଳି ଖୋଜୁଛନ୍ତି ପୂଜାରୀ

ବଅଁରପାଳ,୩ା୬ – ପୂର୍ଣ୍ଣମୀ ହେଉ କି ଅମାବାସ୍ୟା, ସଂକ୍ରାନ୍ତି ହେଉ ଅବା ସୋମବାର, ସକାଳୁ ଗହଳିଚହଳିରେ ପୂରି ଉଠୁଥିଲା ମନ୍ଦିର ପରିବେଶ। ପୂଜା ପାଇଁ ଥାଳି ଧରି ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା ଧାଡ଼ିରେ ଅପେକ୍ଷା କରୁଥିଲେ ପୂଜାରୀଙ୍କୁ। ହେଲେ କରୋନା କଟକଣା କରିଦେଇଛି ପଟ ପରିବର୍ତ୍ତନ। ଭକ୍ତଙ୍କ ପାଇଁ ସର୍ବଦା ଖୋଲା ରହୁଥିବା ଭଗବାନଙ୍କ ଦ୍ୱାରରେ ପକାଇଦେଇଛି ତାଲା। ଧାର୍ମିକ କାର୍ଯ୍ୟରେ ଲଗାଇଦେଇଛି ବ୍ରେକ୍‌। ଫଳରେ ଦୀର୍ଘ ୨ ମାସରୁ ଅଧିକ ହେଲା ଶ୍ରଦ୍ଧାଳୁଙ୍କ ପାଦ ପଡ଼ିନି ମନ୍ଦିରରେ। ପୂର୍ବ ଭଳି ଦାନ କି ଦକ୍ଷିଣାରେ ଆଉ ଉଛୁଳି ଉଠୁନି ପୂଜାରୀଙ୍କ ଅଣ୍ଟି। ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରୁଥିବା ପୂଜାରୀମାନେ ଏବେ ଖୋଜୁଛନ୍ତି ଶ୍ରଦ୍ଧାଳୁଙ୍କ ପୂଜାଥାଳିକୁ।
ଅନୁଗୋଳ ଜିଲା ବଅଁରପାଳ ବ୍ଲକର ବିଭିନ୍ନ ଦେବଦେବୀ ପୀଠରେ ଥିବା ପୂଜାରୀମାନେ ଦୀର୍ଘମାସ ହେଲା ବଡ଼ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କରୋନା ପାଇଁ ଲକ୍‌ଡାଉନ୍‌ ପରଠାରୁ ବ୍ଲକ ଅଞ୍ଚଳର ପ୍ରାୟ ୧ ହଜାର ମନ୍ଦିରରେ ଭକ୍ତଙ୍କ ପାଇଁ ତାଲା ପକାଇ ଦିଆଯାଇଛି। ଯଦିଓ ନୀତିକାନ୍ତି ଜାରି ରହିଛି ତଥାପି ଶ୍ରଦ୍ଧାଳୁ ଆସୁ ନ ଥିବାରୁ ଦାନ, ଦକ୍ଷିଣା ଉପରେ ନିର୍ଭର କରି ଚଳୁଥିବା ପୂଜାରୀମାନଙ୍କ ରୋଜଗାର ଠପ୍‌ ହୋଇଯାଇଛି। ବିଶେଷକରି ବଅଁରପାଳର ପଞ୍ଚଶ୍ରୀକ୍ଷେତ୍ର, ତଳମୂଳ ଜଗନ୍ନାଥ ମନ୍ଦିର, ଦୁର୍ଗାମାଧବ ମନ୍ଦିର, ଅଷ୍ଟଶମ୍ଭୁ ମନ୍ଦିର, ନାଲ୍‌କୋ ଜଗନ୍ନାଥ ମନ୍ଦିର, କାଳୀ, ଶନିଶ୍ଚର, ହନୁମାନ, ସନ୍ତୋଷୀ ମା’, ସାଇବାବା, ବଳରାମପ୍ରସାଦସ୍ଥିତ ଶିବେଶ୍ୱର ଓ ଐଶ୍ୱାନେଶ୍ୱର ଏବଂ ମା’ ତାରିଣୀଙ୍କ ମନ୍ଦିର ଆଦି ଭକ୍ତ ଶୂନ୍ୟ ହୋଇପଡ଼ିଛି। ଏସବୁ ଧାର୍ମିକ ସ୍ଥଳରେ ବ୍ରାହ୍ମଣ, ମହାପାତ୍ର ଓ ଦେହୁରୀ ପରିବାର ପୂଜା କରିଥାନ୍ତି। କିନ୍ତୁ ମାସ ମାସ ହେଲା ଶ୍ରଦ୍ଧାଳୁମାନେ ଆସୁ ନ ଥିବାରୁ ଏହି ପୂଜାରୀମାନେ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ଏପରି କି ଘରେ ଦିନେ ଚୁଲି ଜଳିଲେ ଆରଦିନ ଜଳୁ ନ ଥିବା କେତେଜଣ ପୂଜାରୀ ପ୍ରକାଶ କରିଛନ୍ତି। ନାଲ୍‌କୋ କାଳୀ ମନ୍ଦିର ପୂଜକ ଅନିରୁଦ୍ଧ କର କହିଛନ୍ତି, ଦୀର୍ଘଦିନ ହେଲା ମନ୍ଦିରରୁ ତାଲା ଖୋଲୁ ନ ଥିବାରୁ ପୂଜା ପାଇଁ ଭକ୍ତମାନେ ଆସୁନାହନ୍ତି। ଫଳରେ ଆମକୁ ଦାନ ଦକ୍ଷିଣା ମିଳୁନି। ଏହି ଅର୍ଥ ଉପରେ ଆମ ପରିବାର ନିର୍ଭର କରୁଛି। ଏବେ ବହୁ ଅସୁବିଧାରେ ଦିନ କାଟିବାକୁ ପଡ଼ୁଛି। କୁଲାଡ଼ ଶିବ ମନ୍ଦିର ପୂଜକ ଇନ୍ଦ୍ରମଣି ମହାପାତ୍ର କହିଛନ୍ତି, କରୋନା କଟକଣା ହଜାର ହଜାର ପୂଜାରୀଙ୍କ ଜୀବିକା ଛଡ଼ାଇ ନେଇଛି। କେବେ ଏ ତାଲା ଖୋଲିବ ଓ ପୂଜା ଥାଳି ଧରି ଶ୍ରଦ୍ଧାଳୁ ମନ୍ଦିର ଆସିବେ ତାହାକୁ ଆମେ ଚାହିଁ ବସିଛୁ।

(ଉପେନ୍ଦ୍ର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ବଲାଙ୍ଗୀରରେ ବାହୁଡ଼ା ରଥଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri