ପୂଜା ଉତ୍ସବରେ ଖୋଜାପଡନ୍ତି ଗୋକୁଳା: ଷ୍ଟାଚ୍ୟୁ ହୋଇ କରନ୍ତି ମନୋରଞ୍ଜନ

ବଅଁରପାଳ, ୨୭ା୯(ଡି.ଏନ.ଏ.)-ପୂଜା ପର୍ବ ପର୍ବାଣି ହେଉ ବା ଯାତ୍ରା, ମନୋରଞ୍ଜନ କଥା ଉଠିଲେ ଆଗକୁ ଆସେ ଗୋକୁଳା ପଟେଲଙ୍କ ନାଁ। ଯେ କୌଣସି ପୂଜା ହେଲେ ପୂଜା କମିଟି ପକ୍ଷରୁ ସେ ଖୋଜାପଡନ୍ତି। ବିଭିନ୍ନ ମଣ୍ଡପରେ ଦୀର୍ଘ ୪ରୁ ୫ ଘଣ୍ଟା ଧରି ଅବିକଳ ମୂର୍ତ୍ତି ପରି ସ୍ଥିର ଭାବେ ଛିଡା ହୋଇ ସେ ଲୋକଙ୍କ ମନୋରଞ୍ଜନ କରନ୍ତି। ଏହି କଳା ତାଙ୍କୁ ଏକ ନିଆରା ପରିଚୟ ଦେଇଥିବାବେଳେ ଭଲ ଦୁଇ ପଇସା ମଧ୍ୟ ଏଥିରୁ ରୋଜଗାର କରିପାରନ୍ତି ବୋଲି ସେ କୁହନ୍ତି। ନିକଟରେ ଅନୁଗୋଳ ଜିଲା ନାଲ୍‌କୋନଗରଠାରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ କଳା ପ୍ରଦର୍ଶନ କରିବାକୁ ତାଙ୍କୁ ଡାକରା ପଡିଥିଲା। ଆଉ ସେ ମଧ୍ୟ କାହାକୁ ନିରାଶ ନ କରି ଦର୍ଶକଙ୍କ ବେଶ୍‌ ମନୋରଞ୍ଜନ କରିଥିଲେ।
ଗୋକୁଳାଙ୍କ ନିଜ ଘର ବଲାଙ୍ଗୀର ସହରରେ। ବୟସ ପ୍ରାୟ ୫୦ ହେବ। ବଲାଙ୍ଗୀରଠାରେ ଥିବା ଏକ ଘରୋଇ କମ୍ପାନୀରେ ସେ ଚାକିରି କରନ୍ତି। ହେଲେ ତାଙ୍କ କଳା ତାଙ୍କୁ କୌଣସି ଗୋଟିଏ କାର୍ଯ୍ୟରେ ସୀମିତ ରଖିପାରିନି। ଡାକରା ପାଇଲା ମାତ୍ରେ ସେ କାମ ଛାଡି ଚାଲିଆସନ୍ତି। ବିଭିନ୍ନ ପୂଜା କମିଟିର ମଣ୍ଡପ ଆଗରେ ବିଭିନ୍ନ ବେଶ ହୋଇ ଷ୍ଟାଚ୍ୟୁ ପରି ୪ରୁ ୫ ଘଣ୍ଟା ସ୍ଥିର ହୋଇଛିଡା ହୋଇ ରହିଥାନ୍ତି। କେତେବେଳେ ମହାତ୍ମା ଗାନ୍ଧୀଙ୍କ ଭଳି ମହାପୁରୁଷଙ୍କ ବେଶରେ ତ କେତେବେଳେ ବିଭିନ୍ନ ଠାକୁରଙ୍କ ବେଶରେ ସଜେଇ ହୋଇ ଦର୍ଶକଙ୍କ ମନୋରଞ୍ଜନ କରନ୍ତି। ଦିଲ୍ଲୀ, ମହାରାଷ୍ଟ୍ର, କଟକ ବାଲିଯାତ୍ରା, କଲିକତାର କାଳୀ ପୂଜା, ଢେଙ୍କାନାଳର ଲକ୍ଷ୍ମୀପୂଜା, ନାଲକୋର ବିଶ୍ୱକର୍ମା ପୂଜା, ସମ୍ବଲପୁରର ଶୀତଳ ଷଷ୍ଠୀ ଭଳି ବଡ ତଥା ପ୍ରସିଦ୍ଧ ପୂଜାରେ ଷ୍ଟାଚ୍ୟୁ ହେବାକୁ ତାଙ୍କୁ ଖୋଜାଯାଏ। ଏଥିପାଇଁ ପୂର୍ବରୁ ଏ ବାବଦରେ ବଇନା (ଟଙ୍କା) ମଧ୍ୟ ଦିଆଯାଏ। ଏ ସମ୍ପର୍କରେ ଗୋକୁଳା କୁହନ୍ତି, ଷ୍ଟାଚ୍ୟୁ ହୋଇ ଲୋକଙ୍କ ମନୋରଞ୍ଜନ କରିବା ତାଙ୍କର ବେଶ୍‌ ପସନ୍ଦ। ବେଳେବେଳେ ଲୋକେ ଷ୍ଟାଚ୍ୟୁ ଅସଲି କି ନକଲି ଜାଣିବା ପାଇଁ ଦେହରେ କଣ୍ଟା ଭଳି ଜିନିଷ ମଧ୍ୟ ଫୋଡି ଦେଇଥାନ୍ତି। ଆଉ କେତେ ଲୋକ ପାଖକୁ ଆସି ମୂର୍ତ୍ତି ଭଳି ଛିଡା ହୋଇଥିବା ସମୟରେ ହଲାଇବାକୁ ଉଦ୍ୟମ କରି ମଜା ଉଠାଇଥାନ୍ତି। ହେଲେ ସବୁ ବାଧା ସହି ମଧ୍ୟ ୪/୫ ଘଣ୍ଟା ପର୍ଯ୍ୟନ୍ତ ସ୍ଥିର ହୋଇ ସେ ରହିପାରନ୍ତି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri