ପୁରୁଣା ବୃତ୍ତି: ଅଲୋଡ଼ା ହୋଇ ବି ପୋଷୁଛି ପେଟ

କେନ୍ଦୁଝର, ୧୧ା୧ (ସ୍ବ.ପ୍ର.) ଆଗରୁ ଗ୍ରାମାଞ୍ଚଳରେ ଥିଲା କମାର ଶାଳ । ଲୋକେ ଛୁରି, ପନିକି, କଟୁରି, ଦା, କୋଦାଳ, ଟାଙ୍ଗିଆ ଆଦି କମାର ଶାଳରେ ପ୍ରସ୍ତୁତ କରିବା ସହ ଧାର କରିବା କାମ କରୁଥିଲେ। ଏବେ ଆଧୁନିକ ସଭ୍ୟତାରେ ଏସବୁ ସାମଗ୍ରୀ ହାଟ ବଜାରରେ ସୁବିଧାରେ ମିଳୁ ଥିବାରୁ ଗାଁଗଣ୍ଡାରେ କମାର ଶାଳ ଅଲୋଡା ହୋଇ ଧୀରେ ଧୀରେ ଲୋପ ପାଇବାକୁ ବସିଛି । ଆଗରୁ କମାର ଶାଳ ଚଳାଇ ଜୀବନ ନିର୍ବାହ କରୁଥିବା ସମ୍ପ୍ରଦାୟର ଲୋକେ ଏବେ ବୃତ୍ତିହରା ହୋଇ ଅନ୍ୟ ପନ୍ଥା ଦେଖିଲେଣି। ହେଲେ ମଧ୍ୟପ୍ରଦେଶର କମାର ସମ୍ପ୍ରଦାୟର ଯାଯାବର ଲୋକେ ଓଡ଼ିଶାକୁ ଆସି ଭ୍ରାମ୍ୟମାଣ କମାର ଶାଳ କରି ପେଟ ପୋଷିବା ଦେଖାଯାଉଛି। ସେମାନେ ହାତୁଡି ଧରି ଲୁହାକୁ ନିଆଁରେ ଗରମ କରି ପିଟି ପିଟି ସେଥିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ପରେ ସେମାନେ ଏହି ସାମଗ୍ରୀକୁ ନେଇ ବିଭିନ୍ନ ଗାଁଗଣ୍ଡା ଓ ହାଟ ବଜାର ବୁଲି ବିକ୍ରି କରୁଛନ୍ତି। ଏହି ଯାଯାବର ସମ୍ପ୍ରଦାୟର ଉଭୟ ମହିଳା ଓ ପୁରୁଷ ମିଶି ଏହି ବେପାର କରୁଛନ୍ତି। କେନ୍ଦୁଝର ଜିଲାକୁ ଆସିଥିବା କମାର ସମ୍ପ୍ରଦାୟର ଯାଯାବର ଲୋକେ ସଦର ବ୍ଲକ ଅଧୀନ ପଦ୍ମପୁରରେ ରହି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରିବଟା କରୁଛନ୍ତି।
ମଧ୍ୟପ୍ରଦେଶରୁ ଆସିଥିବା ଏହି ସମ୍ପ୍ରଦାୟର ଲୋକେ ଖୁବ୍‌ ପରିଶ୍ରମୀ । ତମ୍ବୁ ଓ ପାଲ ଟାଣି ଅସ୍ଥାୟୀ ଘରେ ରହିଥାନ୍ତି। ସେମାନେ ବିଭିନ୍ନ ଅଞ୍ଚଳ ବୁଲି ପୁରୁଣା ଓ ପରିତ୍ୟକ୍ତ ଲୌହ ସାମଗ୍ରୀ ସଂଗ୍ରହ କରନ୍ତି। ପରେ ହାତକଳ ଚୁଲା ନିଆଁରେ ଏହାକୁ ଗରମ କରି ହାତୁଡିରେ ପିଟି ବିଭିନ୍ନ ଉପକରଣ ପ୍ରସ୍ତୁତ କରିଥାନ୍ତି। ମହିଳାମାନେ ମଧ୍ୟ ପୁରୁଷଙ୍କ ଭଳି ହାତୁଡି ଧରି ଏହି କାମ କରିଥାନ୍ତି। ପରେ ସେମାନେ ଏହାକୁ ନେଇ ଗାଁ ଗାଁ ବୁଲି ବିକ୍ରି କରିଥାନ୍ତି। ପଦ୍ମପୁରରେ ଲୁହା ସମାଗ୍ରୀ ତିଆରି କରି ବିକ୍ରି କରୁଥିବା ମାନସୀ ନାମ୍ନୀ ଜଣେ ମହିଳା କହିଛନ୍ତି, ‘ଆମ ଘର ମଧ୍ୟପ୍ରଦେଶରେ। ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ ଆସି ଏସବୁ ଜିନିଷ ବିକି ଚଳୁଛୁ। କେନ୍ଦୁଝର ସମେତ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇଥାଉ । ବର୍ଷକୁ ପ୍ରାୟ ୮ ମାସ ବାହାରେ ବେପାର କରି ପରେ ଗାଁକୁ ଫେରୁ । ଦୈନିକ ପାଖାପାଖି ପ୍ରାୟ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବିକିଥାଉ । ଖରା ବର୍ଷା, ଶୀତ କାକରରେ ଟେଣ୍ଟ ତଳେ ମୁଣ୍ଡଗୁଞ୍ଜି ରହୁ। ଟେଣ୍ଟ ବାହାରେ ରୋଷେଇ କରିଥାଉ।’ କେବଳ ମାନସୀ ନୁହନ୍ତି, ଏହି ସମ୍ପ୍ରଦାୟର ସବୁ ଯାଯାବର ଲୋକେ ବିଭିନ୍ନ ଅଞ୍ଚଳରେ ହଜି ଯାଉଥିବା ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖି କିଭଳି ଆତ୍ମନିର୍ଭରଶୀଳ ହେବାକୁ ସଂଘର୍ଷ କରୁଛନ୍ତି, ତାହା ଦେଖିଲେ ବିସ୍ମୟ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁକୁ ଚାଲାଣ ଅଭିଯୋଗ, ୨ ଜଣ ବାନ୍ଧିଲା ପୋଲିସ, ଆଦିବାସୀ ଯୁବତୀଯୁବକଙ୍କୁ ପ୍ରଲୋଭନ ଦେଖାଇ…

ହାଟଡିହୀ/ଆନନ୍ଦପୁର/ ବଞ୍ଚୋ/ ଛେନାପଦି , ୧୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ/ ନିରାକାର ପରିଡା): ଆଦିବାସୀ କିଶୋର କିଶୋରୀ କିଶୋରଙ୍କୁ ପ୍ରଲୋଭନ ଦେଖାଇ ତାମିଲନାଡୁକୁ ଚାଲାଣ…

କାଳବୈଶାଖୀର ତାଣ୍ଡବ : ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ବଞ୍ଚୋ, ୧୧।୬ :(ପ୍ରଦୋଷ ବିଶ୍ୱାଳ ): କାଳବୈଶାଖୀର ପ୍ରଭାବରେ ଆନନ୍ଦପୁର ପୌରାଞ୍ଚଳର ମାଳିସାହି ନିକଟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବା ଫଳରେ କରଞ୍ଜିଆଭଦ୍ରକ ରାସ୍ତାରେ କିଛି…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

ରହସ୍ୟଘେରରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…

ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

ଏକ୍ସପାୟାରୀ ମେଡିସିନ ଖାଇ ଆଶାକର୍ମୀଙ୍କ ଝିଅଙ୍କ ମୃତ୍ୟୁ ଅଭିଯୋଗ, ANM ସେଣ୍ଟରରୁ ଯାଇ ଆଣିଥିଲେ ମେଡିସିନ

କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri