ପିଲାଙ୍କୁ ବୁଦ୍ଧିଆ କରେ ଗପ

ଆଜିକାଲି ଅଧିକାଂଶ ପିଲା ମୋବାଇଲ୍‌, ଟାବଲେଟ୍‌, ଟିଭି, କମ୍ପ୍ୟୁଟର କିମ୍ବା ଲାପ୍‌ଟପ୍‌ରେ ଅଧିକ ସମୟ କଟାଉଛନ୍ତି। ଫଳରେ ପରିବାର ଭିତରେ ଥାଇ ସୁଦ୍ଧା ସେମାନେ ଏକାକୀ ନିଜ ଡିଜିଟାଲ୍‌ ଦୁନିଆରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି; ଯାହାଦ୍ୱାରା ସେମାନଙ୍କ ଉପରେ ଅନେକ ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼ୁଛି। ଏପରି ସ୍ଥଳେ ପିଲାଙ୍କୁ ଗପ ଶୁଣାଇବା ଅଭ୍ୟାସ କରାଇଲେ ସେମାନଙ୍କ ବୁଦ୍ଧିର ବିକାଶରେ ବେଶ୍‌ ସହାୟକ ହୋଇପାରିବ…

ଗପ ଶୁଣାଇବା ଦ୍ୱାରା ପିଲାମାନେ ଉଦାହରଣ ମାଧ୍ୟମରେ ଅନେକ କିଛି ଶିକ୍ଷା କରନ୍ତି। ଯାହାଦ୍ୱାରା ସେମାନଙ୍କ ଗୁଣ ଓ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ।

ଏହା ଫଳରେ ପିଲାମାନଙ୍କର ଲାଙ୍ଗୁଏଜ୍‌, କମ୍ୟୁନିକେଶନ୍‌ ସ୍କିଲ୍‌, ଭୋକାବୁଲାରି ଅର୍ଥାତ ନୂଆ ନୂଆ ଶବ୍ଦ ଏବଂ ଭାଷା ଜ୍ଞାନର ବିକାଶ ହୋଇଥାଏ। ଯେଉଁ ଭାଷାରେ ପିଲାମାନେ ଗପ ଶୁଣିବେ ସେହି ଭାଷାକୁ ସେମାନେ ବେଶି ମନେ ରଖିପାରିବେ।

ଗପ ଶୁଣିବା ମାଧ୍ୟମରେ ପିଲାମାନଙ୍କର ଜାଣିବାର କ୍ଷମତା ବି ବଢ଼ିଥାଏ। ଯେ କୌଣସି ଶବ୍ଦକୁ ପଢ଼ି ମନେରଖିବା ପରିବର୍ତ୍ତେ ଗପ ଦ୍ୱାରା ସେମାନେ ଶୁଣି ଶୁଣି ଅଧିକ ମନେ ରଖିପାରନ୍ତି।

ପିଲାମାନଙ୍କର ବଡ଼ି ଲାଙ୍ଗୁଏଜ୍‌ ଜାଣିବା ପାଇଁ ବି ଏହା ସହାୟକ ହୋଇଥାଏ। ଏହା ମାଧ୍ୟମରେ ଖରାପ, ଭଲ ଏବଂ ପ୍ରତିକ୍ରିୟା ପ୍ରକାଶ କରିବା ଶୈଳୀକୁ ମଧ୍ୟ ସେମାନେ ଜାଣି ପାରନ୍ତି। କୌଣସି ଘଟଣାରେ ମୁହଁର ଭାବକୁ ଦେଖି ବୁଝିବା ଏତେ ସହଜ ନୁହେଁ। କିନ୍ତୁ ଗପ ବା କାହାଣୀ ଶୁଣିବା ଦ୍ୱାରା ସେମାନଙ୍କଠାରେ ଏହି ଦକ୍ଷତା ବିକଶିତ ହୋଇଥାଏ।

ସେମାନଙ୍କର କହିବା ଶକ୍ତି ବି ଏହା ମାଧ୍ୟମରେ ବୃଦ୍ଧି ହୋଇଥାଏ। ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାର କ୍ଷମତା ବି ପିଲାମାନଙ୍କର ପିଲାଦିନୁ ବଢ଼ିଯାଏ; ଯାହା ସେମାନଙ୍କୁ ଭବିଷ୍ୟତରେ ସାହାଯ୍ୟ କରିଥାଏ।

ପ୍ରତିଦିନ ସେମାନଙ୍କୁ ଭିନ୍ନ ଭିନ୍ନ ଗପ ଶୁଣେଇବା ଦ୍ୱାରା ସେମାନଙ୍କଠାରେ ସକାରାତ୍ମକ ଭାବନା ସୃଷ୍ଟି ହୁଏ। ଫଳରେ ସେମାନଙ୍କଠାରେ ଭଲ ଗୁଣ ଏବଂ ବୁଦ୍ଧିର ବିକାଶ ହେବାରେ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ ଅରୁଣ କୁମାର ପଣ୍ଡା, କହିଲେ କୃଷକ ସମସ୍ତ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମା (କୃଷିବୈଷୟିକ କମିଟି)ର ନିର୍ବାଚନ ମଙ୍ଗଳବାର କୃଷି କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୨…

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri