ପିଲାଙ୍କୁ ବୁଦ୍ଧିଆ କରେ ଗପ

ଆଜିକାଲି ଅଧିକାଂଶ ପିଲା ମୋବାଇଲ୍‌, ଟାବଲେଟ୍‌, ଟିଭି, କମ୍ପ୍ୟୁଟର କିମ୍ବା ଲାପ୍‌ଟପ୍‌ରେ ଅଧିକ ସମୟ କଟାଉଛନ୍ତି। ଫଳରେ ପରିବାର ଭିତରେ ଥାଇ ସୁଦ୍ଧା ସେମାନେ ଏକାକୀ ନିଜ ଡିଜିଟାଲ୍‌ ଦୁନିଆରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି; ଯାହାଦ୍ୱାରା ସେମାନଙ୍କ ଉପରେ ଅନେକ ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼ୁଛି। ଏପରି ସ୍ଥଳେ ପିଲାଙ୍କୁ ଗପ ଶୁଣାଇବା ଅଭ୍ୟାସ କରାଇଲେ ସେମାନଙ୍କ ବୁଦ୍ଧିର ବିକାଶରେ ବେଶ୍‌ ସହାୟକ ହୋଇପାରିବ…

ଗପ ଶୁଣାଇବା ଦ୍ୱାରା ପିଲାମାନେ ଉଦାହରଣ ମାଧ୍ୟମରେ ଅନେକ କିଛି ଶିକ୍ଷା କରନ୍ତି। ଯାହାଦ୍ୱାରା ସେମାନଙ୍କ ଗୁଣ ଓ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ।

ଏହା ଫଳରେ ପିଲାମାନଙ୍କର ଲାଙ୍ଗୁଏଜ୍‌, କମ୍ୟୁନିକେଶନ୍‌ ସ୍କିଲ୍‌, ଭୋକାବୁଲାରି ଅର୍ଥାତ ନୂଆ ନୂଆ ଶବ୍ଦ ଏବଂ ଭାଷା ଜ୍ଞାନର ବିକାଶ ହୋଇଥାଏ। ଯେଉଁ ଭାଷାରେ ପିଲାମାନେ ଗପ ଶୁଣିବେ ସେହି ଭାଷାକୁ ସେମାନେ ବେଶି ମନେ ରଖିପାରିବେ।

ଗପ ଶୁଣିବା ମାଧ୍ୟମରେ ପିଲାମାନଙ୍କର ଜାଣିବାର କ୍ଷମତା ବି ବଢ଼ିଥାଏ। ଯେ କୌଣସି ଶବ୍ଦକୁ ପଢ଼ି ମନେରଖିବା ପରିବର୍ତ୍ତେ ଗପ ଦ୍ୱାରା ସେମାନେ ଶୁଣି ଶୁଣି ଅଧିକ ମନେ ରଖିପାରନ୍ତି।

ପିଲାମାନଙ୍କର ବଡ଼ି ଲାଙ୍ଗୁଏଜ୍‌ ଜାଣିବା ପାଇଁ ବି ଏହା ସହାୟକ ହୋଇଥାଏ। ଏହା ମାଧ୍ୟମରେ ଖରାପ, ଭଲ ଏବଂ ପ୍ରତିକ୍ରିୟା ପ୍ରକାଶ କରିବା ଶୈଳୀକୁ ମଧ୍ୟ ସେମାନେ ଜାଣି ପାରନ୍ତି। କୌଣସି ଘଟଣାରେ ମୁହଁର ଭାବକୁ ଦେଖି ବୁଝିବା ଏତେ ସହଜ ନୁହେଁ। କିନ୍ତୁ ଗପ ବା କାହାଣୀ ଶୁଣିବା ଦ୍ୱାରା ସେମାନଙ୍କଠାରେ ଏହି ଦକ୍ଷତା ବିକଶିତ ହୋଇଥାଏ।

ସେମାନଙ୍କର କହିବା ଶକ୍ତି ବି ଏହା ମାଧ୍ୟମରେ ବୃଦ୍ଧି ହୋଇଥାଏ। ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାର କ୍ଷମତା ବି ପିଲାମାନଙ୍କର ପିଲାଦିନୁ ବଢ଼ିଯାଏ; ଯାହା ସେମାନଙ୍କୁ ଭବିଷ୍ୟତରେ ସାହାଯ୍ୟ କରିଥାଏ।

ପ୍ରତିଦିନ ସେମାନଙ୍କୁ ଭିନ୍ନ ଭିନ୍ନ ଗପ ଶୁଣେଇବା ଦ୍ୱାରା ସେମାନଙ୍କଠାରେ ସକାରାତ୍ମକ ଭାବନା ସୃଷ୍ଟି ହୁଏ। ଫଳରେ ସେମାନଙ୍କଠାରେ ଭଲ ଗୁଣ ଏବଂ ବୁଦ୍ଧିର ବିକାଶ ହେବାରେ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri