Posted inଜାତୀୟ

‘ପିଓକେ’ରେ ୩୦୦ ଆତଙ୍କବାଦୀ ସକ୍ରିୟ

ନୂଆଦିଲ୍ଲୀ,୧୧ା୧(ପି.ଟି.): ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୀମା ସେପଟେ ଅପେକ୍ଷା କରିଛନ୍ତି। ପାକ୍‌ ଅଧିକୃତ କଶ୍ମୀରରେ ୫୦ ଆଫଗାନ୍‌ ଆତଙ୍କବାଦୀଙ୍କ ସହ ଏମାନେ ଜେଇଏମ୍‌ ଆତଙ୍କବାଦୀ ଶିବିରରେ ପ୍ରଶିକ୍ଷଣ ନେଉଛନ୍ତି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ପାକ୍‌ସେନାର ସହଯୋଗକ୍ରମେ ଏହି ପ୍ରଶିକ୍ଷଣ ଚାଲିଛି। ପିଓକେରେ ଏବେ ପ୍ରାୟ ୫୦ ଆତଙ୍କବାଦୀ ଲଞ୍ଚ୍‌ପ୍ୟାଡ୍‌ ସକ୍ରିୟ ଥିବା ଜଣାପଡ଼ିଛି। ସୀମାକୁ ଲାଗିଥିବା ଜମ୍ମୁ-କଶ୍ମୀରର ନିଲମ୍‌, ଲିପା ଓ ଟଙ୍ଗଧର ଭ୍ୟାଲିରେ ଏହି ଆତଙ୍କବାଦୀ ଲଞ୍ଚ୍‌ପ୍ୟାଡ୍‌ ସବୁ ରହିଛି। ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦିଆଯାଇଛି।
ନିଲମ୍‌ ଭ୍ୟାଲିରେ ସେନା କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୬ରୁ ୧୦ ପାକ୍‌ ସମର୍ଥତ୍ତ ଆତଙ୍କବାଦୀ ନିହତ ହେବାର ୩ ମାସ ପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଭାରତରେ ଅନୁପ୍ରବେଶ କରି ଏମାନେ ଜମ୍ମୁ-କଶ୍ମୀର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାର ଆଶଙ୍କା ରହିଥିବା ଗୋଇନ୍ଦା ରିପୋର୍ଟରେ ସତର୍କ କରାଯାଇଛି। ସାଧାରଣତନ୍ତ୍ର ଦିବସ ପୂର୍ବରୁ ଏଭଳି ଗୋଇନ୍ଦା ରିପୋର୍ଟ ମିଳିବା ପରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତର ବିଭିନ୍ନ ସହରରେ ଏଥିଲାଗି ହାଇଆଲର୍ଟ ଜାରି କରାଯାଇଛି। ବାଲାକୋଟ୍‌ ଏୟାର୍‌ଷ୍ଟାଇକ୍‌ ପରେ ‘ପିଓକେ’ର ଅନେକ ଆତଙ୍କବାଦୀ ଶିବିର ଭାରତ ଧ୍ୱଂସ କରିଥିବାବେଳେ ଏବେ ଏଗୁଡ଼ିକ ପୁଣି ସକ୍ରିୟ ହୋଇଉଠିଛି। କେରନ୍‌ ଓ ପୁଞ୍ଚ୍‌ ସେକ୍ଟର ନିକଟରେ ପାକ୍‌ କମାଣ୍ଡୋମାନେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କ ଭାଇ ମୁଫ୍‌ତି ରୌଫ୍‌ ଅସ୍‌ଗର ଭାରତରେ ଆକ୍ରମଣ କରିବା ଲାଗି ଯୋଜନା କରୁଥିବା ଗୋଇନ୍ଦା ରିପୋର୍ଟରୁ ପ୍ରକାଶ। ୩୭୦ ଅନୁଚ୍ଛେଦ ଉଠିଯିବା ପରେ ଏମାନେ ରକ୍ତମୁଖା ହୋଇପଡ଼ିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri