Posted inଜାତୀୟ

ପିଓକେରେ ଆତଙ୍କବାଦୀଙ୍କ ଭ୍ରାମ୍ୟମାଣ ଶିବିର

ନୂଆଦିଲ୍ଲୀ,୬-୯:କଶ୍ମୀର ସମ୍ପର୍କିତ କେନ୍ଦ୍ରର ନିଷ୍ପତ୍ତିକୁ ମାସେ ପୂରିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରଶମିତ ହୋଇନାହିଁ। ଅନ୍ତର୍ଜାତୀୟ ସମୁଦାୟ ନିକଟରେ କଶ୍ମୀର ପ୍ରସଙ୍ଗ ଉଠାଇ ବିଫଳ ହେବା ପରେ ପାକିସ୍ତାନ ଏବେ ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)କୁ ଅଧିକ ୨ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ପଠାଇଛି। ପ୍ରତିପକ୍ଷ ସୈନ୍ୟ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ବାଗ୍‌ ଓ କୋଟ୍‌ଲି ସେକ୍ଟରର ନିକଟତର ହୋଇଛନ୍ତି ବୋଲି ଗୁରୁବାର ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି ଉପତ୍ୟକାରେ ଆତଙ୍କ ଖେଳାଇ ଅସ୍ଥିରତା ସୃଷ୍ଟି ପାଇଁ ସୀମା ସେପଟେ ୧୦ ହଜାର ଆତଙ୍କବାଦୀଙ୍କ ପାଇଁ ଭ୍ରାମ୍ୟମାଣ ଶିବିର ପ୍ରତିଷ୍ଠା କରିଥିବା ଗୋଇନ୍ଦା ରିପୋର୍ଟ ମିଳିଛି।
ମିଳିଥିବା ସୂଚନାନୁସାରେ ୨ ହଜାରରୁ ଊର୍ଦ୍ଧ୍ୱ ପାକିସ୍ତାନୀ ସୈନ୍ୟ ଏଲ୍‌ଓସି ଆଡ଼କୁ ଅଗ୍ରସର ହେଉଛନ୍ତି। ସେମାନେ ଏବେ ଭାରତ-ପାକିସ୍ତାନ ସୀମାରୁ ୩୦ କି.ମି. ଦୂରରେ ରହିଛନ୍ତି। ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ସକ୍ରିୟ କରିଥିବାବେଳେ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଏବଂ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ସ୍ଥାନୀୟ ଓ ଆଫଗାନ ଯୁବକଙ୍କୁ ବ୍ୟାପକ ନିଯୁକ୍ତି ଦେଉଛି। ଜମାତ୍‌-ଇ-ଇସ୍‌ଲାମୀ ପିଓକେରେ ଆତଙ୍କବାଦୀଙ୍କ ଅସ୍ଥାୟୀ ତଥା ଭ୍ରାମ୍ୟମାଣ ଶିବିର ପ୍ରତିଷ୍ଠାର ନେତୃତ୍ୱ ନେଉଛି। ରାଓ୍ବଲକୋଟର ତର୍‌ନୁତି ଓ ପୋଥି ବାଲାରେ ଏହି ସଙ୍ଗଠନ ପକ୍ଷରୁ ନବନିଯୁକ୍ତ ଆତଙ୍କବାଦୀଙ୍କ ବ୍ରେନ୍‌ଓ୍ବାଶ୍‌ କରାଯାଉଛି। ଖାଇବର-ପାଖ୍‌ତୁନ୍‌ଖ୍ବା ପ୍ରଦେଶର ଓ୍ବାଜିରିସ୍ତାନ ଅଞ୍ଚଳରୁ ୧୦,୦୦୦ ଆତଙ୍କବାଦୀଙ୍କୁ ଉପତ୍ୟକାରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନର କୁଖ୍ୟାତ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଉଦ୍ୟମ କରୁଛି। ସେନା ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ତାଲିମ ଦେଉଥିବାବେଳେ ହିଜ୍‌ବୁଲ ମୁଜାହିଦ୍ଦିନ କମାଣ୍ଡର ଶମ୍‌ଶେର ଖାନ୍‌ ସେମାନଙ୍କ ଅନୁପ୍ରବେଶର ନେତୃତ୍ୱ ନେଉଛନ୍ତି। ପିଓକେରେ ଥିବା ୧୮ଟି ଲଞ୍ଚ୍‌ ପ୍ୟାଡ୍‌କୁ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଚିହ୍ନଟ କରିଥିବା ଜଣାପଡ଼ିଛି। ଶତ୍ରୁପକ୍ଷର ଗତିବିଧି ଉପରେ ଭାରତୀୟ ସେନା କଡ଼ା ନଜର ରଖିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୧୦୦ରୁ ଊର୍ଦ୍ଧ୍ୱ ଏସ୍‌ଏସ୍‌ଜି କମାଣ୍ଡୋ ଏଲ୍‌ଓସିରେ ମୁତୟନ ଥିବାବେଳେ ଗୁଜରାଟସ୍ଥିତ କଚ୍ଛର ସାର୍‌ କ୍ରିକ୍‌ ଏରିଆରେ ବହୁସଂଖ୍ୟକ ସ୍ପେଶାଲ ଫୋର୍ସଙ୍କୁ ନିୟୋଜିତ କରିଛି ପାକିସ୍ତାନ। ଶୀତ ଋତୁ ପୂର୍ବରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ସୁଗମ କରିବା ଲାଗି ପାକିସ୍ତାନୀ ସୈନ୍ୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଯୋଜନା କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୨ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri