ପାରାଦୀପ ଶିଳ୍ପାଞ୍ଚଳ: ଅପରାଧ ନିୟନ୍ତ୍ରଣ ନିରୁତ୍ସାହଜନକ

ପାରାଦୀପ,୧୬।୩ (ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ ଏବେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୦୧ ଜନଗଣନା ତଥ୍ୟାନୁସାରେ ଏଠାକାର ଜନସଂଖ୍ୟା ୭୩,୬୨୫ ଥିବା ବେଳେ ୨୦୧୧ ବେଳକୁ ହ୍ରାସ ପାଇ ୬୮,୩୧୦ରେ ପହଞ୍ଚତ୍ଥିଲା। ୨୦୨୧ ଜନଗଣନା ବେଳକୁ ସେହି ସଂଖ୍ୟା ଅଧିକ ହ୍ରାସ ପାଇବ ବୋଲି ପୂର୍ବାପର ଘଟଣାରୁ ଅନୁମାନ କରାଯାଉଛି। ଅନ୍ୟପଟେ ସେହି ଶିଳ୍ପାଞ୍ଚଳରେ ଗତ ୧୦ ବର୍ଷରେ ଥାନା ସଂଖ୍ୟା ୧ରୁ ୫ରେ ପହଞ୍ଚତ୍ଛି। ଏହାସତ୍ତ୍ୱେ ଅପରାଧ ନିୟନ୍ତ୍ରଣ ନିରୁତ୍ସାହଜନକ ରହିଛି।
୨୦୦୯ ସୁଦ୍ଧା ପାରାଦୀପରେ ଗୋଟିଏ ଥାନା ଥିଲା। ପାରାଦୀପ ଥାନାର ସୀମା କୁଜଙ୍ଗ ପାଖ ୧୫ ନଂ. ଛକ ପର୍ଯ୍ୟନ୍ତ ଥିଲା। ସେତେବେଳେ ବର୍ଷକୁ ଉକ୍ତ ଥାନାର କେସ୍‌ ସଂଖ୍ୟା ପ୍ରାୟ ୩୫୦ରୁ ୪୦୦ ମଧ୍ୟରେ ରହୁଥିଲା। ୨୦୦୯ ମାର୍ଚ୍ଚରେ ଲକ୍‌ ଥାନା ଓ ମେରାଇନ୍‌ ଥାନା କାର୍ଯ୍ୟକ୍ଷମ ହେଲା। ଏହାପରେ ୨୦୧୨ରୁ ଅଭୟଚାନ୍ଦପୁର ଥାନା, ୨୦୧୭ରୁ ଜଟାଧାର ମୁହାଣ ସାମୁଦ୍ରିକ ଥାନା କାର୍ଯ୍ୟ କରୁଛି। ୫ ଥାନାରେ ୫ ଆଇଆଇସିଙ୍କ ସମେତ ୨୦ରୁ ଊଦ୍ଧର୍‌ବ ଅଫିସର, ଶତାଧିକ କନଷ୍ଟେବଳ, ହାବିଲଦାର, ଗୃହରକ୍ଷୀ ଆଦି ଅଛନ୍ତି। ଗୋଟିଏ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି। ହେଲେ ପୂର୍ବାପେକ୍ଷା ଏଠାରେ ଚୋରି, ଟ୍ରାଫିକ୍‌ ସମସ୍ୟା, ସଂଘୀୟ ପ୍ରୋଟେକଶନ୍‌ ବ୍ୟବସ୍ଥା, କଳାବଜାରୀ ଆଦି ବଢୁଥିବା ଅଭିଯୋଗ ସଂଖ୍ୟାରୁ ସ୍ପଷ୍ଟ ହେଉଛି। ସେହିପରି ପୋଲିସ ଏକାଧିକ ଚୋରି ଘଟଣାର ରହସ୍ୟ ଖୋଲିପାରି ନାହିଁ।
ପ୍ରକାଶ ଯେ, ପାରାଦୀପ ଶିଳ୍ପସଂସ୍ଥାରେ ପ୍ରତ୍ୟହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ହେଉଛି। ଠିକାସଂସ୍ଥା ପକ୍ଷରୁ କାମ ଆରମ୍ଭ ବେଳେ ସଂଘ, ୟୁନିୟନ, ପରିଷଦ, ସମିତି, ମଞ୍ଚ, ଟ୍ରଷ୍ଟ ନଁାରେ ସଂଗଠନ କରାଯାଇ ସେଥିରେ ବିରୋଧ କରାଯାଉଛି। ପ୍ରଦୂଷଣ, ପାନୀୟ ଜଳ, ଇପିଏଫ୍‌, ଇଏସ୍‌ଆଇ, ସିଏସ୍‌ଆର, ପାରିପାର୍ଶ୍ୱିକ ଉନ୍ନୟନ, ନିଯୁକ୍ତି ନଁାରେ ଠିକା କମ୍ପାନୀଗୁଡିକୁ ଶୋଷଣ କରାଯାଉଛି ବୋଲି ପ୍ରାୟତଃ ଅଭିଯୋଗ ହେଉଛି। ଚୋରା ତେଲ, ସ୍କ୍ରାବ୍‌, କଳା ତେଲ, ଅବକାରୀ, ବନ୍ଦର ଓ ଶିଳ୍ପରେ କାରବାର ହେଉଥିବା ପଣ୍ୟ ହେରଫେର, କେବୁଲ ଚୋରି ଆଦି ଅନେକ ଆପରାଧିକ କାରବାର ମଧ୍ୟ ଚାଲୁଛି। ଶିଳ୍ପ ସଂସ୍ଥାରେ ଅଧିକାଂଶ ସମୟ ଧାରଣା, ଆନ୍ଦୋଳନ ଲାଗିରହିଛି। ତା’ସହିତ ସହରାଞ୍ଚଳରେ ଅଧରାତି ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପୋଲିସ ଏହାକୁ ବନ୍ଦ କରିବାରେ ବିଫଳ ହୋଇଛି। ବେଳାଭୂମି, ମହାନଦୀ ମୁହାଣ ଅଞ୍ଚଳ ଭଳି ପର୍ଯ୍ୟଟନ ସ୍ଥଳୀରେ ଅନେକ ସମୟରେ ଅପରାଧିକ କାର୍ଯ୍ୟକଳାପ ଚାଲୁଥିବା ଅଭିଯୋଗ ହେଉଛି। ଏଥିସହ ସୋସିଆଲ ମିଡିଆରେ ଠକେଇ ଓ ଫଟୋ, ଭିଡ଼ିଓ ଭାଇରାଲ ଭଳି ଘଟଣା ଘଟୁଥିବା ନଜରକୁ ଆସୁଛି। ଅବଶ୍ୟ ପାରାଦୀପ ମଡେଲ ଥାନା ‘ମୋ ସରକାର’ ଅଧୀନକୁ ଆସିବା ପରଠାରୁ ପୋଲିସ ବ୍ୟବହାରରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ସହରାଞ୍ଚଳବାସୀ କହିଛନ୍ତି। ଏ ପ୍ରସଙ୍ଗରେ ପାରାଦୀପ ଏଏସ୍‌ପି ବିଷ୍ଣୁଚରଣ ମିଶ୍ରଙ୍କୁ ପଚାରିବାରେ, ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚାଲିଛି। ମାତ୍ର ପାରାଦୀପରେ ଟ୍ରାଫିକ୍‌ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏଥିଯୋଗୁ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢୁଛି। ପାରାଦୀପକୁ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ଚଳାଚଳ କରୁଥିବା ବେଳେ ଟର୍ମିନାଲର ସୁବିଧା ନାହିଁ, ଯାହାଫଳରେ ରାଜପଥ ଉପରେ ସେଗୁଡ଼ିକ ଧାଡ଼ି ଧାଡ଼ି ହୋଇରହୁଛି। ଏଥିଯୋଗୁ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ୟୁସଂଖ୍ୟା ବଢ଼ୁଛି ବୋଲି ଏଏସ୍‌ପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷର ୭ ଗିରଫ

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମରେ କୁମାର ପୂର୍ଣ୍ଣିମା ରବିବାର ସାରେ ଚାଲିଥିବା ଜୁଆଖେଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ…

ହ୍ୟାରି କେନଙ୍କୁ ଅଭିନନ୍ଦନ ଜଣାଇଲେ ବିରାଟ କୋହଲି କହିଲେ – ‘ଆପଣ ଏହି ପୁରସ୍କାର ପାଇବାକୁ ଯୋଗ୍ୟ…’

ନୂଆଦିଲ୍ଲୀ,୨୭।୧୦: ଇଂରେଜ ଫୁଟବଲ ଖେଳାଳି ହ୍ୟାରି କେନ ‘ବ୍ୟାଲୋନ ଡି’ଅର୍‌’ (Ballon d’Or) ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗତ ୨୫ ବର୍ଷ ମଧ୍ୟରେ ଏହି…

ମାଡ଼ି ଆସୁଛି ବାତ୍ୟା: ଗୋପାଳପୁର ବନ୍ଦର ପରିଦର୍ଶନ କଲେ ବିଧାୟକ

ଛତ୍ରପୁର,୨୭।୧୦(ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଙ୍ଗଳବାର ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଗୋପାଳପୁର ବନ୍ଦର ଏବଂ…

IAS ସ୍ତରରେ ବଡ଼ ଅଦଳବଦଳ, ୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ବର, ୨୭।୧୦: IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ୮ ଜଣ IAS ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ଓ ଅତିରିକ୍ତ…

ବର୍ଷା, ପବନ ସତ୍ତ୍ୱେ କଟକ ଜିଲାରେ ସ୍କୁଲ ଖୋଲା, ଅଭିଭାବକ ମହଲରେ ଅସନ୍ତୋଷ

କଟକ ସଦର,୨୭।୧୦(ସୁଶାନ୍ତ କୁମାର ଜେନା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କଟକ ଜିଲାରେ ମଙ୍ଗଳବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ହେଲେ କଟକ ଜିଲାରେ ଛୁଟି ଘୋଷଣା ହୋଇ…

ଗାଜଲବାଡି ଘାଟିରେ ଗାଡି ଯାତାୟାତ ବନ୍ଦ: ଫସିଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ବଡ଼ ପଦକ୍ଷେପ। ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିକୁ…

ନଭେମ୍ବର ୧ରୁ ବନ୍ଦ ହୋଇପାରେ ମଧ୍ୟାହ୍ନ ଭୋଜନ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାଟନା,୨୭।୧୦: ବିହାରର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନଭେମ୍ବର ୧ ତାରିଖରୁ ମଧ୍ୟାହ୍ନ ଭୋଜନ (ମିଡ୍‌-ଡେ ମିଲ୍‌) ବ୍ୟବସ୍ଥା ବନ୍ଦ ହୋଇପାରେ । ଦୀର୍ଘ ୬ ମାସ ଧରି…

ମୋ ଜୀବନ ଚାଲିଯିବ.. ଲୋମଟାଙ୍କୁରା କାହାଣୀ ଶେୟାର କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୨୭।୧୦: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ଉସମାନ ଖ୍ବାଜାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ନିଜ କ୍ରିକେଟ କ୍ୟାରିୟରର ଅଧିକାଂଶ ସମୟ ସେ ରୁମାଟଏଡ ଆର୍ଥ୍ରାଇଟିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?