ପାନ୍‌ଡେମିକ୍‌ କ’ଣ ଓ କେବେ ହୋଇଥିଲା

ବର୍ତ୍ତମାନ କରୋନା ଭାଇରସ୍‌ ‘ପାନ୍‌ଡେମିକ’ ସମଗ୍ର ପୃଥିବୀର ଛାତି ଥରାଇ ଦେଇଛି ା ଚାଇନାର ଉହାନ ସହରରୁ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇ ବିଶ୍ୱର ସମସ୍ତ ଦେଶକୁ ବ୍ୟାପିଗଲାଣି ା ଏହା ଏକ ନୂତନ ଭାଇରସ୍‌ ା ବୈଜ୍ଞାନିକମାନେ ନାମ ଦେଇଛନ୍ତି କୋଭିଡ୍‌-୧୯ ା ମାନବଜାତିର ଇତିହାସରେ ବହୁ ପାନ୍‌ଡେମିକ୍‌ ଘଟିଯାଇଛି ା ବହୁ ଜନସାଧାରଣ ମୃତ୍ୟୁବରଣ କରିଛନ୍ତି ା
ତଥାପି ମନୁଷ୍ୟ ତିଷ୍ଠି ରହି ଉତ୍ତରୋତ୍ତର ଉନ୍ନତି କରି ଅତ୍ୟାଧୁନିକ ଇଣ୍ଟରନେଟ ଯୁଗରେ ପ୍ରବେଶ କରିଛି ା
ପାନ୍‌ଡେମିକ୍‌ ଶବ୍ଦଟି ଗ୍ରୀକ୍‌ରୁ ଆସିଛି ା ପାନ୍‌ ଓ ଡିମୋସ୍‌, ଯାହା ବିସ୍ତୃତ ଭୌଗୋଳିକ ଅଞ୍ଚଳ, ମହାଦେଶ ବା ସମଗ୍ର ପୃଥିବୀକୁ ବ୍ୟାପିଯାଏ ା ବସନ୍ତ, ଟ୍ୟୁବରକ୍ୟୁଲୋସିସ୍‌, ବ୍ଲାକଡେଥ, ଏଚଆଇଭି, ୧୯୧୮ରେ ଇନ୍‌ଫ୍ଲୁଏନ୍‌ଜା ଓ ୨୦୦୯ରେ ସ୍ବାଇନ ଫ୍ଲୁ ଆଦିର ପାନ୍‌ଡେମିକ ଦେଖାଦେଇଥିଲା ା ଜନସମାଜ ଆତଙ୍କିତ ଅବସ୍ଥାରେ ମୃତ୍ୟୁର ଶିକାର ହୋଇଥିଲେ। ଏଥେନ୍ସରେ ଖ୍ରୀଷ୍ଟପୂର୍ବ ୪୩୦ରୁ ୪୨୬ ମଧ୍ୟରେ ପ୍ଲେଗ, ପାନ୍‌ଡେମିକ୍‌ ଆକାରରେ ଦେଖାଦେଇଥିଲା। ଏହାର କାରଣ ଜଣାଯାଇ ନ ଥିଲା ା ଆଣ୍ଟୋନି ପ୍ଲେଗ ଖ୍ରୀଷ୍ଟାବ୍ଦ ୧୬୫ରୁ ୧୮୦ ମଧ୍ୟରେ ଘଟିଥିଲା ା ତା’ପରେ ସାଇପ୍ରସ୍‌ ଓ ରୋମରେ ପ୍ଲେଗ ହୋଇଥିଲା। ବ୍ୟୁବୋନିକ୍‌ ପ୍ଲେଗ ବହୁବର୍ଷ ଧରି ଖ୍ରୀଷ୍ଟାବ୍ଦ ୫୪୧ରୁ ୭୫୦ ପର୍ଯ୍ୟନ୍ତ ଲାଗି ରହିଥିଲା। ଇଜିପ୍ଟରୁ ଆରମ୍ଭ ହୋଇ କନଷ୍ଟାନଟିନୋପଲ ଦେଇ ଦିନକୁ ୧୦ ହଜାର ବ୍ୟକ୍ତିଙ୍କର ଜୀବନ ନେଇ ପ୍ରାୟ ସମଗ୍ର ପୃଥିବୀରେ ବ୍ୟାପ୍ତ ହୋଇଥିଲା। ଏହାଦ୍ୱାରା ଇଉରୋପର ଜନସଂଖ୍ୟା ଅଧାକୁ ହ୍ରାସ ପାଇଥିଲା। ଖ୍ରୀଷ୍ଟାବ୍ଦ ୧୩୩୧ରୁ ୧୩୫୩ ମଧ୍ୟରେ ‘ବ୍ଲାକଡେଥ’ ମହାମାରୀ ସଙ୍ଗଠିତ ହୋଇଥିଲା। ୭.୫ କୋଟି ଲୋକ ପୃଥିବୀରେ ପ୍ରାଣତ୍ୟାଗ କଲେ ା ଏହା ମଧ୍ୟ ଏକ ବ୍ୟୁବୋନିକ ପ୍ଲେଗ ଥିଲା ା କୃଷ୍ଣସାଗରରୁ ଆସିଥିବା ୧୨ଟି ଜାହାଜରେ କଳାମୂଷାଙ୍କ ଦ୍ୱାରା ବାହିତ ହୋଇ ପ୍ରଥମେ ଇଟାଲୀର ସିସିଲି ଦ୍ୱୀପରେ ଆରମ୍ଭ ହୋଇଥିଲା ା ତା’ପରେ ଏହା ଇଉରୋପରେ ବ୍ୟାପି ଯାଇଥିଲା ା ଗ୍ରେଟ ପ୍ଲେଗ ଅଫ ଲଣ୍ଡନ ୧୬୬୫ ହୋଇ ଏକ ଲକ୍ଷ ଲୋକଙ୍କର ଜୀବନ ନେଇଥିଲା। ଚାଇନାରେ ୧୮୫୫ରେ ଏକ ପ୍ଲେଗ ଏପିଡେମିକ ହୋଇ ଭାରତକୁ ମଧ୍ୟ ବ୍ୟାପି ୧୦ ମିଲିୟନ ଲୋକଙ୍କର ମୃତ୍ୟୁର କାରଣ ହୋଇଥିଲା। ସେଠାରୁ ଏହା ବ୍ୟାପି ସାନଫ୍ରାନ୍ସିକୋ ପ୍ଲେଗରେ ୧୯୦୦ ମସିହାରେ ଆମେରିକାର ସର୍ବପ୍ରଥମ ପ୍ଲେଗ ନାମଧାରଣ କରିଥିଲା। ସ୍ପାନିଶ ‘ଫ୍ଲୁ’ ୧୯୧୮ରୁ ୧୯୨୦ ମଧ୍ୟରେ ପାସିଫିକ ଦ୍ୱୀପପୁଞ୍ଜ ଉତ୍ତରମେରୁ ଅଞ୍ଚଳରେ ୫୦ରୁ ୧୦୦ ମିଲିଅନ ଯୁବକ ଯୁବତୀଙ୍କର ମୃତ୍ୟୁର କାରଣ ସାଜିଥିଲା। ଯଦିଓ ଫ୍ଲୁ କମ୍‌ ବୟସର ମାନବକୁ ଆକ୍ରାନ୍ତ କରିଥାଏ ତେବେ ବସନ୍ତ ରୋଗ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡରେ ସେଠାକାର ଆଦିମ ଅଧିବାସୀଙ୍କୁ ଅର୍ଦ୍ଧାଧିକ ମାରି ଦେଇଥିଲା। ହାଓ୍ବାଇ, ଫିଜି ଆଦି ରାଷ୍ଟ୍ରରେ ମିଳିମିଳା, ହୁପିଙ୍ଗ କଫ୍‌, ଫ୍ଲୁରେ ଲକ୍ଷ ଲକ୍ଷ ଶିଶୁ ଓ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ା ଆଣ୍ଡାମାନରେ ମଧ୍ୟ ଏହି ଶତାବ୍ଦୀରେ ମିଳିମିଳା ରୋଗ ତାଣ୍ଡବ ରଚିଅଛି ା
କଲେରା ରୋଗ ମଧ୍ୟ ବହୁଥର ପାନ୍‌ଡେମିକ ରଚନା କରିଛି ା ୧୮୨୦ ମସିହାରେ ବଙ୍ଗ ରାଜ୍ୟରୁ କଲେରା, ବ୍ରିଟିଶ ସୈନ୍ୟ ଓ ସାଧାରଣ ଲୋକଙ୍କୁ ଆକ୍ରାନ୍ତ କରି ହଜାର ହଜାର ଲୋକଙ୍କର ଜୀବନ ନେଇଥିଲା। ଚାଇନା, ଇଣ୍ଡୋନେସିଆକୁ ବ୍ୟାପିଥିଲା ା
ଏକା ଜାଭାରେ ଏକ ଲକ୍ଷ ଲୋକ ପ୍ରାଣତ୍ୟାଗ କରିଥିଲେ ା ତା’ପରେ ରୁଷିଆକୁ ବ୍ୟାପି ଥିଲା ା କଲେରା ଭ୍ୟାକ୍‌ସିନ ୧୮୮୫ ମସିହାରେ ପ୍ରସ୍ତୁତ ହୋଇଥିଲା। ଲେପ୍ରୋସି ବା କୁଷ୍ଠରୋଗ ପାନ୍‌ଡେମିକ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ା ଏହା ଏକାଦଶ ଶତାବ୍ଦୀରେ ଇଉରୋପରେ ଘଟିଥିଲାା ଏହା ଫଳରେ ଲେପ୍ରୋସି ହସ୍ପଟାଲ ଓ ଲେପ୍ରୋସି ହୋମ୍‌ ନିର୍ମିତ ହୋଇଥିଲା ା
ଭାରତରେ ମଧ୍ୟ କୁଷ୍ଠ ଡାକ୍ତରଖାନା ହେଲା ା ବହୁ ଏଚଆଇଭି/ଏଡ୍‌ସ- ଏହା ୧୯୮୧ରେ ଆବିଷ୍କୃତ ହେବା ପରେ ସାରା ପୃଥିବୀରେ ବ୍ୟାପି ଯାଇଛି ା ଅବଶ୍ୟ ଔଷଧ ସେବନ ଦ୍ୱାରା ଏହା ଆୟତ୍ତାଧୀନ ହୋଇଛି ା ‘ସାରସ’ ୨୦୦୨ରେ ଚାଇନାରେ କରୋନା ଭାଇରସ ଦ୍ୱାରା ସୃଷ୍ଟି ହୋଇ ୨୬ଟି ଦେଶରେ ୭୭୪ଟି ମୃତ୍ୟୁ ଘଟାଇଥିଲା ା ଏଚ୍‌୧ଏନ୍‌୧ (ସ୍ବାଇନ ଫ୍ଲୁ ୨୦୦୯)ରେ ପାନ୍‌ଡେମିକ ହୋଇ ମେକ୍ସିକୋଠାରେ ଆରମ୍ଭ ହୋଇ ୨୦୦ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଥିଲା। ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଇବୋଲା ଭାଇରସ ଓ ଜିକା ଭାଇରସ ଦ୍ୱୟ ପଶ୍ଚିମ ଆଫ୍ରିକାରେ ଏପିଡେମିକ ସୃଷ୍ଟି କରିଥିଲେ, ମାତ୍ର ପାନ୍‌ଡେମିକ ନୁହେଁ ା
ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରୋନା ଭାଇରସ ରୋଗକୁ ପାନ୍‌ଡେମିକ ଭାବେ ଘୋଷିତ କରିଛନ୍ତି ା ଏହି ରୋଗକୁ କୋଭିଡ୍‌-୧୯ ନାମ ଦିଆଯାଇଛି ା ଶୁଣାଯାଉଛି ଉହାନରେ ଏବେ ମାତ୍ର ଜଣେ ବ୍ୟକ୍ତି ପଜିଟିଭ ବାହାରିଛି ା ସେଠାରୁ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଅନ୍ୟତ୍ର ନିଆଯାଉଛି ା ଏହି ରୋଗ ପାଇଁ କୌଣସି ଔଷଧ ନ ଥିବାରୁ ପରିଷ୍କାର କରି ହାତ ଧୋଇବା, ଗୋଟିଏ ସ୍ଥାନରେ ଅଧିକ ଲୋକ ଏକତ୍ରିତ ନ ହେବା, ମାସ୍କ ବ୍ୟବହାର କରିବା, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ଉପଦେଶ ଦିଆଯାଇଛି ା
ଆମେରିକାର ସିଆଟଲଠାରେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି ହୋଇଥିବାର ଖବର ମିଳୁଛି।

ଡା. ସୁରେନ୍ଦ୍ରନାଥ ପତି
email: surendranath.pati@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?