ପାନନୂଆଗାଁରେ ଗୋଷ୍ଠୀ ସଂଘର୍ଷ

ଖଲ୍ଲିକୋଟ,୧୮ା୧୦(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଡ଼ିମିରିଆ ପଞ୍ଚାୟତ ପାନନୂଆଗଁାରେ ବୁଧବାର ରାତିରେ କୋଠିଶାଳ ଯାତ୍ରା କୁମ୍ଭବୁଡ଼ା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନୁଯାୟୀ, ପାନନୂଆଗଁାରେ କୋଠିଶାଳ ଠାକୁରାଣୀ ଯାତ୍ରା ବୁଧବାର ଉଦ୍‌ଯାପିତ ହୋଇଥିଲା। ରାତ୍ରରେ କୁମ୍ଭ ବିସର୍ଜନ କରି ପୋଖରୀରୁ ଫେରିବା ସମୟରେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ଏଥିରେ ଗ୍ରାମର ଏସ. ଦୀନବନ୍ଧୁ ପାତ୍ର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଅପରପକ୍ଷରେ ଚନ୍ଦ୍ରୁ ପାତ୍ରଙ୍କ ଭାଇବୋହୂ ଏମ୍‌. ରାମାଲୁ ପାତ୍ରଙ୍କ ହାତ ଭାଙ୍ଗିବା ସହ ଆହତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇଛନ୍ତି। ଖଲ୍ଲିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ୫ ଜଣଙ୍କୁ ଆଣି ଥାନାରେ ଅଟକ ରଖିଛନ୍ତି। ଉଭୟ ପକ୍ଷରୁ ଥାନାରେ ଏତଲା ହୋଇଛି। ନଂ.୨୮୮/୧୯ରେ ମକଦ୍ଦମା ରୁଜୁ ହୋଇଛି। ଏହି ସଂଘର୍ଷରେ ୪ଟି ବାଇକ, ଟ୍ରାକ୍ଟର ମଧ୍ୟ ଭଙ୍ଗାରୁଜା ହୋଇଛି। ପୂର୍ବରୁ ଏପରି ସଂଘର୍ଷରେ ୮ ଜଣ ଆହତ ହୋଇ ଉଭୟ ପକ୍ଷରୁ କୋର୍ଟଚାଲାଣ ହୋଇଥିଲେ। ଗୋଟିଏ ପକ୍ଷରୁ ଏମ୍‌. ଚନ୍ଦ୍ରୁ ପାତ୍ର ଏତଲା
ଦେଇଥିବା ବେଳେ ଅପରପକ୍ଷରୁ ଏସ୍‌. କାମେଶ୍ୱର ପାତ୍ର ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା

ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…

କେଏସ୍‌ୟୁବି କଲେଜରେ ଆତ୍ମରକ୍ଷା ତାଲିମ ଶିବିର, ଛାତ୍ରୀମାନଙ୍କ ମଧ୍ୟରେ ସୁରକ୍ଷା….

ଭଞ୍ଜନଗର,୧୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍‌ ପକ୍ଷରୁ ସୋମବାର ଆତ୍ମରକ୍ଷା ତାଲିମ ଶିବିର ‘ସେଲ୍ଫ ଡିଫେନ୍ସ’ ଅନୁଷ୍ଠିତ…

ଡିଜିପି ଦାୟିତ୍ୱ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିନୟତୋଷ ମିଶ୍ର

ପୁରୀ, ୧୬।୮ (ଅଜିତ୍ କୁମାର ମହାନ୍ତି): ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ର ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri