Posted inଖେଳ

ପାଣିରେ ଅତ୍ୟଧିକ ବ୍ୟାକ୍ଟେରିଆ: ଅଲିମ୍ପିକ୍ସ ପାରାଟ୍ରାଇଥଲନ ଟେଷ୍ଟ ବାତିଲ

ଟୋକିଓ,୧୭।୮(ଏଏଫ୍‌ପି): ଟୋକିଓ ଅଲିମ୍ପିକ୍ସର ପାରାଟ୍ରାଇଥଲନର ଟେଷ୍ଟ ଇଭେଣ୍ଟର ସନ୍ତରଣ ରାଉଣ୍ଡ ଶନିବାର ବାତିଲ କରାଯାଇଛି। ଯେଉଁଠାରେ ସନ୍ତରଣ ଇଭେଣ୍ଟ ହେବାକୁ ଥିଲା, ସେଠାକାର ପାଣିରେ ଅତ୍ୟଧିକ ବ୍ୟାକ୍ଟେରିଆ ରହିଛନ୍ତି। ଅଲିମ୍ପିକ ଆୟୋଜକମାନେ ନିଜ ପ୍ରସ୍ତୁତିକୁ ପ୍ରଶଂସା କରୁଛନ୍ତି। ହେଲେ ଅତ୍ୟଧିକ ଗରମ ପ୍ରବାହ ଓ ପାଣିର ମାନ ହ୍ରାସ ଆୟୋଜକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅନ୍ତର୍ଜାତୀୟ ଟ୍ରାଇଥଲନ ୟୁନିୟନ (ଆଇଟିୟୁ) ପକ୍ଷରୁ କରାଯାଇଥିବା ପରୀକ୍ଷାରେ ଇ-କୋଲିର ପରିମାଣ ଆବଶ୍ୟକତାଠାରୁ ଡବଲ ରହିଥିବା ଜଣାପଡ଼ିବା ପରେ ସନ୍ତରଣ ରାଉଣ୍ଡକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାରାଟ୍ରାଇଥଲନରେ ଆଥ୍‌ଲେଟ ଦୁଇଟି ଦୌଡ଼ ଓ ଗୋଟିଏ ସନ୍ତରଣରେ ଭାଗ ନିଅନ୍ତି। ସନ୍ତରଣ ପାଇଁ ପାଣି ଅନୁପଯୁକ୍ତ ଥିବାରୁ ଆଥ୍‌ଲେଟମାନେ ଡୁଆଥଲନ ଫର୍ମାଟରେ ଦୁଇଟି ଦୌଡ଼ ଓ ଗୋଟିଏ ବାଇକ ରେସରେ ଅଂଶଗ୍ରହଣ କରିବେ। ଉଲ୍ଲେଖଥାଉ କି, ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ପ୍ରତିଯୋଗିତାର ରୋଇଂ ଇଭେଣ୍ଟରେ ଅତ୍ୟଧିକ ଖରା ଯୋଗୁ ୧୨ଜଣ ପ୍ରତିଯୋଗୀ ଓ ଦେଖଣାହାରି ଅସୁସ୍ଥ ହୋଇ ପଡ଼ିଥିଲେ। ଏହାବାଦ୍‌ ଓଡାଇବା ବେଠାରେ ରବିବାର ମାରାଥନ ସୁଇମିଂ ଟେଷ୍ଟ ଇଭେଣ୍ଟ ହେବାକୁ ଥିବାବେଳେ ପ୍ରତିଯୋଗୀମାନେ ପାଣି ଗନ୍ଧ ଓ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ହେଉଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri