Posted inଖେଳ

ପାଣିରେ ଅତ୍ୟଧିକ ବ୍ୟାକ୍ଟେରିଆ: ଅଲିମ୍ପିକ୍ସ ପାରାଟ୍ରାଇଥଲନ ଟେଷ୍ଟ ବାତିଲ

ଟୋକିଓ,୧୭।୮(ଏଏଫ୍‌ପି): ଟୋକିଓ ଅଲିମ୍ପିକ୍ସର ପାରାଟ୍ରାଇଥଲନର ଟେଷ୍ଟ ଇଭେଣ୍ଟର ସନ୍ତରଣ ରାଉଣ୍ଡ ଶନିବାର ବାତିଲ କରାଯାଇଛି। ଯେଉଁଠାରେ ସନ୍ତରଣ ଇଭେଣ୍ଟ ହେବାକୁ ଥିଲା, ସେଠାକାର ପାଣିରେ ଅତ୍ୟଧିକ ବ୍ୟାକ୍ଟେରିଆ ରହିଛନ୍ତି। ଅଲିମ୍ପିକ ଆୟୋଜକମାନେ ନିଜ ପ୍ରସ୍ତୁତିକୁ ପ୍ରଶଂସା କରୁଛନ୍ତି। ହେଲେ ଅତ୍ୟଧିକ ଗରମ ପ୍ରବାହ ଓ ପାଣିର ମାନ ହ୍ରାସ ଆୟୋଜକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅନ୍ତର୍ଜାତୀୟ ଟ୍ରାଇଥଲନ ୟୁନିୟନ (ଆଇଟିୟୁ) ପକ୍ଷରୁ କରାଯାଇଥିବା ପରୀକ୍ଷାରେ ଇ-କୋଲିର ପରିମାଣ ଆବଶ୍ୟକତାଠାରୁ ଡବଲ ରହିଥିବା ଜଣାପଡ଼ିବା ପରେ ସନ୍ତରଣ ରାଉଣ୍ଡକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାରାଟ୍ରାଇଥଲନରେ ଆଥ୍‌ଲେଟ ଦୁଇଟି ଦୌଡ଼ ଓ ଗୋଟିଏ ସନ୍ତରଣରେ ଭାଗ ନିଅନ୍ତି। ସନ୍ତରଣ ପାଇଁ ପାଣି ଅନୁପଯୁକ୍ତ ଥିବାରୁ ଆଥ୍‌ଲେଟମାନେ ଡୁଆଥଲନ ଫର୍ମାଟରେ ଦୁଇଟି ଦୌଡ଼ ଓ ଗୋଟିଏ ବାଇକ ରେସରେ ଅଂଶଗ୍ରହଣ କରିବେ। ଉଲ୍ଲେଖଥାଉ କି, ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ପ୍ରତିଯୋଗିତାର ରୋଇଂ ଇଭେଣ୍ଟରେ ଅତ୍ୟଧିକ ଖରା ଯୋଗୁ ୧୨ଜଣ ପ୍ରତିଯୋଗୀ ଓ ଦେଖଣାହାରି ଅସୁସ୍ଥ ହୋଇ ପଡ଼ିଥିଲେ। ଏହାବାଦ୍‌ ଓଡାଇବା ବେଠାରେ ରବିବାର ମାରାଥନ ସୁଇମିଂ ଟେଷ୍ଟ ଇଭେଣ୍ଟ ହେବାକୁ ଥିବାବେଳେ ପ୍ରତିଯୋଗୀମାନେ ପାଣି ଗନ୍ଧ ଓ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ହେଉଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?