ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି ସେଠାରେ ଉପସ୍ଥିତ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ,ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସବିଶେଷ ଆଲୋଚନା କରିଥିଲେ। ପାଟପୁର ଅଞ୍ଚଳରେ ଚୋରା ମଦ ବ୍ୟବସାୟ ବଢ଼ି ଚାଲିଥିବା ଅଭିଯୋଗ ମିଳିବା ନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ମଦ ଧରପଗଡ଼କୁ ଜୋର୍‌ଦାର କରିବା ସହ ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାରେ ଚଳାଚଳ କରୁଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଚେକିଂ ଆଳରେ ପୋଲିସ କର୍ମଚାରୀମାନେ ଅଟକାଇ ଅଯଥା ହଇରାଣ ନ କରିବାକୁ ସେ ଚେତାବନୀ ଦେଇଛନ୍ତି। ସେହିପରି ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ମହାମାରୀ କରୋନାର ଭୟାବହତା ସମ୍ପର୍କରେ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ସରେଣ୍ଡର କଲା ହମାସ! ଗାଜାରୁ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ, ଟ୍ରମ୍ପ କଲେ ବଡ଼ ଘୋଷଣା

ଓ୍ବାଶିଂଟନ୍‌,୧।୮: ଗାଜା ସଂଘର୍ଷ ସମ୍ପର୍କରେ ଏକ ବଡ଼ କୂଟନୈତିକ ବିକାଶ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ହମାସ ଆତ୍ମସମର୍ପଣ କରିଛି ଏବଂ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ବୈତରଣୀରେ ବ୍ୟାରେଜ ନିର୍ମାଣ ନେଇ ନୂଆପଡ଼ାରେ ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ପାଟଣା,୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତର ନୂଆପଡ଼ାଠାରେ ବୈତରଣୀ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବିକୁ ନେଇ ସରକାରୀ ପଦକ୍ଷେପ ଆଗକୁ ବଢ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri