ପାଟକୁରା ପାଇଁ ପାଗଭିଡ଼ା

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରାଜ୍ୟର ୧୪୬ ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି। ପାଟକୁରା ଆସନରେ ଏ ପର୍ଯ୍ୟନ୍ତ ଭୋଟ ହୋଇନାହିଁ। ପାଟକୁରା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ହେବାରୁ ଏହି ଆସନରେ ନିର୍ବାଚନ ପ୍ରଥମେ ମେ ୧୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ମାତ୍ର ବାତ୍ୟା ଫନୀ ଯୋଗୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡିକ ପ୍ରଭାବିତ ହେବା କାରଣରୁ ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ପୁଣିଥରେ ୨ ମାସ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି। ହେଲେ ନିର୍ବାଚନ କେବେ ହେବ ସେନେଇ ଏ ପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ଆସନ୍ତା ୧ ମାସ ମଧ୍ୟରେ ଏହି ଆସନରେ ନିର୍ବାଚନ ହେବ ବୋଲି ଶୁଣିବାକୁ ମିଳୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାଜପା ପକ୍ଷରୁ ରବିବାର ଦଳୀୟ କାର୍ଯ୍ୟାଳୟଠାରେ ବସିଥିବା ବୈଠକରେ ପାଟକୁରା ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଶେଷ ହୋଇଛି। ଦଳ ପକ୍ଷରୁ କେଉଁମାନେ ପାଟକୁରା ନିର୍ବାଚନ ଦାୟିତ୍ୱରେ ରହିବେ, କେଉଁସବୁ ନେତା ପ୍ରଚାର ମଙ୍ଗ ଧରିବେ ସେନେଇ ବିସ୍ତୃତ ଆଲୋଚନା ସରିଥିବା ଜଣାପଡିଛି। ବିଜେଡି ପକ୍ଷରୁ ମଧ୍ୟ ସମାନଭାବେ ନେତାମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କାର୍ଯ୍ୟ ଶେଷ ହୋଇଯାଇଛି। ନେତାମାନେ ମଧ୍ୟ ପାଟକୁରା ଗସ୍ତ କରିବା ଆରମ୍ଭ କରିଦେଇଛନ୍ତି। ପାଟକୁରା ବିଧାନସଭା କ୍ଷେତ୍ରରେ ମୋଟ ୫୧ଟି ପଞ୍ଚାୟତ ରହିଛି। ଏହି ପଞ୍ଚାୟତଗୁଡିକର ଦାୟିତ୍ୱ ବିଜେଡି ପକ୍ଷରୁ କେତେଜଣ ବରିଷ୍ଠ ନେତାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ୧୩ଟି ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି। ସେହିପରି ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କୁ ୧୪ଟି ପଞ୍ଚାୟତର ଦାୟିତ୍ୱ ବାଣ୍ଟି ଦିଆଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ହାତରେ ମଧ୍ୟ ଦୁଇଟି ପଞ୍ଚାୟତର ଦାୟିତ୍ୱ ଥିବା ଜଣାପଡିଛି। ଅନ୍ୟପଟେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ନେତାଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ଆହୁରି ନେତାଙ୍କୁ ଦାୟିତ୍ୱ ଦିଆଯାଇ ପାଟକୁରା ପଠାଯିବ ବୋଲି ଦଳୀୟ କେତେକ ନେତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଭାଜପା ମଧ୍ୟ ସମାନ ଧରଣର ରଣନୀତି ପ୍ରସ୍ତୁତ କରିଛି। ଦାୟିତ୍ୱ କିଭଳି ନେତାମାନଙ୍କ ମଧ୍ୟରେ ବଣ୍ଟାଯିବ ସେନେଇ ଆଲୋଚନା ସରିଥିବା ବେଳେ କେବଳ ଘୋଷଣା ହେବା ବାକି ରହିଛି। ମଙ୍ଗଳବାର କେନ୍ଦ୍ରାପଡା ଠାରେ ନିର୍ବାଚନୀ ସମ୍ପର୍କିତ ଏକ ଆଲୋଚନା ଭାଜପା ପକ୍ଷରୁ ହେବ। ଏହି ବୈଠକରେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ, ମନମୋହନ ସାମଲ, ଭୃଗୁ ବକ୍ସି ପାତ୍ର ପ୍ରମୁଖ ସାମିଲ ହେବେ। ପାଟକୁରା ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଥିବା ବେଳେ କଂଗ୍ରେସ ପଛରେ ପଡିଯାଇଛି। କଂଗ୍ରେସରେ ନେତୃତ୍ୱ ନେଇ ବିବାଦ ଲାଗି ରହିଛି। ବରିଷ୍ଠ ନେତା କାହ୍ନୁ ଲେଙ୍କା ନିକଟରେ ଦଳ ଗତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବାରମ୍ବାର ସମାଲୋଚନା କରିଥିଲେ। ସେହି ଦୃଷ୍ଟିରୁ ଦଳର ନେତୃତ୍ୱ ବର୍ତ୍ତମାନ ଅପମାନର ପ୍ରତିଶୋଧ ନେବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଦଳ ବିବାଦ ଛାଡି ଆଗକୁ ଯିବା ବଦଳରେ ଆହୁରି ଗୋଷ୍ଠୀ କନ୍ଦଳ ବଢାଇବା ପାଇଁ ଏବେ ଯୋଜନା କରିଛନ୍ତି। କାହ୍ନୁଙ୍କୁ ପାଟକୁରା ନିର୍ବାଚନର ଦାୟିତ୍ୱ ଦେଇ ନିଜ ପ୍ରତିଶୋଧ ପୂରଣ ପାଇଁ ଗୋଟିଏ ଗୋଷ୍ଠୀ ଯୋଜନା କରିଥିବା ଦଳୀୟ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ବୈତରଣୀ-କୋଚିଳା ସଙ୍ଗମସ୍ଥଳରେ ନାହଁ ଘେରିବନ୍ଧ: ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ କୋଚିଳା ନଦୀର ସଙ୍ଗମସ୍ଥଳ ଗାନ୍ଧୀଘାଟ ଶାସନ ପ୍ରତିବର୍ଷ ବନ୍ୟା ବିଭୀଷିକାର ଶିକାର ହେଉଛି।…

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍‌

ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ବାଏପାସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ହାଇୱାକୁ ପିଟିଲା BMW କାର୍‌, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ଭବାନୀପାଟଣା,୧୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ୍‌ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବର୍ଷେ

ନୂଆଦିଲ୍ଲୀ ,୧୩ା୬: ଗତବର୍ଷ ଜୁନ୍‌ ୧୨ରେ ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri