Posted inଖେଳ

ପାଞ୍ଚ ଷ୍ଟାଡିୟମରେ ଟେଷ୍ଟ

ଭାରତରେ ଏବେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌କୁ ୫ଟି ଷ୍ଟାଡିୟମରେ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚିନ୍ତାକରିବା ଆବଶ୍ୟକ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ମତ ଦେଇ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି। କୋହଲିଙ୍କ ମତରେ ଛୋଟ ଛୋଟ ଷ୍ଟାଡିୟମ ଯଥା ରାଞ୍ଚି, ଧର୍ମଶାଳା ପରି ଷ୍ଟାଡିୟମରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଦର୍ଶକ ସଂଖ୍ୟା କମ୍‌ ରହୁଥିବାରୁ ଏଠାରେ ମ୍ୟାଚ୍‌ ଆୟୋଜନ କରିବାର କିଛି ଅର୍ଥ ନାହିଁ। ଏଣୁ ଭାରତରେ ବଡ ଷ୍ଟାଡିୟମ୍‌ରେ ଯେଉଁଠାରେ ଅଧିକରୁ ଅଧିକ ଦର୍ଶକ ଆସୁଛନ୍ତି ସେଠାରେ ହିଁ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରାଯିବା ଆବଶ୍ୟକ। ମାତ୍ର କୋହଲିଙ୍କର ଏହି ମନ୍ତବ୍ୟକୁ ବିଭିନ୍ନ କାରଣରୁ ବିରୋଧ କରାଯାଉଛି।
ଖେଳୁଥିବା ଦେଶ ମଧ୍ୟରେ ଅଷ୍ଟ୍ରେଲିଆରେ ୫ ଏବଂ ଇଂଲଣ୍ଡର ୭ଟି ଷ୍ଟାଡିୟମ ଅଛି ଯେଉଁଠି କେବଳ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଗସ୍ତ କରୁଥିବା ସମସ୍ତ ଦଳ ଏହିଠାରେ ଟେଷ୍ଟମ୍ୟାଚ୍‌ ଖେଳିବାକୁ ବାଧ୍ୟ ହୋଇଥାନ୍ତି। କୋହଲିଙ୍କ ମତରେ ବିସିସିଆଇ ଏହି ମଡେଲକୁ ଅନୁସରଣ କରିବା ଦରକାର ଏବଂ ଏହି କ୍ରମରେ ଭାରତରେ ମଧ୍ୟ ୫ଟି ଷ୍ଟାଡିୟମରେ ହିଁ ଟେଷ୍ଟ ମ୍ୟାଚ୍‌ ହେବା ଦରକାର।
ମସିହାରେ ଜଗମୋହନ ଡାଲମିଆ ବିସିସିଆଇର ଦାୟିତ୍ୱରେ ଥିବା ବେଳଠାରୁ ହିଁ ୧୦ଟି ଟେଷ୍ଟମ୍ୟାଚ୍‌ ଖେଳାଯାଇ ପାରୁଥିବା ଷ୍ଟାଡିୟମର ସୂଚୀ ତିଆରି ହୋଇଥିଲା ଏବଂ ବିସିିସିଆଇ ଏହି ୧୦ଟି ଷ୍ଟାଡିୟମକୁ ରୋଟେଶନ ପଲିସି ଅନୁଯାୟୀ ଟେଷ୍ଟ ମ୍ୟାଚ୍‌ ପ୍ରଦାନ କରି ଆସୁଥିଲା। ପରେ ଅନୁରାଗ ଠାକୁର ବିସିିସିଆଇର କାଯର୍‌ୟଭାର ହାତକୁ ନେଲାପରେ ସେ ଟେଷ୍ଟ ମ୍ୟାଚ୍‌କୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନେଲେ ଏବଂ ତାଙ୍କର ଚେଷ୍ଟା ଯୋଗଁୁ ହିଁ ରାଞ୍ଚି, ଧର୍ମଶାଳା ପରି ତଥାକଥିତ ଛୋଟ ଷ୍ଟାଡିୟମଗୁଡିକ ମ୍ୟାଚ୍‌ ଆୟୋଜନ କରିବାର ସୁଯୋଗ ପାଇଲେ। ଏବେ ଭାରତରେ ପ୍ରାୟ ୧୫ଟି ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି। ଭାରତ ପରି ଏକ ବିଶାଳ ଦେଶରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଷ୍ଟାଡିୟମ ଥିବାବେଳେ ଏହି ସଂଖ୍ୟା କିଛି ନୁହେଁ। ଦିନକୁ ଦିନ ଟେଷ୍ଟର ଲୋକପ୍ରିୟତା କମି କମି ଆସୁଛି। ଏହି କ୍ରମରେ ଏହାକୁ ଛୋଟ ସହରରେ ଆୟୋଜନ କଲେ ହିଁ ଏହା ଅଧିକ ଲୋକପ୍ରିୟ ହୋଇପାରିବ। ଏବେ ବି ଟେଷ୍ଟମ୍ୟାଚ୍‌ କ୍ରିକେଟର ସବୁଠାରୁ ଜଟିଳ ବୈଷୟିକ ଫର୍ମାଟ ହୋଇ ରହିଛି ଏବଂ ଏହି ଫର୍ମାଟ ହିଁ ଖେଳାଳିଙ୍କର ପ୍ରକୃତ ଶାରୀରିକ ଏବଂ ମାନସିକ ଦକ୍ଷତାର ପରୀକ୍ଷା ନେଇଥାଏ। ପୁଣି ଏକ ଦିବସୀୟ ଅପେକ୍ଷା ଟେଷ୍ଟ ମ୍ୟାଚ୍‌ର ଟିକେଟର ଦାମ କମ୍‌ ହୋଇଥିବାରୁ କଲେଜ ପିଲାମାନେ ମଧ୍ୟ ଏହି ଖେଳ ଦେଖିବାକୁ ଯାଇଥାନ୍ତି। ଏଣୁ ଏହାକୁ କେବଳ କିଛି ସହର ମଧ୍ୟରେ ସୀମିତ ରଖିଲେ କ୍ରିକେଟର ବିକାଶ ହୋଇପାରିବ ନାହିଁ।
ଭାରତରେ ଟିଭିରେ ମ୍ୟାଚ୍‌କୁ ଦେଖବା ଏକ ପରମ୍ପରାରେ ପରିବର୍ତ୍ତନ ହେଲାଣି। ଏହା କେବଳ ସହଜ ସାଧ୍ୟନୁହେଁ ଆରାମ ଦାୟକମଧ୍ୟ। ଭାରତରେ ଟିଭି ଦର୍ଶକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଉଛି। ପୁଣି ଷ୍ଟାଡିୟମକୁ ଯାଇ ଟା୍ରଫିକ୍‌ରେ ଫସିବା, ଅଧିକ ଦାମ ଦେଇ ଷ୍ଟାଡିୟମରେ ଖାଇବା, ପିଇବା ପାଣି ପରି ମୌଳିକ ସୁବିଧା ଷ୍ଟାଡିୟମରେ ନ ପାଇବା ଓ ଶୌଚାଳୟର ଅବସ୍ଥା ମ୍ୟାଚ୍‌ ଆରମ୍ଭର କେଇ ଘଣ୍ଟା ପରେ ଖରାପ ହୋଇଯିବା ଆଦି କାରଣରୁ ଲୋକ ଟେଷ୍ଟ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମକୁ ଯାଉ ନାହାନ୍ତି। ଏ ଦିଗକୁ ଧ୍ୟାନ ନ ଦେଇ କୋହଲି କିଛି ଷ୍ଟାଡିୟମ ମଧ୍ୟରେ ଟେଷ୍ଟକୁ ସୀମିତ ରଖିବାକୁ ପ୍ରସ୍ତାବ ଦେବା ତାଙ୍କର ଅଦୂରଦର୍ଶିତାକୁ ଦର୍ଶାଉଛି।
ଭାରତରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଢାଞ୍ଚାରେ ୫ଟି ଷ୍ଟାଡିୟମରେ ଟେଷ୍ଟ ଖେଳ ହୋଇ ପାରିବ ନାହିଁ । ବରଂ ଅଧିକରୁ ଅଧିକ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିବା ଦରକାର। ଅଧିକ ଦିବାରାତ୍ର ଟେଷ୍ଟ, ଟିକେଟର ଦାମ ହ୍ରାସ କରିବା,କ୍ଲବ୍‌ର ଖେଳାଳିମାନଙ୍କୁ ଏବଂ ସ୍କୁଲ ପିଲାମାନଙ୍କୁ ମାଗଣାରେ ଖେଳ ଦେଖିବାକୁ ସୁଯୋଗ ଦେବା ଦ୍ୱାରା ଟେଷ୍ଟ ମ୍ୟାଚର ଲୋକପ୍ରିୟତା ପୁଣି ବୃଦ୍ଧି ପାଇବ। ସେହିପରି ଷ୍ଟାଡିୟମରେ ପାର୍କିଂ, ଉନ୍ନତ ମାନର ସିଟ୍‌, ସ୍ବଳ୍ପ ମୂଲ୍ୟରେ ଖାଇବାକୁ ପ୍ରଦାନ କରିବା ସହ ଟିକେଟ କିଣା ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ,ପାରଦର୍ଶୀ ଏବଂ ସରଳ କରାଯାଇ ପାରିଲେ ଲୋକ ଟେଷ୍ଟ ଦେଖିବାକୁ ଆସିବେ। ମୋଟ ଉପରେ କେବଳ ୫ଟି ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରିବାରେ କୋହଲିଙ୍କ ଯୁକ୍ତିରେ ତତ୍ତ୍ୱ ଏବଂ ତର୍କ ଉଭୟର ଅଭାବ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରୁଦ୍ର ପ୍ରସନ୍ନ ରଥ


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri