Posted inଖେଳ

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଅମିର, ଓ୍ବାହବ

ଇସ୍‌ଲାମବାଦ,୨୦।୫- ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ପିସିବି ୧୫ ଜଣିଆ ପାକିସ୍ତାନ ଦଳ ଘୋଷଣା କରିଛି। ଏହି ଦଳରେ ମହମ୍ମଦ ଅମିର, ଓ୍ବାହବ ରିଆଜ ଓ ଅସିଫ ଅଲି ସ୍ଥାନ ପାଇଛନ୍ତି। ତିନିଜଣ ଖେଳାଳି ସମ୍ଭାବ୍ୟ ଦଳରେ ସ୍ଥାନ ପାଇ ନ ଥିଲେ ମଧ୍ୟ ଚୂଡ଼ାନ୍ତ ଦଳରେ ସ୍ଥାନ ମିଳିଛି। ଝିଅ ନୁର୍‌ ଫତିମାଙ୍କ ମୃତ୍ୟୁ ଯୋଗୁ ସ୍ବଦେଶ ଫେରିଛନ୍ତି ଅଲି। ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଦଳ ସହ ଯୋଗଦେବେ। ଏ ନେଇ ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମ ଉଲ୍‌ ହକ୍‌ ସୋମବାର କହିଛନ୍ତି। ଚିକେନ ପକ୍ସରେ ପୀଡ଼ିତ ଥିଲେ ମଧ୍ୟ ଅମିରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ନିକଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ପାକିସ୍ତାନ ବୋଲରମାନେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ଅମିରଙ୍କୁ ଡାକରା ଦିଆଯାଇଛି। ଦଳରେ ଅଭିଜ୍ଞ ବୋଲରଙ୍କ ଅଭାବରୁ ଓ୍ବାହବ ସ୍ଥାନ ପାଇଛନ୍ତି। ୩୩ ବର୍ଷୀୟ ରିଆଜ ୨୦୧୧ଓ ୨୦୧୫ ଦୁଇଟି ବିଶ୍ୱକପ୍‌ ଖେଳିଛନ୍ତି। ମୋଟ ୭୯ ମ୍ୟାଚ୍‌ ଖେଳିଥିବା ବୋଲର ୨ ବର୍ଷ ପୂର୍ବେ ଭାରତ ବିପକ୍ଷରେ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଅନ୍ୟପକ୍ଷରେ ଦଳରୁ ଜୁନେଦ ଖାଁ, ଅଲରାଉଣ୍ଡର ଫହିମ ଅଶର୍ଫ ଓ ଓପନର ଆବିଦ ଅଲି ବାଦ୍‌ ପଡ଼ିଛନ୍ତି। ଜୁନେଦ କ୍ରମାଗତ ୩ୟ ଥର ପାଇଁ ଦୁର୍ଭଗ୍ୟଜନକ ଭାବେ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇନାହାନ୍ତି। ରକ୍ତଜନିତ ରୋଗରେ ପୀଡ଼ିତ ଲେଗ୍‌ ସ୍ପିନର ଶାଦାବ ଖାଁ ପରେ ଜାତୀୟ ଦଳରେ ଯୋଗଦେବେ।
ପାକିସ୍ତାନ ଦଳ: ଶର୍ଫରାଜ ଅହମ୍ମଦ (ଅଧିନାୟକ), ଫଖର ଜାମନ, ଇମାମ ଉଲ୍‌ ହକ୍‌, ବାବର ଆଜାମ, ହାରିସ ସୋହେଲ, ମହମ୍ମଦ ହାଫିଜ, ଶୋଏବ ମଲିକ, ଅସିଫ ଅଲି, ଇମାଦ ଓ୍ବାସିମ, ଶାଦାବ ଖାଁ, ମହମ୍ମଦ ଅମିର, ମହମ୍ମଦ ହୋସନାନ, ହାସନ ଅଲି, ଓ୍ବାହାବ ରିଆଜ ଓ ଶାହିନ ଆଫ୍ରିଦୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri